ବଢ଼ିଲା ଖାଉଟିଙ୍କ ଚିନ୍ତା, ପୁଣି 50 ଟଙ୍କା ମହଙ୍ଗା ହେଲା LPG ସିଲିଣ୍ଡର୍
ରୋଷେଇ ଘରେ ମହଙ୍ଗା ମାଡ଼। ବଢ଼ିଲା ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦର । ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇଛି ।
ନୂଆଦିଲ୍ଲୀ: ରୋଷେଇ ଘରେ ମହଙ୍ଗା ମାଡ଼। ବଢ଼ିଲା ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦର । ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇଛି । ଗୋଟିଏ ସିଲିଣ୍ଡର ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ୯୯୯.୫୦ ଟଙ୍କାରେ ବିକ୍ରି ହେବ ବୋଲି ଜଣାପଡିଛି । ଶେଷ ଥର ପାଇଁ ମାର୍ଚ୍ଚ ୨୦୨୨ ରେ ଦର ବୃଦ୍ଧି ହୋଇଛି। ଠିକ୍ ଦେଢ଼ ମାସ ପରେ ପୁଣି ଦର ବୃଦ୍ଧି ବଢ଼ାଇଛି ଚିନ୍ତା ।

ଗତ ସପ୍ତାହରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୨ ଟଙ୍କା ବୃଦ୍ଧି କରାଯାଇଥିଲା। ପୂର୍ବରୁ ସିଲିଣ୍ଡରର ମୂଲ୍ୟ ୨,୨୫୩ ଥିଲା ଏବଂ ବୃଦ୍ଧି ସହିତ ଏହାର ମୂଲ୍ୟ ୨,୩୫୫.୫୦ ଟଙ୍କା କୁ ବୃଦ୍ଧି ପାଇଥିଲା । ଏଥିସହ ବର୍ତ୍ତମାନ ୫ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୬୫୫ ଟଙ୍କା ରହିଛି ।
ପୂର୍ବରୁ ୧୯ କିଲୋଗ୍ରାମର କମର୍ସିଆଲ ସିଲିଣ୍ଡର ଦରରେ ୨୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଗ୍ୟାସ ସିଲିଣ୍ଡର ସହ ପେଟ୍ରୋଲ ,ଡିଜେଲ ଦର ମଧ୍ୟ ଆକାଶଛୁଆଁ ହୋଇଥିଲା । ତେବେ ଋଷ-ୟୁକ୍ରେନ ଯୁଦ୍ଧ ହେତୁ ବିଶ୍ୱ ଶକ୍ତି ମୂଲ୍ୟରେ ତୀବ୍ର ବୃଦ୍ଧି ଘଟୁଛି , ଏନେଇ ତୈଳ କମ୍ପାନୀଗୁଡିକ ଏଲପିଜି ହାର ବୃଦ୍ଧି କରୁଛନ୍ତି ।












Click it and Unblock the Notifications