ଧୋନିଙ୍କ ନାଁରେ ମାମାଲା ରୁଜୁ, ଜାଣନ୍ତୁ ପୁରା ଘଟଣା
MS Dhoni: ଠକେଇ ମାମଲକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନି । ବାସ୍ତବରେ ମହେନ୍ଦ୍ର ସିଂ ଧୋନିଙ୍କ ବିରୋଧରେ ବିସିସିଆଇ ଅଧିକାରୀଙ୍କ ନିକଟରେ 'Conflict Of Interest'ର ଏକ ଅଭିଯୋଗ ହୋଇଛି । ବିସିସିଆଇର ନିୟମ 39 ଅନୁଯାୟୀ ବୋର୍ଡର ନୈତୀକ କମିଟିରେ ଏହି ଅଭିଯୋଗ ଦାଖଲ କରାଯାଇଛି।
ଉତ୍ତରପ୍ରଦେଶର ଆମେଠୀ ଜିଲ୍ଲାର ବାସିନ୍ଦା ରାଜେଶ କୁମାର ମୌର୍ଯ୍ୟ ନାମକ ଜଣେ ବ୍ୟକ୍ତି ଏପରି ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ ୧୫ କୋଟି ଟଙ୍କା ଠକେଇ ମାମଲା ସହିତ ଜଡିତ, ଯାହାକି ଭାରତୀୟ କ୍ରିକେଟର ଏମଏସ ଧୋନିଙ୍କ ରାଞ୍ଚିର ସିଭିଲ କୋର୍ଟରେ ମିହିର ଦିୱାକର ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ଦାଖଲ କରିଥିଲେ । ବିସିସିଆଇର ନୈତୀକ କମିଟି ୩୦ ଅଗଷ୍ଟ ସୁଦ୍ଧା ଧୋନିଙ୍କଠାରୁ ଉତ୍ତର ମାଗିଛି। ଏହା ବ୍ୟତୀତ ରାଜେଶ କୁମାର ମୌର୍ଯ୍ୟଙ୍କୁ ୧୬ ସେପ୍ଟେମ୍ବର ସୁଦ୍ଧା ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ରଖାଯାଇଛି ।

ରାଞ୍ଚି ସିଭିଲ କୋର୍ଟରେ ମିହିର ଦିୱାକର ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏମଏସ ଧୋନି ଏକ ଠକେଇ ମାମଲା ରୁଜୁ କରିଥିଲେ । ଏଥିରେ ମିହିର ଦିୱାକରଙ୍କ ବ୍ୟତୀତ ଧୋନିଙ୍କ ସହ ବ୍ୟବସାୟ କରୁଥିବା ସୋମିଆ ଦାସ ଏବଂ ଆର୍କା ସ୍ପୋର୍ଟସ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡ ବିରୋଧରେ ମଧ୍ୟ ଠକେଇ ଅଭିଯୋଗ ରହିଛି । ଦାବି କରାଯାଉଛି ଯେ ଭାରତୀୟ କ୍ରିକେଟରଙ୍କ ଠାରୁ ୧୫ କୋଟି ଟଙ୍କା ଠକେଇ କରାଯାଇଛି।
୨୦ ମାର୍ଚ୍ଚ ୨୦୨୪ରେ ରାଞ୍ଚି ସିଭିଲ କୋର୍ଟ ଏହି ମାମଲାକୁ ନେଇ ଶୁଣାଣି କରିଥିଲେ । ଯେଉଁଥିରେ ମିହିର ଦିୱାକର, ସୋମିଆ ଦାସ ଏବଂ ଆର୍କା ସ୍ପୋର୍ଟସ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡକୁ ଡକାଯାଇଥିଲା। ବିଶେଷକରି ମିହିର ଦିୱାକରଙ୍କୁ ଧୋନି ଚୁକ୍ତିନାମା ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଚୁକ୍ତିନାମା ୨୦୨୧ ମସିହାରେ ଶେଷ ହୋଇଯାଇଥିଲା, ତଥାପି ମିହିର ଦିୱାକରଙ୍କ କମ୍ପାନୀ (ଆର୍କା ସ୍ପୋର୍ଟସ ମ୍ୟାନେଜମେଣ୍ଟ ) ତାଙ୍କ ନାମ ବ୍ୟବହାର ଜାରି ରଖିଥିଲେ। ଏହି କାରଣରୁ ଧୋନି ପ୍ରାୟ ୧୫ କୋଟି ଟଙ୍କା କ୍ଷତି ସହିଛନ୍ତି ।












Click it and Unblock the Notifications