Get Updates
Get notified of breaking news, exclusive insights, and must-see stories!

ଭୁଲରେ କରନ୍ତୁ ନାହିଁ ୫ଟି କାମ, ନଚେତ୍ ବ୍ୟାନ୍ ହୋଇଯିବ ଆପଣଙ୍କ WhatsApp

WhatsApp Account Banned: ଆଜିକା ତାରିଖର WhatsApp ବ୍ୟବହାର ଏକ ସାଧାରଣ କଥା । ସାରା ବିଶ୍ୱରେ କୋଟି କୋଟି ଲୋକ ବ୍ୟବହାର କରୁଛନ୍ତି ସତ ହେଲେ ଲକ୍ଷ ଲକ୍ଷ ଆକାଉଣ୍ଟ ବ୍ୟାନ୍ ମଧ୍ୟ କରାଯାଉଛି । ଗୋଟିଏ ଆକାଉଣ୍ଟକୁ ବ୍ୟାନ୍ କରିବା ପଛରେ ଅନେକ କାରଣ ରହିଛି ।

ମେସେଜିଂ ଆପ୍ ସୂଚନା ଅନୁସାରେ, ଚଳିତ ବର୍ଷ ଫେବୃଆରୀ ମାସରେ ଭାରତରେ ୭୬ ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ କରାଯାଇଛି । ହେଲେ ଆପଣ ଜାଣିଛନ୍ତି କି କେଉଁ କାରଣରୁ ଏକ WhatsApp ଆକାଉଣ୍ଟକୁ ବ୍ୟାନ୍ କରାଯାଏ ଏବଂ ଆପଣ ଏହାକୁ କିପରି ପୁଣି ବ୍ୟବହାର କରି ପାରିବେ ।

ଅନେକ ଲୋକ ଅଫିସିଆଲ୍ ହ୍ୱାଟ୍ସଆପ୍ ନୁହେଁ ବରଂ ତୃତୀୟ-ପକ୍ଷ ଆପ୍ ବ୍ୟବହାର କରନ୍ତି। ଏପରି ପରିସ୍ଥିତିରେ, WhatsApp Delta, GBWhatsApp ଏବଂ WhatsApp Plus ଭଳି ନାମରେ ଅନେକ ଆପ୍ ରହିଛି । କିନ୍ତୁ କମ୍ପାନୀ ଏହି ଆପ୍ସ ବ୍ୟବହାରକୁ ନିଷେଧ କରିଛି। ଯଦି ଆପଣ ଏହି ତୃତୀୟ ପକ୍ଷ ଆପ୍ ବ୍ୟବହାର କରନ୍ତି, ତେବେ ଆପଣଙ୍କ ଆକାଉଣ୍ଟ ବ୍ୟାନ୍ କରାଯାଇ ପାରେ ।

WhatsApp

ସେହିପରି ଯଦି ଆପଣ ଅନ୍ୟ କାହାର ନାମ, ପ୍ରୋଫାଇଲ୍ ଫଟୋ ଲଗାଇ ଏହି୍ ଆପକୁ ବ୍ୟବହାର କରୁଛନ୍ତି । ତେବେ ଆପଣଙ୍କ ଆକାଉଣ୍ଟକୁ ବ୍ୟାନ୍ କରାଯାଇ ପାରେ କାରଣ ଏହା WhatsApp ନିୟମ ଉଲ୍ଲଂଘନ ବୋଲି ବିବେଚନା କରାଯାଏ। ଯଦି ଆପଣ କୌଣସି ସେଲିବ୍ରିଟି, ବ୍ରାଣ୍ଡ କିମ୍ବା ସଂଗଠନର ପରିଚୟ ଦେଉଛନ୍ତି ତେବେ ଖୁବ୍ ଶୀଘ୍ର ଆପଣଙ୍କ ଆକାଉଣ୍ଟକୁ ବ୍ୟାନ୍ କରାଯାଇ ପାରେ ।

ଅନ୍ୟପକ୍ଷରେ ଯଦି ଆପଣ ନିଜ ଲିଷ୍ଟରେ ନଥିବା ଲୋକଙ୍କୁ ଦିନ ସାରା ମ୍ୟାସେଜ୍ କରୁଛନ୍ତି ତେବେ ମଧ୍ୟ ଆପଣଙ୍କ ଆକାଉଣ୍ଟ ବ୍ୟାନ୍ କରାଯାଇ ପାରେ । ଏପରି ମେସେଜଗୁଡ଼ିକୁ ସ୍ପାମ୍ ବୋଲି ବିବେଚନା କରାଯାଇପାରେ। ଯଦି ଉପଭୋକ୍ତା ଆପଣଙ୍କ ଆକାଉଣ୍ଟକୁ ରିପୋର୍ଟ କରୁଛନ୍ତି, ତେବେ କମ୍ପାନୀ ଆପଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବ। କମ୍ପାନୀ ଆପଣଙ୍କ ଆକାଉଣ୍ଟକୁ ବନ୍ଦ କରିଦେଇପାରେ। ଯଦି ଆପଣ କାହାକୁ ହଇରାଣ କରିବା କିମ୍ବା ଧମକ ଦେବା ଉଦ୍ଦେଶ୍ୟରେ ମେସେଜ୍ ପଠାଉଛନ୍ତି ତେବେ ମଧ୍ୟ ଆପଣଙ୍କ WhatsApp ଆକାଉଣ୍ଟକୁ ବ୍ୟାନ୍ କରିଦିଆଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+