ଧରାପୃଷ୍ଠରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ, ଧୂମଧାମରେ ପାଳନ ହେଉଛି ବଡ଼ ଦିନ
Merry Christmas 2023: ଆଜି ପବିତ୍ର ବଡଦିନ ଅର୍ଥାତ ଖ୍ରୀଷ୍ଟମାସ । ଆଜି ପ୍ରଭୁ ଯୀଶୁଙ୍କ ଜନ୍ମଦିନ, ଏହିଦିନ ପ୍ରଭୁ ଯୀଶୁ ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ଧରାପୃଷ୍ଠରେ ଅବତରଣ କରିଥାନ୍ତି ବୋଲି ମାନ୍ୟତା ରହିଛି । ଧରାପୃଷ୍ଠରେ ପ୍ରଭୁଙ୍କ ସ୍ୱାଗତ ଲାଗି ଚର୍ଚ୍ଚଗୁଡ଼ିକ ଆଲୋକମାଳାରେ ସଜ୍ଜାଯିବା ସହ ସାରା ବିଶ୍ୱ ଆଜି ଉତ୍ସବମୁଖର ମାହୋଲ ଦେଖିବା ପାଇଁ ମିଳୁଛି ।
ଭାଟିକାନ୍ ସିଟିରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ବେଶ୍ ଧୂମଧାମରେ ପାଳନ ହେଉଛି ଖ୍ରୀଷ୍ଟମାସ । ସେହିପରି ଖ୍ରୀଷ୍ଟମାସ ଦିନ କେକ୍, ଘଣ୍ଟି, ମହମବତୀ, ମୋଜା ସବୁର ଖାସ୍ ମହତ୍ୱ ରହିଛି।

ଗତକାଲି ମଧ୍ୟ ରାତିରୁ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ଦେଶର ସମସ୍ତ ଛୋଟବଡ ଚର୍ଚ୍ଚକୁ ରଙ୍ଗୀନ୍ ଆଲୋକମାଳାରେ ସଜାଯାଇଛି । ଅନେକ ସ୍ଥାନରେ ଖ୍ରୀଷ୍ଟମାସ କାର୍ନିଭାଲ୍'ର ମଧ୍ୟ ଆୟୋଜିତ କରାଯାଇଛି । ଗତକାଲି ମଧ୍ୟରାତ୍ରରେ ବିଭିନ୍ନ ଚର୍ଚ୍ଚଗୁଡ଼଼ିକରେ ବିଶେଷ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ହଜାର ହଜାର ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଅଂଶଗ୍ରହଣ କରିଥିଲେ ।
ମାନ୍ୟତା ରହିଛି ଯେ, ପ୍ରଭୁ ଯୀଶୁ ସମାଜକୁ ପ୍ରେମ ଏବଂ ମାନବିକତାର ଶିକ୍ଷା ଦେଇଥିଲେ । ପ୍ରେମ ଏବଂ ଭାଇଚାରାର ମହତ୍ୱ ବୁଝାଇଥିଲେ । ତେବେ ଏହି ପର୍ବରେ ମହମବତୀର ବିଶେଷ ମହତ୍ତ୍ୱ ରହିଛି । ଖ୍ରୀଷ୍ଟମାସର ରଙ୍ଗୀନ ମହମବତୀ ଜୀବନରେ ସୁଖ ଏବଂ ସଫଳତାର ପ୍ରତୀକ ଅଟେ । ଆଜିର ଦିନରେ ରଙ୍ଗ ବେରଙ୍ଗ ମହମବତୀ ଜଳେଇବା ଉଚିଚ୍ । କୁହାଯାଏ ଯେ ମହମବତୀ ଜାଳି ପ୍ରାର୍ଥନା ଇଶ୍ୱରଙ୍କ ପାଖରେ ପ୍ରାର୍ଥନା କରିବା ଦ୍ୱାରା ମନ ଶାନ୍ତି ରହିବା ସହ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଖ୍ରୀଷ୍ଟମାସରେ ମହମବତୀ ଜାଳିବା ଦ୍ୱାରା ଜୀବନର ଅନ୍ଧକାର ଦୂର ହୋଇଥାଏ । ଆଖପାଖର ପରିବେଶକୁ ଶକ୍ତିଶାଳୀ ଏବଂ ସକ୍ରିୟ କରିଥାଏ ।
ଆପଣଙ୍କ ସୂଚନା ପାଇଁ, ମାର୍ଚ୍ଚ ୨୫ ତାରିଖରେ ଯୀଶୁଙ୍କ ମା ମେରୀ ଗର୍ଭଧାରଣ ବିଷୟରେ କହିଥିଲେ । ସେ ଏକ ବିଶେଷ ଶିଶୁକୁ ଜନ୍ମ ଦେବେ, ଯାହାର ନାଁ ଯୀଶୁ ରହିବ । ୨୫ ମାର୍ଚ୍ଚରୁ ୯ ମାସ ପରେ ଅର୍ଥାତ ଡିସେମ୍ବର ୨୫ ତାରିଖରେ ଯୀଶୁଙ୍କ ଜନ୍ମ ହୋଇଥିଲା । ଏଥିପାଇଁ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ଖ୍ରୀଷ୍ଟମାସ ଡେ ଅତି ଆନନ୍ଦ ସହକାରେ ପାଳନ କରାଯାଏ । ଖ୍ରୀଷ୍ଟମାସ ଉତ୍ସବ କେବଳ ଯେ ବିଦେଶରେ ଧୁମଧାମରେ ପାଳନ ହୁଏ ତାହା ନୁହେଁ, ଭାରତରେ ମଧ୍ୟ ଅନେକ ଏଭଳି ସହର ରିହିଛି ଯେଉଁଠାରେ ଖ୍ରୀଷ୍ଟମାସ ବହୁ ଆଡମ୍ବର ସହ ପାଳନ କରାଯାଏ ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....












Click it and Unblock the Notifications