For Quick Alerts
Turn On Notification  
For Daily Alerts
Oneindia App Download

ଧୁମଧାମରେ ପାଳନ ହେଉଛି ବଡଦିନ, ରଙ୍ଗିନ ଆଲୋକମାଳାରେ ଝଲସୁଛି ଚର୍ଚ୍ଚ

ଧୁମଧାମରେ ପାଳନ ହେଉଛି ବଡଦିନ, ରଙ୍ଗିନ ଆଲୋକମାଳାରେ ଝଲସୁଛି ଚର୍ଚ୍ଚ

|

ଭୁବନେଶ୍ୱର: ଆଜି ସାରା ବିଶ୍ୱରେ ଧୁମଧାମରେ ପାଳନ ହେଉଛି ବଡଦିନ ବା ଖ୍ରୀଷ୍ଟମାସ । ଆଜି ଭଗବାନ ଯୀଶୁ ଜନ୍ମଗ୍ରହଣ କରିଥିଲେ । ଆଜିର ଦିନକୁ ବେଶ୍ ଉତ୍ସାହର ସହ ଖୁବ୍ ଜାକଜମକରେ ପାଳନ କରାଯାଉଛି । ପ୍ରଭୁ ଯୀଶୁଙ୍କର ଧରାବତରଣ ପାଇଁ ବେଶ ସୁନ୍ଦର ଭାବେ ସଜେଇ ହୋଇଛି ବିଶ୍ୱର ସମସ୍ତ ଚର୍ଚ୍ଚ । କରୋନା ମହାମାରୀ ପରେ ଦୁଇ ବର୍ଷ ପରେ ଚଳିତ ବର୍ଷ ପୁଣି ଚର୍ଚ୍ଚରେ ଦେଖିବା ପାଇଁ ମିଳୁଛି ଲୋକଙ୍କ ଭିଡ । କେବେଳ ଚର୍ଚ୍ଚ ନୁହେଁ ଘରେ ଘରେ ଆଜି ଉତ୍ସବର ମାହୋଲ ଦେଖିବାକୁ ମିଳୁଛି ।

Christmas 2022

ଗତକାଲି ମଧ୍ୟ ରାତିରୁ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ଦେଶର ସମସ୍ତ ଛୋଟବଡ ଚର୍ଚ୍ଚକୁ ରଙ୍ଗୀନ୍ ଆଲୋକମାଳାରେ ସଜାଯାଇଛି । ଅନେକ ସ୍ଥାନରେ ଖ୍ରୀଷ୍ଟମାସ କାର୍ନିଭାଲ୍'ର ମଧ୍ୟ ଆୟୋଜିତ ହୋଇଛି । ଗତକାଲି ମଧ୍ୟରାତ୍ରରେ ବିଭିନ୍ନ ଚର୍ଚ୍ଚଗୁଡ଼଼ିକରେ ବିଶେଷ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ହଜାର ହଜାର ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଅଂଶଗ୍ରହଣ କରିଥିଲେ । ଭୁବନେଶ୍ୱର କଟକ ବ୍ୟତିତ, ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା, କନ୍ଧମାଳ ଆଦି ସହରଗୁଡ଼ିକରେ ବେଶ୍ ଶାନ୍ତିପୂର୍ଣ୍ଣ ଭାବରେ ବଡଦିନ ପାଳନ କରାଯାଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Christmas is being celebrated in a big way , church decorated with colourful lights
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X