Get Updates
Get notified of breaking news, exclusive insights, and must-see stories!

କଟକଣା ଭିତରେ ପାଳନ ହେବ କଟକର କାଳୀପୂଜା : ସହରକୁ ଜଗିବେ 15 ପ୍ଲାଟୁନ୍ ପୁଲିସ ଫୋର୍ସ

ଦଶହରା ଭଳି କୋଭିଡ୍ ଗାଇଡଲାଇନ ଅନୁସାରେ କଟକରେ ପାଳନ ହେବ କାଳୀ ପୂଜା ।

ଭୁବନେଶ୍ୱର : ଗୋଟିଏ ପଟେ କୋଭିଡ୍ ମହାମାରୀ ଓ ଅନ୍ୟପଟେ ପାର୍ବଣଋତୁ । ଏହି ଦୁଇଟି ଦିଗକୁ ନେଇ ଚିନ୍ତାରେ ଥିବା ରାଜ୍ୟ ସରକାର ପାର୍ବଣଋତୁ ପାଇଁ ଗାଇଡଲାଇନ୍ ଜାରି କରିଥିଲେ । ଏହି ଗାଇଜଲାଇନକୁ ନେଇ କଟକରେ କାଳୀ ପୂଜା ପାଳନ କରାଯିବ । ଏନେଇ କଟକର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । କାଳୀ ପୂଜା ଠାରୁ ନେଇ ଭଷାଣୀ ପର୍ଯ୍ୟନ୍ତ ଏପରିକି ବାଣ ଫୁଟା ପର୍ଯ୍ୟନ୍ତ ସହରକୁ ଜଗିବେ 15 ପ୍ଲାଟୁନ୍ ପୁଲିସ ଫୋର୍ସ । କାଳୀପୂଜା ସମୟରେ କଟକରେ ଜନଗହଳୀକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପାଟ୍ରୋଲିଂକୁ କଡାକଡି କରାଯିବ ।

କଟକର କାଳୀ ପୂଜା

ଆହୁରି ମଧ୍ୟ ଆବଶ୍ୟକସ୍ଥଳେ ବିଭିନ୍ନ ସ୍ଥାନରେ ପୁଲିସ ଏଡ୍ ପୋଷ୍ଟ କରାଯିବ । ଦୀପାବଳୀରେ ବାଣପୁଟା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି । ଏଥିପାଇଁ କଟକ ସହରରେ ସ୍ୱତନ୍ତ୍ର ଡ୍ରାଇଭ ବ୍ୟବସ୍ଥା କରାଯାଇଥିବା ଡିସିପି କହିଛନ୍ତି । ପୂଜା ବେଳେ ସହରରେ 15 ପ୍ଲାଟୁନ୍ ପୁଲିସ ଫୋର୍ସ ସହ ପାଖାପାଖି 50 ଅଫିସର ନିୟୋଜିତ ହେବେ ବୋଲି ସେ କହିଛନ୍ତି । ଅପରପକ୍ଷରେ ପୂଜା ପରେ ଭଷାଣୀରେ ଅଧିକ ଗହଳୀ ହେଉଥିବାରୁ ଏହା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ମୂର୍ତ୍ତି ଗୁଡିକ ବିସର୍ଜନ ପାଇଁ 11ଟି ସ୍ଥାନ ଚିହ୍ନଟ କରାଯାଇଛି । ଏହି ସବୁ ସ୍ଥାନରେ ସିସିଟିଭି ଲଗାଯିବ ସହ ଭିଡକୁ ନିୟନ୍ତ୍ରଣ କରାଯିବ ବୋଲି ଡିସିପି ପ୍ରତୀକ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+