Christmas 2024: ଆସୁଛି ଖ୍ରୀଷ୍ଟମାସ, ଜାଳନ୍ତୁ ଏହି ରଙ୍ଗର କ୍ୟାଣ୍ତେଲ୍
Christmas 2024: ଡିସେମ୍ବରରେ ପ୍ରଭୁ ଯୀଶୁ ଧରାବତରଣ କରିଥିଲେ ଯେଉଁଥି ପାଇଁ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ଖ୍ରୀଷ୍ଟମାସ ପାଳନ କରାଯାଏ । ମାନ୍ୟତା ରହିଛି ଯେ ମେଣ୍ଢା ଶାଳରେ ଜନ୍ମ ନେଇଥିବା ପ୍ରଭୁ ଯୀଶୁ ସମାଜକୁ ପ୍ରେମ ଏବଂ ମାନବିକତାର ଶିକ୍ଷା ଦେଇଥିଲେ । ପ୍ରେମ ଏବଂ ଭାଇଚାରାର ମହତ୍ୱ ସେ ବୁଝାଇଥିଲେ । ତେବେ ଏହି ପର୍ବରେ ମହମବତୀର ବିଶେଷ ମହତ୍ତ୍ୱ ରହିଛି । ଖ୍ରୀଷ୍ଟମାସର ରଙ୍ଗୀନ ମହମବତୀ ଜୀବନରେ ସୁଖ ଏବଂ ସଫଳତାର ପ୍ରତୀକ ଅଟେ ।
ହଳଦିଆ ମହମବତୀ- କୁହାଯାଏ ଯେ ହଳଦିଆ ମହମବତୀ ଶାନ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ । ଖ୍ରୀଷ୍ଟମାସ ଦିନ ଏହାକୁ ଜାଳି ଦ୍ୱାରା , ସୁସମ୍ପର୍କ ଏବଂ ମଧୁରତା ବଜାୟ ରହିଥାଏ ।
ଧଳା ମହମବତୀ - ଖ୍ରୀଷ୍ଟମାସରେ ମହମବତୀ ଜାଳି ଭକ୍ତମାନେ ପ୍ରଭୁ ଯୀଶୁଙ୍କଠାରୁ ନିଜ ଜୀବନରେ ସୁଖ-ସମୃଦ୍ଧିର ପ୍ରାର୍ଥନା କରିଥାନ୍ତି । ଧଳା ରଙ୍ଗର ମହମବତୀ ଲକ୍ଷ୍ୟ ହାସଲ କରିବାରେ ଏବଂ ଜୀବନରେ ସଫଳତା ମଧ୍ୟ ଭରି ଦେଇଥାଏ । ଏହା ଶାନ୍ତି ଏବଂ ସୁଖର ମଧ୍ୟ ପ୍ରତିକ ।

ଲାଲ୍ ମହମବତୀ - ନାଲି ରଙ୍ଗ ହେଉଛି ଅଗ୍ନିର ପ୍ରତୀକ, ଜୀବନରେ ଖ୍ୟାତି ଏବଂ ଗୌରବ ପାଇବା ପାଇଁ ଏହି ରଙ୍ଗର ମହମବତୀ ଖ୍ରୀଷ୍ଟମାସ ଦିନ ଜାଳିଲେ ସୁଫଳ ମିଳିଥାଏ ।
କମଳା ମହମବତୀ - ଏହା ସୂର୍ଯ୍ୟଙ୍କର ପ୍ରତିକ । ଏହାର ପ୍ରଭାବରେ, ଜୀବନରେ ଧନ ଏବଂ ପ୍ରଗତିର ମାର୍ଗ ଖୋଲିଥାଏ । ଜୀବନରେ ସମ୍ମାନ ମିଳିଥାଏ ।
ଖ୍ରୀଷ୍ଟମାସ ଦିନ ଚର୍ଚ୍ଚ କିମ୍ବା ଘରେ ମହମବତୀ ଜାଳି ଏକତ୍ରିତ ଭାବରେ ପ୍ରାର୍ଥନା କରିବା ଏକତ୍ର ବଞ୍ଚିବାର ବାର୍ତ୍ତା ଦେଇଥାଏ । କୁହାଯାଏ ଯେ ମହମବତୀ ଜାଳି ପ୍ରାର୍ଥନା ଇଶ୍ୱରଙ୍କ ପାଖରେ ପ୍ରାର୍ଥନା କରିବା ଦ୍ୱାରା ମନ ଶାନ୍ତି ରହିବା ସହ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଯେପରି ଲୋକମାନେ ଦୀପାବଳିରେ ଦୀପ ଜାଳି ଖୁସିକୁ ପାଳନ କରନ୍ତି, ସେହିଭଳି ଖ୍ରୀଷ୍ଟମାସରେ ମହମବତୀ ଜାଳିବା ଦ୍ୱାରା ଜୀବନର ଅନ୍ଧକାର ଦୂର ହୋଇଥାଏ । ଆଖପାଖର ପରିବେଶକୁ ଶକ୍ତିଶାଳୀ ଏବଂ ସକ୍ରିୟ କରିଥାଏ ।












Click it and Unblock the Notifications