For Quick Alerts
Turn On Notification  
For Daily Alerts
Oneindia App Download

କଟକଣା ଭିତରେ ପାଳନ ହେବ କଟକର କାଳୀପୂଜା : ସହରକୁ ଜଗିବେ 15 ପ୍ଲାଟୁନ୍ ପୁଲିସ ଫୋର୍ସ

ଦଶହରା ଭଳି କୋଭିଡ୍ ଗାଇଡଲାଇନ ଅନୁସାରେ କଟକରେ ପାଳନ ହେବ କାଳୀ ପୂଜା ।

|

ଭୁବନେଶ୍ୱର : ଗୋଟିଏ ପଟେ କୋଭିଡ୍ ମହାମାରୀ ଓ ଅନ୍ୟପଟେ ପାର୍ବଣଋତୁ । ଏହି ଦୁଇଟି ଦିଗକୁ ନେଇ ଚିନ୍ତାରେ ଥିବା ରାଜ୍ୟ ସରକାର ପାର୍ବଣଋତୁ ପାଇଁ ଗାଇଡଲାଇନ୍ ଜାରି କରିଥିଲେ । ଏହି ଗାଇଜଲାଇନକୁ ନେଇ କଟକରେ କାଳୀ ପୂଜା ପାଳନ କରାଯିବ । ଏନେଇ କଟକର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । କାଳୀ ପୂଜା ଠାରୁ ନେଇ ଭଷାଣୀ ପର୍ଯ୍ୟନ୍ତ ଏପରିକି ବାଣ ଫୁଟା ପର୍ଯ୍ୟନ୍ତ ସହରକୁ ଜଗିବେ 15 ପ୍ଲାଟୁନ୍ ପୁଲିସ ଫୋର୍ସ । କାଳୀପୂଜା ସମୟରେ କଟକରେ ଜନଗହଳୀକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପାଟ୍ରୋଲିଂକୁ କଡାକଡି କରାଯିବ ।

କଟକର କାଳୀ ପୂଜା

ଆହୁରି ମଧ୍ୟ ଆବଶ୍ୟକସ୍ଥଳେ ବିଭିନ୍ନ ସ୍ଥାନରେ ପୁଲିସ ଏଡ୍ ପୋଷ୍ଟ କରାଯିବ । ଦୀପାବଳୀରେ ବାଣପୁଟା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି । ଏଥିପାଇଁ କଟକ ସହରରେ ସ୍ୱତନ୍ତ୍ର ଡ୍ରାଇଭ ବ୍ୟବସ୍ଥା କରାଯାଇଥିବା ଡିସିପି କହିଛନ୍ତି । ପୂଜା ବେଳେ ସହରରେ 15 ପ୍ଲାଟୁନ୍ ପୁଲିସ ଫୋର୍ସ ସହ ପାଖାପାଖି 50 ଅଫିସର ନିୟୋଜିତ ହେବେ ବୋଲି ସେ କହିଛନ୍ତି । ଅପରପକ୍ଷରେ ପୂଜା ପରେ ଭଷାଣୀରେ ଅଧିକ ଗହଳୀ ହେଉଥିବାରୁ ଏହା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ମୂର୍ତ୍ତି ଗୁଡିକ ବିସର୍ଜନ ପାଇଁ 11ଟି ସ୍ଥାନ ଚିହ୍ନଟ କରାଯାଇଛି । ଏହି ସବୁ ସ୍ଥାନରେ ସିସିଟିଭି ଲଗାଯିବ ସହ ଭିଡକୁ ନିୟନ୍ତ୍ରଣ କରାଯିବ ବୋଲି ଡିସିପି ପ୍ରତୀକ କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Cuttack Kali puja will Observe in Covid Guideline Said DCP Pratik Singh
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X