Get Updates
Get notified of breaking news, exclusive insights, and must-see stories!

ରାଜ୍ୟର କରୋନା ମିଟର : ହଜାରେ ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଆଖିବୁଜିଲେ 13

ରାଜ୍ୟରେ ହଜାରେ ତଳକୁ ଖସିଛି କରୋନା ଆକ୍ରାନ୍ତା ସଂଖ୍ୟା । 13 ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ।

ଭୁବନେଶ୍ୱର : ଆଜି ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା 1000 ତଳକୁ ଖସି ଆସିଛି । ଗତ 24 ଘଣ୍ଟା ମଧ୍ୟରେ 987 କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 572 ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 415 ଜଣ ସ୍ଥାନୀୟ ସଂକ୍ରମଣ ଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ସୂଚନା ଦେଇଛି । ବଡକଥା ହେଉଛି ଖୋର୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି । ଆଜି ଖୋର୍ଧାରେ 86 ଜଣ ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରେ ସର୍ବାଧିକ 107 ଟି ନୂଆ ସଂକ୍ରମିତ ରହିଥିବା ବେଳେ ଅନ୍ୟ ସବୁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 100 ତଳେ ରହିଛି ।

କୋଭିଡ୍ 19

ଅପରପକ୍ଷରେ ଆଜି 13 ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ରାଜ୍ୟ ସ୍ୱାସ୍ଥ୍ଯ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଭୁବନେଶ୍ୱରରୁ ଆଜି ଜଣେ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱର, ବରଗଡ, ଖୋର୍ଧା, କେନ୍ଦୁଝରରୁ ଗୋଟିଏ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ମୟୁରଭଞ୍ଜ ଓ ସମ୍ବଲପୁରରୁ ସର୍ବାଧିକ 3 ଜଣ ଲେଖାଏଁ କରୋନା ରୋଗୀ ଆଖି ବୁଜିଥିବା ବେଳେ ସୁନ୍ଦରଗଡରୁ 2 ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଆଜିର ମୃତ୍ୟୁକୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା 1,454 ରେ ପହଞ୍ଚିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+