ଜଣେ ଓଡି଼ଆ ଭାବରେ ମୁଁ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଗର୍ବିତ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Delhi: Central Minister Dharmendra Pradhan steps with local tribesଜଣେ ଓଡି଼ଆ ଭାବରେ ମୁଁ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଗର୍ବିତ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ : ସାରା ଦେଶ ଉତ୍ସବ ମୁଖର ହୋଇ ପଡ଼ିଛି । ପ୍ରଥମ ଓଡ଼ିଆ ଏବଂ ଦେଶର ପ୍ରଥମ ଜନଜାତି ମହିଳା ଭାବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ଆଉ ମାତ୍ର କିଛି ସମୟରେ ବିଜୟୀ ହେବାକୁ ଯାଉଛନ୍ତି । ତେବେ ଦ୍ୱିତୀୟ ରାଉଣ୍ତରେ ମଧ୍ୟ ମୁର୍ମୁ ରହିଛନ୍ତି ଆଗରେ । ଦ୍ୱିତୀୟ ରାଉଣ୍ଡରେ ମୋଟ ବୈଧ ଭୋଟ୍ 1138 ଏବଂ ସେମାନଙ୍କର ମୋଟ ମୂଲ୍ୟ 1,49,575 । ଦ୍ରୌପଦୀ ମୁର୍ମୁ 1,05,299 ମୂଲ୍ୟରେ 809 ଭୋଟ୍ ପାଇଛନ୍ତି ସେହିପରି ଯଶୱନ୍ତ ସିହ୍ନା 44,276 ମୂଲ୍ୟରେ 329 ଭୋଟ୍ ପାଇଛନ୍ତି ।

#WATCH दिल्ली: केंद्रीय मंत्री धर्मेंद्र प्रधान लोक कलाकारों के साथ आदिवासी नृत्य करते दिखाई दिए। पहले दौर की मतगणना की समाप्ति के बाद NDA की राष्ट्रपति पद की उम्मीदवार द्रौपदी मुर्मू आगे चल रही हैं। pic.twitter.com/nPsbnIDjFK
— ANI_HindiNews (@AHindinews) July 21, 2022
ଅନ୍ୟପଟେ ସାରା ରାଜ୍ୟରେ ସମେତ ଦିଲ୍ଲୀରେ ମଧ୍ୟ ସେଲିବ୍ରେସନ ଆରମ୍ଭ ହୋଇଯାଇଛି । ଦିଲ୍ଲୀରେ କିଛି ପ୍ରବାସୀ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସରକାରୀ ବାସଭବନରେ ଏକାଠି ହୋଇଛନ୍ତି । ଯେଉଁଠି ଦେଖିବା ପାଇଁ ମିଳୁଛି ପାରମ୍ପରିକ ନୃତ୍ୟ ଓ ଗୀତ ସହ ଏକ ଉତ୍ସବର ବାତାବରଣ । ଯେଉଁଥିରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବଶସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଜଣେ ଓଡି଼ଆ ଭାବରେ ମୁଁ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଗର୍ବିତ । ମୟୂରଭଞ୍ଜ ଜିଲ୍ଲାର ଏକ ସାଧାରଣ ଜନଜାତି ପରିବାରରୁ ଆସି ଶ୍ରୀମତୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଯାହା ଅତ୍ୟନ୍ତ ଗର୍ବର ବିଷୟ । ଆଜି ଦେଶ ପାଇଁ ଏକ ଐତିହାସିକ ଦିନ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
#WATCH ओडिशा: राष्ट्रपति चुनाव के नतीजों में 2 राउंड के बाद NDA की राष्ट्रपति पद की उम्मीदवार द्रौपदी मुर्मू आगे चल रही हैं। इसी बीच रायरंगपुर में भाजपा नेता और कार्यकर्ता जश्न मनाते देखे गए। pic.twitter.com/pU8wuzblMD
— ANI_HindiNews (@AHindinews) July 21, 2022












Click it and Unblock the Notifications