ଖ୍ରୀଷ୍ଟମାସ ନୂଆ ବର୍ଷ ପାଇଁ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ୍
Christmas 2004: ଆଉ ମାତ୍ର କିଛି ଦିନର ମାତ୍ର ଅପେକ୍ଷା ଏହା ପରେ ଆରମ୍ଭ ହୋଇଯିବ ଆଉ ଏକ ନୂଆ ବର୍ଷ । ସେହିପରି ଆସନ୍ତାକାଲି ରହିଛି ବଡ଼ ଦିନ ବା ଖ୍ରୀଷ୍ଟମାସ । ଯେଉଁଥି ପାଇଁ ଆଜିଠୁ ହିଁ ଅନେକ ସ୍ଥାନରେ ଉତ୍ସାହର ମାହୋଲ ରହିଛି । ସେହିପରି ସାଧାରଣତଃ ଏହି ଋତୁରେ ଲୋକେ ଅଧିକ ବୁଲିବା ପାଇଁ ପସନ୍ଦ କରନ୍ତି । ତେବେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ରହିଛି ଲମ୍ବା ଛୁଟି ।
ଆରବିଆଇ ପକ୍ଷରୁ ଏକ ଛୁଟି ତାଲିକା ପ୍ରକାଶ ପାଇଛି । ଯଦି ଆପଣ ବ୍ୟାଙ୍କରେ କିଛି କାମ ରଖିଛି ତେବେ ତୁରନ୍ତ ସାରି ନିଅନ୍ତୁ କାରଣ ଆଗକୁ ଲମ୍ବା ସମୟ ପାଇଁ ବ୍ୟାଙ୍କ୍ ବନ୍ଦ ରହିବ । ଖ୍ରୀଷ୍ଟମାସ ଅବସରରେ ଆଜି ମିଜୋରାମ, ନାଗାଲାଣ୍ଡ ଏବଂ ମେଘାଳୟ ଭଳି ରାଜ୍ୟରେ ବ୍ୟାଙ୍କ ଛୁଟି ରହିଥିବା ବେଳେ 25 ଡିସେମ୍ବର ଅର୍ଥାତ୍ ବୁଧବାର ଦିନ ଅନ୍ୟ ରାଜ୍ୟରେ ବ୍ୟାଙ୍କଗୁଡିକ ବନ୍ଦ ରିହବା ନେଇ ସୂଚନା ଜାରି କରାଯାଇଛି ।

ବୁଧବାର ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ, ଚଣ୍ଡିଗଡ଼, ଦିଲ୍ଲୀ, ଗୋଆ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡଖଣ୍ଡ, ଜାମ୍ମୁ କଶ୍ମୀର, କର୍ଣ୍ଣାଟକ, ଲଦାଖ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ , ଓଡିଶା, ପଞ୍ଜାବ, ରାଜସ୍ଥାନ, ସିକ୍କିମ, ତାମିଲନାଡୁ, ତେଲେଙ୍ଗାନା, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ।
ଖ୍ରୀଷ୍ଟମାସ ଉତ୍ସବ ହେତୁ ମିଜୋରାମ, ନାଗାଲାଣ୍ଡ ଏବଂ ମେଘାଳୟର ବ୍ୟାଙ୍କଗୁଡିକ ମଧ୍ୟ 26 ଡିସେମ୍ବରରେ ବନ୍ଦ ରହିବ। ନାଗାଲାଣ୍ଡରେ ଖ୍ରୀଷ୍ଟମାସ ହେତୁ 24 ଡିସେମ୍ବରରୁ 27 ଡିସେମ୍ବର ମଧ୍ୟରେ ବ୍ୟାଙ୍କ ଛୁଟି ରହିଛି ।
28 ଡିସେମ୍ବର - ଚତୁର୍ଥ ଶନିବାର ଅର୍ଥାତ୍ ମାସର ଚତୁର୍ଥ ଶନିବାର ପାଇଁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ଡିସେମ୍ବର 29 ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ । 30 ଡିସେମ୍ବର ସୋମବାର ମେଘାଳୟରେ ବ୍ୟାଙ୍କ ଛୁଟି ରହିବ ।31 ଡିସେମ୍ବର ମିଜୋରାମ, ସିକ୍କିମରେ ବ୍ୟାଙ୍କ ବନ୍ଦ ରହିବ ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ପୁଣି ଖସିଲା ସୁନା-ରୂପା ରେଟ୍ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
ଶୁଭମନ ଗିଲ୍ ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ କ୍ରିକେଟର -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଏଥର ପ୍ରଚଣ୍ଡ ହେବ ଗୁଷ୍ମ ପ୍ରବାହ, ୪୦ ଛୁଇଁବ ପାରଦ -
ଗହଣା କିଣିବା ପୂର୍ବରୁ ପକାନ୍ତୁ ନଜର, ଜାଣିରଖନ୍ତୁ ଆଜିର ଦାମ୍









Click it and Unblock the Notifications