Get Updates
Get notified of breaking news, exclusive insights, and must-see stories!

ମୁଣ୍ଡ ଟେକିଲାଣି ଡେଙ୍ଗୁ, ଜାଣନ୍ତୁ କଣ ରହିଥାଏ ଏହାର ଲକ୍ଷଣ ଓ କିପରି କରିବେ ପ୍ରତିକାର

Dengue Symptoms and Prevention: ବର୍ଷା ଦିନ ପୂର୍ବରୁ ରାଜ୍ୟରେ କାୟା ମେଲାଇଲାଣି ଡେଙ୍ଗୁ । ଗତ କିଛି ଦିନ ହେଲା ରାଜ୍ୟରେ ଡେଙ୍ଗୁ ଆତଙ୍କ ବଢିବାରେ ଲାଗିଛି । ରାଜ୍ୟରେ 235ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି । ଏହା ଯୋଗୁଁ ଜୀବନହାନି ହେବାର ମଧ୍ୟ ଆଶଙ୍କା ଥାଏ । କିନ୍ତୁ ଏହାକୁ ପ୍ରତିକାର କରିହେବ । ସାମାନ୍ୟ ସାବଧାନତା ଅବଲମ୍ବନ କଲେ ଏହାକୁ ପ୍ରତିକାର କରି ପାରିବା ।

ତେବେ ଆସନ୍ତୁ ଜାଣିବା ଏହାକ କାରଣ ଓ ପ୍ରତିକାର
ଏଡିସ୍ ମଶା କାମୁଡ଼ିବା ଦ୍ୱାରା ଏହି ଡେଙ୍ଗୁ ରୋଗ ହୋଇଥାଏ । ଡେଙ୍ଗୁ ହୋଇଥିବା ବ୍ୟକ୍ତିକୁ ଏହି ମଶା କାମୁଡିବା ପରେ ଯଦି ଅନ୍ୟ କେଉଁ ସୁସ୍ଥ ବ୍ୟକ୍ତିଙ୍କୁ ସେହି ମଶା କାମୁଡ଼େ ତେବେ ତାଙ୍କୁ ମଧ୍ୟ ଡେଙ୍ଗୁ ହେବାର ଆଶଙ୍କା ରହିଛି । ଡେଙ୍ଗୁ ଏକ ଭୂତାଣୁଜନିତ ରୋଗ । ଏହି ମଶା ଦିନବେଳା ଏବଂ ମଣିଷର ଆଣ୍ଠୁ ତଳକୁ କାମୁଡ଼ିଥାଏ । ମଶା କାମୁଡ଼ିବାର 4 ରୁ 7 ଦିନ ମଧ୍ୟରେ ଏହାର ଲକ୍ଷଣ ଦେଖାଦେଇଥାଏ ।
ଡେଙ୍ଗୁ ଆକ୍ରାନ୍ତ ବ୍ୟକ୍ତିକୁ ଜ୍ୱର ହୋଇଥାଏ । ହେଲେ ବେଳେ ବେଳେ ବିଳମ୍ବରେ ମଧ୍ୟ ଏହି ଜ୍ୱର ହେବାର ଦେଖାଯାଇଥାଏ । ଡେଙ୍ଗୁ ପାଇଁ ଆପଣଙ୍କୁ ତିନି ପ୍ରକାର ଟେଷ୍ଟ କରିବା ପାଇଁ ପଡିଥାଏ ଯଥା ଆଣ୍ଟିଜେନ୍ ବ୍ଲେଡଟେଷ୍ଟ, ଡେଙ୍ଗୁ ଆଣ୍ଟିବଡି, ଏବଂ ପ୍ଲେଟଲେଟ କାଉଣ୍ଟ ଟେଷ୍ଟ୍ । ଡେଙ୍ଗୁ ଜ୍ୱର ହେବାର 3 ରୁ 4 ଦିନ ମଧ୍ୟରେ ଟେଷ୍ଟ କରିନେବା ଉଚିତ୍ ।

ଲକ୍ଷଣ :
ଡେଙ୍ଗୁ ସାଧାରଣତଃ ଛୋଟ ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସବୁବର୍ଗର ଲୋକଙ୍କୁ ସଂକ୍ରମିତ ହୋଇଥାଏ । ଏଡିସ୍‌ ମଶା କାମୁଡ଼ିବା ଦ୍ୱାରା ସୁସ୍ଥ ମନୁଷ୍ୟଠାରେ ପ୍ରାୟତଃ 4 ରୁ 10 ଦିନ ଭିତରେ ଲକ୍ଷଣ ପ୍ରକାଶ ପାଇଥାଏ ।
ଶରୀରରେ ତାପମାତ୍ରା 104F ବୃଦ୍ଧି ପାଇଥାଏ । ମାଂସପେଶୀ, ହାଡ଼ ଓ ଖଞ୍ଜା ଆଦିରେ ଯନ୍ତ୍ରଣା ଅନୁଭବ ହେବା ସହ ଆଖିପତା ବ୍ୟଥା, ମୁଣ୍ଡବ୍ୟଥା ଆଦି ଲକ୍ଷଣ ଦେଖାଦେଇଥାଏ । ଶରୀରରେ ଲାଲ ଦାଗ ଦେଖାଦେବା ସହିତ କେତେକ ସ୍ଥଳରେ ବାନ୍ତି ହୋଇଥାଏ । ଏହିସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ସେବନ କରିବା ଉଚିତ।

Dengue Symptoms

ପ୍ରତିକାର
ଏଡିସ୍‌ ମଶାର ପ୍ରାଦୁର୍ଭାବ ସାଧାରଣତଃ ବର୍ଷାଋତୁରେ ଦେଖାଦେଇଥାଏ । ଏଡିସ୍‌ ମଶା ସାଧାରଣତଃ ଦୀର୍ଘ ଦିନ ଧରି ଜମି ରହିଥିବା ପାଣିରେ ବଂଶ ବିସ୍ତାର କରିଥାଏ । ଘରେ ପଡ଼ିରହିଥିବା ଭଙ୍ଗା ଆସବାବପତ୍ର, ଅର୍ଦ୍ଧଭଙ୍ଗା ହାଣ୍ଡି, କାଚ, ନଡ଼ିଆ ଶଢ଼େଇ, ଆଇସ୍‌କ୍ରିମ ଖୋଳ, ପଥର ଖାଲ, ପୁରୁଣା ଟାଇଲରେ ବର୍ଷା ଦିନେ ଜମି ରହୁଥିବା ପାଣିରେ ଏହି ମଶା ବଂଶ ବିସ୍ତାର କରିଥାଆନ୍ତି । ତେଣୁ ସେ ସବୁ କୁ ସଫା କରିବା ନିହାତି ଜରୁରୀ ।
ଏଡିସ୍‌ ମଶା କାମୁଡ଼ାରୁ ଦୂରେଇ ରହିବା ନିମନ୍ତେ ମଶାରି ଟାଙ୍ଗି ଶୋଇବା, ଶରୀରକୁ ପୋଷାକ ଆଚ୍ଛାଦିତ କରି ରଖିବା ପ୍ରାଥମିକତା ।
ଗୋଡ଼ରେ ନିମ୍ବତେଲ ଲଗାଇବା, ରସୁଣକୁ ବାଟି ଲେପ ଦେବା, ରସୁଣକୁ ଛେଚି ତେଲ ମିଶାଇ ଲଗାଇବା ଉଚିତ । ବାସଗୃହର ଚାରିପଟ ସଫାସୁତୁରା ରଖିବା ସହ ମାଟି ସମତଳ କରିବା ଉଚିତ, ଯେପରି କୌଣସି ସ୍ଥାନରେ ପାଣି ଜମି ନ ରହିବ । ଏହାସହ ପାଣି ରଖିଥିବା ପାତ୍ର, ପାଣି ଟାଙ୍କି, କୁଲର ଇତ୍ୟାଦିକୁ 2 ରୁ 3 ଦିନରେ ଥରେ ସଫାକରି ପାଣି ବଦଳାଇବା ଉଚିତ ।
ଆୟୁର୍ବେଦିକ ଚିକିତ୍ସା ଶାସ୍ତ୍ରରେ ଡେଙ୍ଗୁ ରୋଗର ପ୍ରତିରୋଧ ତଥା ଉପଶମ ନିମନ୍ତେ କେତେକ ପରାମର୍ଶ ରହିଛି, ଯାହାକି ଡେଙ୍ଗୁ ରୋଗୀଙ୍କ ପାଇଁ ଅମୃତତୁଲ୍ୟ କାର୍ଯ୍ୟ କରି ଥାଏ । ତୁଳସୀ ପତ୍ର, ଜଷ୍ଟିମହୁ, କଞ୍ଚା ହଳଦୀ ଆଦି ସେବନ ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ ଡେଙ୍ଗୁ ଭୂତାଣୁକୁ ପ୍ରତିରୋଧ କରିଥାଏ ।
ଏହାସହ ପଇଡ଼ ପାଣି, ଡାଳିମ୍ବ, କମଳା, ମେଥି, ପୋଇଶାଗ ଆଦିକୁ ଖାଦ୍ୟ ରୂପେ ଖାଇବା ଉଚିତ । ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ବ୍ୟକ୍ତି ତେଲଛଣା ଖାଦ୍ୟ, ମସଲାଯୁକ୍ତ ଖାଦ୍ୟ, ଆମିଷ ଖାଦ୍ୟ ଖାଇବା ଉଚିତ ନୁହେଁ।
ଡେଙ୍ଗୁ ହେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ କରିବା ନିତାନ୍ତ ଜରୁରୀ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+