Get Updates
Get notified of breaking news, exclusive insights, and must-see stories!

ଦିପାବଳୀ ପୂର୍ବରୁ କମିଲା ସୁନା ଦର: ଧନତେରସ୍ ପାଇଁ ଅଳଙ୍କାର ଦୋକାନରେ ଆକର୍ଷଣୀୟ ଅଫର୍

Gold & Silver Rate Today in Dhanteras 2023: ଆଜି ସାରା ଦେଶରେ ଧନତେରସ୍ ପର୍ବ ପାଳନ କରାଯାଉଛି। ଆଜିର ଦିନରେ ସୁନା, ରୂପା ଏବଂ ହୀରା ଅଳଙ୍କାର କିଣିବା ଏହି ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଧନତେରସ ଏବଂ ଦିପାବଳୀ ପୂର୍ବରୁ ସୁନା ମୂଲ୍ୟ କମିଛି । ସୂଚନାଯୋଗ୍ୟ ଯେ ଅକ୍ଟୋବର 28 ରେ ସୁନା ମୂଲ୍ୟ 10 ଗ୍ରାମ ପିଛା 63,000 ଟଙ୍କାରେ ପହଞ୍ଚିଥିଲା। ଏହା ପରେ ଏହାର ମୂଲ୍ୟ 800 ରୁ 1500 ଟଙ୍କା ହ୍ରାସ ପାଇଛି ଏବଂ ବର୍ତ୍ତମାନ ଏହା 61,500 ରୁ 62,000 ଟଙ୍କା ସ୍ତରରେ ରହିଛି। ଗୁରୁବାର ଦିନ ମଧ୍ୟ ସୁନା ମୂଲ୍ୟ କମିଛି ।

ଧନତେରସ ଏବଂ ଦିପାବଳୀରେ ସର୍ବାଧିକ ସୁନା କ୍ରୟ କରାଯାଇଥାଏ । ସୁନା, ରୁପାର ମୂଲ୍ୟ କମିଥିବାରୁ ବ୍ୟବସାୟୀମାନେ ଆଶା କରୁଛନ୍ତି ଯେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସୁନା ବିକ୍ରିରେ ବୃଦ୍ଧି ଘଟିପାରେ। ଧନତେରସ୍ ଗୋଟିଏ ଦିନ ପୂର୍ବରୁ ରାଜଧାନୀ ଦିଲ୍ଲୀର ସୁନା ବଜାରରେ ସୁନା ମୂଲ୍ୟ 400 ଟଙ୍କା ହ୍ରାସ ପାଇ ଗୁରୁବାର ଦିନ 10 ଗ୍ରାମ ପିଛା 60,950 ଟଙ୍କା ପହଞ୍ଚିଛି। ଧନତେରସ୍ ଅବସରରେ ଦିଲ୍ଲୀରେ ସୁନା 10 ଗ୍ରାମ ପିଛା 50,139 ଟଙ୍କାରେ ବିକ୍ରି ହୋଇଥିଲା। ସାଧାରଣତଃ ପ୍ରତିବର୍ଷ ଧନତେରସ ଦିନରେ 20 ରୁ 30 ଟନ୍ ସୁନା କିଣାଯାଇଥାଏ ।

Dhanteras 2023

ଗତ 10 ରୁ 15 ଦିନ ମଧ୍ୟରେ ସୁନା ମୂଲ୍ୟ କମିବାରୁ ଲୋକେ ସୁନା ଅଳଙ୍କାର କିଣିବା ପାଇଁ ଇଛା କରୁଛନ୍ତି । ଅନେକ ଲୋକ ରୂପା, ସୁନା କୟନ ମଧ୍ୟ କିଣୁଛନ୍ତି । ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅନେକ ଜୁଏଲର୍ସ ମଧ୍ୟ ମେକିଂଚାର୍ଜ ଉପରେ ବଡ଼ ରିହାତି ଦେଉଛନ୍ତି । ଏଭଳି ପରିସ୍ଥିତିରେ ଏହାର ପ୍ରଭାବ ସୁନା ବିକ୍ରି ଉପରେ ମଧ୍ୟ ଦେଖିବାକୁ ମିଳୁଛି । ବ୍ୟବସାୟୀମାନେ ଆଶା କରୁଛନ୍ତି ଯେ ମଧ୍ୟାହ୍ନ 12 ପରେ ସୁନା ବିକ୍ରିରେ ବୃଦ୍ଧି ପାଇବ ।

ସେହିପରି ଆଜି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଧନତେରସ ଚଳଚଞ୍ଚଳ ହୋଇପଡିଛି ସୁନା ଦୋକାନ । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସୁନା ଦୋକାନ ଦେଉଛି ଆକର୍ଷଣୀୟ ଅଫର୍ । ତେବେ ଆଜିର ଦିନରେ କୋଟି କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ଦୋକାନି ବିଶ୍ୱାସ ରଖିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+