Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ଆଉ ୮୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଆଉ ୮୪୯ ପଜିଟିଭ ଚିହ୍ନଟ । ଏମାନଙ୍କ ମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୧୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱର: ରାଜ୍ୟରେ ଆଉ ୮୪୯ ପଜିଟିଭ ଚିହ୍ନଟ । ଏମାନଙ୍କ ମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୧୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୫୮ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬୧ ଜଣ ଚିହ୍ନଟ ହୋଇଛନ୍ତି।

Coronavirus

ଖୋର୍ଦ୍ଧାରୁ ସର୍ବାଧିକ ୩୬୧, କଟକରୁ ୯୮, ଷ୍ଟେଟପୁଲରୁ ୭୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୩୨, ବାଲେଶ୍ବରରୁ ୩୧, ପୁରୀରୁ ୨୮, କେନ୍ଦ୍ରାପଡାରୁ ୨୭, ଅନୁଗୁଳରୁ ୨୨, ଢେଙ୍କାନାଳ ଓ ଜଗତସିଂହପୁରରୁ ୨୧ଜଣ ଲେଖାଏଁ, ମୟୂରଭ଼୍ଜରୁ ୨୦, କେନ୍ଦୁଝରରୁ ୧୬, ସୁନ୍ଦରଗଡ଼ରୁ ୧୬, ସମ୍ବଲପୁରରୁ ୧୫, ନୟାଗଡ଼ରୁ ୧୪, ଦେବଗଡ଼ରୁ ୧୧, ଭଦ୍ରକରୁ ୧୦, ବୌଦ୍ଧରୁ ୫, ଗଞ୍ଜାମ ଓ କୋରାପୁଟରୁ ୪ଜଣ ଲେଖାଏଁ, ବରଗଡ଼ ଓ କଳାହାଣ୍ଡିରୁ ୩ଜଣ ଲେଖାଏଁ, କନ୍ଧମାଳ ,ନୂଆପଡା ଓ ରାୟଗଡ଼ାରୁ ୨ଜଣ ଲେଖାଏଁ, ବଲାଙ୍ଗୀର, ଝାରସୁଗୁଡା, ମାଲକାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୬୯ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭,୮୩୪କୁ ବୃଦ୍ଧି ପାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+