ସାଉଥ୍ ଇଷ୍ଟ୍ର ରାଣୀ, କରମଣ୍ଡଳର କାହାଣୀ

ଭୟଙ୍କର ରେଳ ଦୁର୍ଘଟଣାରେ ଓଡ଼ିଶା ମାଟିକୁ ସିକ୍ତ କରିଥିବା କରମଣ୍ଡଳ ଏକ୍ସପ୍ରେସ୍ ଏକ ସାଧାରଣ ଟ୍ରେନ୍ ନୁହଁ । ବିଗତ ଚାରି ଦଶନ୍ଧି ଧରି କୋଲ୍କାତା ଠାରୁ ଚେନ୍ନାଇ ଯାଏଁ ଲକ୍ଷ ଲକ୍ଷ ଲୋକଙ୍କ ଗନ୍ତବ୍ୟର ଜୀବନ ରେଖା ପାଲଟିଥିବା କରମଣ୍ଡଳ ଏକ୍ସପ୍ରେସ୍ ଏକଦା ଥିଲା ଭାରତର ବହୁ ଇପ୍ସିତ ରେଳଗାଡି ମଧ୍ୟରୁ ଅନ୍ୟତମ ।
୧୯୭୭ ମସିହା ମାର୍ଚ୍ଚ ୬ ତାରିଖରୁ ସେବା ଆରମ୍ଭ କରିଥିବା କରମଣ୍ଡଳ ଏକ୍ସପ୍ରେସ୍ ପ୍ରସିଦ୍ଧ ଥିଲା ତା'ର ସମୟାନୁବର୍ତ୍ତିତା ଏବଂ ସ୍ପିଡ୍ ପାଇଁ । ଦକ୍ଷିଣ ପୂର୍ବ ରେଳପଥର ଏକମାତ୍ର ଗାଡି ଯାହାର ଷ୍ଟପେଜ୍ ଖଡଗପୁର କିମ୍ବା ଖୋର୍ଦ୍ଧା ରୋଡ୍ ଭଳି ଗୁରୁତ୍ୱପୂର୍ଣ୍ଣ ଜଙ୍କ୍ସନ୍ରେ ନଥିଲା । ୨୦୧୫ ମସିହା ପର୍ଯ୍ୟନ୍ତ ଓଡିଶାର କେବଳ ଭୁବନେଶ୍ୱରରେ ଥିଲା କରମଣ୍ଡଳର ରହଣୀ ।
କୋଲକାତା ଠାରୁ ମାଡ୍ରାସ୍ ପର୍ଯ୍ୟନ୍ତ ଯାତ୍ରା ପ୍ରାୟ ୨୨ ଘଣ୍ଟାରେ ଅତିକ୍ରମ କରୁଥିଲା କରମଣ୍ଡଳ ଏକ୍ସପ୍ରେସ୍ । ଏଥିପାଇଁ ଏହି ଗାଡିରେ ଟିକେଟ୍ ପାଇବା କୌଣସି ଇପ୍ସିତ ବସ୍ତୁ ଠାରୁ କମ୍ ନଥିଲା ପୁରୁଣା ସମୟରେ ।
ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ସମେତ ୫ଟି ରାଜ୍ୟର ଜୀବନରେଖା ପାଲଟିଥିବା କରମଣ୍ଡଳ ଏକ୍ସପ୍ରେସ୍ ଶତାବ୍ଦୀ, ରାଜଧାନୀ ତଥା ଆଜିର ଗ୍ଲାମର୍ କିଙ୍ଗ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ଗାଡି ଥିଲା ଏହିସବୁ ରାଜ୍ୟର ଯାତ୍ରୀମାନଙ୍କ ପାଇଁ ।
ପ୍ରାରମ୍ଭିକ ବର୍ଷ ଗୁଡିକରେ ଯେତେବେଳେ ହାଇସ୍ପିଡ୍ ରେଳଗାଡି କମ୍ ଚଳାଚଳ କରୁଥିଲା, ସେତେବେଳେ ହାୱଡା ଷ୍ଟେସନ୍ରୁ କଟକ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରେଳ ଟ୍ରାକ୍କୁ ଖାଲି କରାଯାଉଥିଲା କରମଣ୍ଡଳକୁ କ୍ଲିଅରାନ୍ସ ଦେବା ପାଇଁ । ଷ୍ଟେସନ୍ ଦେଇ ଯାଉଥିବା ଦ୍ରୁତଗାମୀ କରମଣ୍ଡଳ ଭାରତୀୟ ରେଳର ସୁନେଲି ଭବିଷ୍ୟତର ସ୍ୱପ୍ନକୁ ବଖାଣୁ ଥିଲା ।
ଆଗରୁ ଅନେକ ଥର ବଦ୍ନାମ ମୁଣ୍ଡାଇଛି କରମଣ୍ଡଳ:
- 1997 ମସିହା ଅଗଷ୍ଟ 15 ରେ କରମଣ୍ଡଳ ଡାଉନ୍ ଟ୍ରେନ୍ କରମଣ୍ଡଳ ଅପ୍ ସହ ମୁହାଁମୁହିଁ ଧକ୍କା ହୁଏ । ଏହି ଦୁର୍ଘଟଣା ଘଟେ ବିଶାଖାପାଟଣା ଏବଂ ବ୍ରହ୍ଣପୁର ମଧ୍ୟରେ । ଏଥିରେ ପ୍ରାଣ ହରାନ୍ତି 75 ଯାତ୍ରୀ ।
- ସେହିପରି 1999 ନଗାବାଳୀ ନଦୀ ପାର୍ ହେବା ପରେ ଲାଇନଚ୍ୟୁତ ହୋଇ 50 ଜଣଙ୍କ ପ୍ରାଣ ନେବା ସହ 500 ରୁ ଅଧିକ ହୁଅନ୍ତି ଆହତ ।
- ଓଡ଼ିଶାର ଯାଜପୁର-କେନ୍ଦୁଝର ରୋଡ଼ରେ ବି ରହିଛି କରମଣ୍ଡଳର କରୁଣ କାହାଣୀ । ସେଦିନ ଥିଲା 2009 ମସିହା 13 ଫେବୃଆରୀ । ଗାଡ଼ି ଲାଇନଚ୍ୟୁତ ହେବା ଯୋଗୁଁ ଦୁର୍ଘଟଣା ଘଟି ପ୍ରାଣ ହରାଇଥିଲେ 15 ଯାତ୍ରୀ ।
- 2012 ଡିସେମ୍ବର 30 ରେ 6 ହାତୀଙ୍କ ମୃତ୍ୟୁର ଦୋଷ ମୁଣ୍ଡାଇ ଥିଲା କରମଣ୍ଡଳ ।
- ଏହା ପରେ ଏବେ 2023 ଜୁନ୍ 2 ର କାହାଣୀ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଲାଇନଚ୍ୟୁତ ହେବା ପରେ ଅନ୍ୟ ଦୁଇ ଗାଡ଼ି ସହ ମାଡ଼ ହୋଇ ଘଟାଇଥିଲା ଭୟାନକ ଦୁର୍ଘଟଣା । ବର୍ତ୍ତମାନ ସୁଦ୍ଧା ସରକାରୀ ତଥ୍ୟ ଅନୁସାରେ ପ୍ରାଣ ହରାଇଲେଣି 275 ଯାତ୍ରୀ । ଆହତ ହୋଇଛନ୍ତି ହଜାରରୁ ଅଧିକ ଲୋକ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications