ମୋମୋ ଫ୍ୟାକ୍ଟ୍ରି ଫ୍ରିଜରରୁ ମିଳିଲା କୁକୁରର କଟା ମୁଣ୍ଡ
Viral News: ସାଧାରଣତଃ ଅନେକ ଲୋକ ମୋମୋ ଖାଇବା ପାଇଁ ପସନ୍ଦ କରନ୍ତି । ଖାସ କରି ଉତ୍ତର ଭାରତରେ ଏହି ଫାଷ୍ଟଫୁଡକୁ ନେଇ ଅଧିକ କ୍ରେଜ୍ ରହିଛି । ଭେଜ୍ ମୋମୋ, ନନ୍ ଭେଜ୍ ମୋମୋଜ୍ ପରି ବିଭିନ୍ନ ପ୍ରକାରର ମୋମୋ ରହିଛି । ହେଲେ ମୋମୋକୁ ନେଇ ଅନେକ ପ୍ରକାର ନ୍ୟୁଜ୍ ମଧ୍ୟ ପ୍ରକାଶ ପାଇଛି । ନିକଟରେ ଏପରି ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିବା ପରେ ଆପଣଙ୍କ ହୋସ୍ ମଧ୍ୟ ଉଡି ଯିବ ।
ପଞ୍ଜାବର ମୋହାଲିର ଏକ ମୋମୋ ତିଆରି କାରଖାନା ଫ୍ରିଜରରେ ଏକ କୁକୁରର ମୁଣ୍ଡ ରଖାଯାଇଥିବାର ଦେଖିବା ପାଇଁ ମିଳିଛି ।
ମାଟୌରରେ ଏକ ଫାଷ୍ଟଫୁଡ୍ କାରଖାନାରେ ଚଢାଉ ସମୟରେ ଏକ ଫ୍ରିଜରୁ କୁକୁରର ମୁଣ୍ଡ ମିଳିବା ପରେ ମୋହାଲିର କର୍ତ୍ତୃପକ୍ଷ ଏକ ବ୍ୟାପକ ତଦନ୍ତ ଆରମ୍ଭ କରିଛନ୍ତି।

ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ବିଭାଗ ଅସ୍ୱାସ୍ଥ୍ୟକର ଖାଦ୍ୟ ଉତ୍ପାଦନ ଉପରେ ଚଢାଉ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲା। ଏହି ସମୟରେ ଅଧିକାରୀମାନେ ବହୁ ପରିମାଣରେ ନଷ୍ଟ ହୋଇଥିବା ଖାଦ୍ୟ ସାମଗ୍ରୀ ମଧ୍ୟ ଜବତ କରିବା ସହ ସେଗୁଟିକୁ ନଷ୍ଟ କରାଯାଇଥିଲା ।
ହେଲେ ମୋମୋ କାରଖାନାର ଫ୍ରିଜରରେ ଏକ କୁକୁରର କଟା ମୁଣ୍ଡ ମିଳିବା ଘଟଣା ଅଧିକାରୀଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । କୁକୁରଟିକୁ କାରଖାନାର କର୍ମଚାରୀମାନେ ଖାଇଥିଲେ ନା ଗ୍ରାହକମାନଙ୍କୁ ଖାଇବାକୁ ଦେଇଥିଲେ ସେନେଇ ବର୍ତ୍ତମାନ ତଦନ୍ତ ଆରମ୍ଭ ହୋଇଛି ।
ରବିବାର ଦିନ, ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ, ନଗର ନିଗମ ଦଳ ଏକ ଆବାସିକ ଘରେ ଚାଲିଥିବା ଏକ ମୋମୋ ଏବଂ ସ୍ପ୍ରିଙ୍ଗ ରୋଲ୍ କାରଖାନା ଉପରେ ଚଢାଉ କରିଥିଲେ। ପ୍ରକାଶିତ ଭିଡିଓରେ, ଶ୍ରମିକମାନଙ୍କୁ ମଇଳା ପାଣି ଏବଂ ପଚା ପନିପରିବା ବ୍ୟବହାର କରୁଥିବା ମଧ୍ୟ ଦେଖିବା ପାଇଁ ମିଳିଥିଲା ।












Click it and Unblock the Notifications