ଆଜି ଭାଇଚାରାର ପର୍ବ ଇଦ୍, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀ
ଆଜି ଭାଇଚାରାର ପର୍ବ ଇଦ୍ । କରୋନା କଟକଣା କୋହଳ ହେବାରୁ ପ୍ରାୟ ୨ବର୍ଷ ପରେ ଏକାଠି ହେବେ ମୁସଲିମ୍ ଭାଇ ଭଉଣୀମାନେ । ମସ୍ଜିଦ୍ ଯାଇ ନମାଜ ପାଠ କରିବା ସହିତ ଘରେ ପ୍ରସ୍ତୁତ କରିବେ ସୁସ୍ୱାଦୁ ବ୍ୟଞ୍ଜନ ।
ଭୁବନେଶ୍ୱର: ଆଜି ଭାଇଚାରାର ପର୍ବ ଇଦ୍ । କରୋନା କଟକଣା କୋହଳ ହେବାରୁ ପ୍ରାୟ ୨ବର୍ଷ ପରେ ଏକାଠି ହେବେ ମୁସଲିମ୍ ଭାଇ ଭଉଣୀମାନେ । ମସ୍ଜିଦ୍ ଯାଇ ନମାଜ ପାଠ କରିବା ସହିତ ଘରେ ପ୍ରସ୍ତୁତ କରିବେ ସୁସ୍ୱାଦୁ ବ୍ୟଞ୍ଜନ ।

ତେବେ ଇଦ୍ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ମୁସଲମାନ ଭାଇ-ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ରାଷ୍ଟ୍ରପତି ଟ୍ୱିଟ୍ କରି ଲେଖିଛନ୍ତି ଯେ, ସମସ୍ତ ଦେଶବାସୀ ବିଶେଷକରି ମୁସଲମାନ ଭାଇ-ଭଉଣୀଙ୍କୁ ଇଦ୍ ମୁବାରକ୍ । ପବିତ୍ର ରମଜାନ୍ ମାସ ପରେ ପାଳିତ ହେଉଥିବା ଏହି ପର୍ବ ସମାଜରେ ଭାଇଚାରା ଓ ସଦ୍ଭାବନାକୁ ମଜବୁତ୍ କରିଥାଏ । ଆସନ୍ତୁ, ଏହି ପବିତ୍ର ଅବସରରେ ଆମେ ସବୁ ନିଜକୁ ମାନବତାର ସେବାରେ ସମର୍ପି ଦେବା ଏବଂ ଗରିବଙ୍କ ଜୀବନରେ ସୁଧାର ଆଣିବାକୁ ପ୍ରୟାସ କରିବା ।

ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଇଦ୍ ଉଲ୍ ଫିତର ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ପବିତ୍ର ପର୍ବ ଆମମାନଙ୍କ ମଧ୍ୟରେ ଏକତା ଏବଂ ଭାତୃଭାବକୁ ଆହୁରି ବୃଦ୍ଧି କରୁ ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ କରି ଇଦ୍ର ଶୁଭେଚ୍ଛା ଜଣାଇଛନ୍ତି । ଇଦ୍ ପର୍ବ ସମସ୍ତଙ୍କ ମଧ୍ୟରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି ।













Click it and Unblock the Notifications