କମିଲା କମର୍ସିଆଲ ସିଲିଣ୍ତର ଦର

ଭୁବନେଶ୍ୱର: କମିଲା ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ତର ଦର । ସିଲିଣ୍ତର ଦର ୯୧ ଟଙ୍କା ୫୦ ପଇସା କମିଥିବା ନେଇ ସୂଚନା ରହିଛି । ଦେଶର ରାଜଧାନୀ ଦିଲ୍ଲୀରେ କମର୍ସିଆଲ ସିଲିଣ୍ତରର ମୂଲ୍ୟ ଏବେ ୨୦୨୮ ଟଙ୍କା ରହିଛି । ହେଲେ ଘରୋଇ ସିଲିଣ୍ତର ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।
ଚଳିତ ବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର କମର୍ସିଆଲ୍ ଏବଂ ରୋଷେଇ ଗ୍ୟାସର ମୂଲ୍ୟ ୩୫୦ ଟଙ୍କା ବଢାଇଥିଲେ । ଯାହା ପରେ ବର୍ତ୍ତମାନ କମର୍ସିଆଲ୍ ଗ୍ୟାସର ଦର ୯୨ ଟଙ୍କା ହ୍ରାସ କରାଯାଇଛି ।
ନୂଆ ଦର ଲାଗୁ ହେବା ପରେ ବର୍ତ୍ତମାନ ଦେଶର ରାଜଧାନୀ ଦିଲ୍ଲୀରେ କମର୍ସିଆଲ ସିଲିଣ୍ତରର ଦର ୨ ହଜାର ୨୮ ଟଙ୍କା ରହିଛି ସେହିପରି କୋଲକାତାରେ ୨ ହଜାର ୧୩୨, ମୁମ୍ବାଇରେ ୧୯୮୦, ଚେନ୍ନାଇରେ ୨ ହଜାର ୧୯୨ ଟଙ୍କା ୫୦ ପଇସା ହୋଇଛି ।
ସେପଟେ ଘରୋଇ ଗ୍ୟାସର ମୂଲ୍ୟର କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଯଦି ଘରୋଇ ଗ୍ୟାସ ସିଲିଣ୍ତରର ଆଜିର ଦର ଉପରେ ନଜର ପକାଇବା ତେବେ, ଦିଲ୍ଲୀରେ ୧୧୦୩ ଟଙ୍କା, ମୁମ୍ବାଇରେ ୧ ହଜାର ୧୧୨ ଟଙ୍କା, କୋଲକାତାରେ ୧ ହଜାର ୧୨୯ ଟଙ୍କା ଏବଂ ଚେନ୍ନାଇରେ ୧ ହଜାର ୧୧୮ ଟଙ୍କା ରହିଛି । ଗତ ମାସରେ ଘରୋଇ ଏଲପିଜି ସିଲିଣ୍ତର ମୂଲ୍ୟ ୫୦ ଟଙ୍କା ବଢାଯାଇଥିଲା ।












Click it and Unblock the Notifications