କୋଭାକ୍ସିନ୍ ନା କୋଭିସିଲ୍ଡ କିଏ ସୃଷ୍ଟି କରୁଛି ଅଧିକ ଆଣ୍ଟିବଡି ? ଅଧ୍ୟୟନରୁ ଆସିଲା ବଡ ତଥ୍ୟ

କୋଭାକ୍ସିନ୍ ଟିକା ନେଇଥିବା ବ୍ୟକ୍ତିଙ୍କ ତୁଳନାରେ କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଥାଏ । ଏହାର ଅର୍ଥ ହେଉଛି କୋଭାକ୍ସିନ୍ ଠାରୁ କୋଭିସିଲ୍ଡ ଅଧିକ ପ୍ରଭାବଶାଳୀ ଅଟେ

ନୂଆଦିଲ୍ଲୀ: ଟିକାକୁ ନେଇ ଦେଶରେ ଅଧ୍ୟୟନ ଜାରି ରହିଛି। କୋଭିସିଲ୍ଡ ଏବଂ କୋଭାକ୍ସିନ୍ କୁ ନେଇ ହୋଇଥିବା ଅଧ୍ୟୟନରୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । କୋଭାକ୍ସିନ୍ ଟିକା ନେଇଥିବା ବ୍ୟକ୍ତିଙ୍କ ତୁଳନାରେ କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଥାଏ । ଏହାର ଅର୍ଥ ହେଉଛି କୋଭାକ୍ସିନ୍ ଠାରୁ କୋଭିସିଲ୍ଡ ଅଧିକ ପ୍ରଭାବଶାଳୀ ଅଟେ । ଅଧ୍ୟୟନରୁ ଜଣାପଡିଛି ଯେ, କୋଭାକ୍ସିନ୍ ରେ 80 ପ୍ରତିଶତ ଆଣ୍ଟିବଡି ଏବଂ କୋଭିସିଲ୍ଡରେ 90 ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି।
ସେହିପରି ପଶ୍ଚିମବଙ୍ଗ, ରାଜସ୍ଥାନ, ଗୁଜୁରାଟ ଏବଂ ଝାଡଖଣ୍ଡର 6 ଟି ହସ୍ପିଟାଲର ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ମିଳିତ ଭାବରେ ଏହି ଅଧ୍ୟୟନକୁ ପୂରା କରିଥିବା ବେଳେ ଅନ୍ୟ କିଛି ରାଜ୍ୟର ମଧ୍ୟ ହସ୍ତକ୍ଷେପ ରହିଛି। ଅଧ୍ୟୟନ ଅନୁସାରେ, ଭାରତରେ ବର୍ତ୍ତମାନ ବିତରଣ ହେଉଥିବା ଟିକା କୋଭାକ୍ସିନ୍ ଏବଂ କୋଭିସିଲ୍ଡ, ଉଭୟ ପ୍ରଭାବଶାଳୀ ହେଲେ କୋଭିସିଲ୍ଡ ଦ୍ୱାରା ଅଧିକ ଆଣ୍ଟିବଡି ତିଆରି ହୋଇପାରୁଛି।

କରୋନା

ଏଥିରେ 22ଟି ସହରର 515 ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଆଯାଇଥିଲା। ସେହି 515 ଜଣ ମଧ୍ୟରେ 305 ଜଣ ପୁରୁଷ ଥିବା ବେଳେ 210 ଜଣ ମହିଳା ରହିଥିଲେ। 90 ଜଣଙ୍କ ଠାରେ କୋଭାକ୍ସିନ୍ ଦିଆଯାଇଥିବା ବେଳେ 425 ଜଣଙ୍କ ଠାରେ କୋଭିସିଲଡ ଦିଆଯାଇଥିଲା । ଏଥିରେ କୋଭିସିଲ୍ଡ ନେଇଥିବା 425 ଜଣଙ୍କ ଠାରେ 98.1 ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଥିଲା ଏବଂ କୋଭାକ୍ସିନ୍ ନେଇଥିବା ବ୍ୟକ୍ତିଙ୍କ ଠାରେ 80 ପ୍ରତିଶତ ଆଣ୍ଟିବଡି ତିଆରି ହୋଇପାରିଥିଲା ।
ଅନ୍ୟପଟେ କୋଭିସିଲ୍ଡର ଗୋଟିଏ ଡୋଜ୍ କୋଭାକ୍ସିନ୍ ତୁଳନାରେ 10 ଗୁଣ ଅଧିକ ଆଣ୍ଟିବଡି ପ୍ରସ୍ତୁତ କରୁଛି । କୋଭିସିଲ୍ଡର ଗୋଟିଏ ଡୋଜ୍ କୋଭାକ୍ସିନ୍ ତୁଳନାରେ 6 ଗୁଣ ଅଧିକ ଆଣ୍ଟିବଡି ପ୍ରସ୍ତୁତ କରୁଥିବା ଜଣାପଡିଛି । ଖାଲି ସେତିକି ନୁହେଁ କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ପଜିଟିଭିଟି ହାର ମଧ୍ୟ ଖୁବ୍ କମ୍ ରହୁଥିବା ଦେଖିବାକୁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+