Children's Day: ଏହା ଥିଲା ଜବାହାରଲାଲ ନେହେରୁଙ୍କ ଶେଷ ଇଛା, ଯାହା ହେଲା ନାହିଁ ପୂରଣ !
Children's Day 2024: ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଏ । ଆଜି ଅର୍ଥାତ୍ ୧୪ ନଭେମ୍ବର ହେଉଛି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମଦିନ । ୧୮୮୯ ମସିହା ନଭେମ୍ବର ମାସ ୧୪ ତାରିଖ ଦିନ ଆହ୍ଲାବାଦର ଆନନ୍ଦ ଭବନରେ ଜନ୍ମ ଗ୍ରହଣ କରିଥିଲେ ଜବାହାରଲାଲ ନେହେରୁ ।
ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ବରୂପା ରାଣୀ ଥିଲେ । ପରେ, ଜବାହାରଲାଲ ନେହେରୁ ସମଗ୍ର ବିଶ୍ୱରେ ଅନେକ ଖ୍ୟାତି ଅର୍ଜନ କରିଥିଲେ । ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। କେବଳ କଂଗ୍ରେସ ଦଳର ନେତା ନୁହଁନ୍ତି ଅନ୍ୟ ଦଳର ନେତାମାନେ ମଧ୍ୟ ଜବାହରଲାଲ ନେହେରୁଙ୍କୁ ସମ୍ମାନ କରୁଥିଲେ ।

ଦେଶର ପିଲାମାନେ ପଣ୍ଡିତ ନେହେରୁଙ୍କୁ ବହୁତ ଭଲ ପାଉଥିଲେ, ଏବଂ ତାଙ୍କୁ ଚାଚା ନେହେରୁ ବୋଲି ଡାକୁଥିଲେ । ତାଙ୍କ ଦେହାନ୍ତ ପୂର୍ବରୁ ପଣ୍ଡିତ ନେହେରୁ ତାଙ୍କର ଶେଷ ଇଚ୍ଛା ସମସ୍ତଙ୍କ ଆଗରେ ରଖିଥିଲେ।
ଯେତେବେଳେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା ସେତେବେଳେ ସେ ତାଙ୍କ ଶେଷ ଇଚ୍ଛା ବିଷୟରେ ମଧ୍ୟ କହିଥିଲେ । ଜବାହାରଲାଲ ନେହେରୁ ତାଙ୍କ ଇଚ୍ଛାରେ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ ତାଙ୍କ ଅନ୍ତିମ ସଂସ୍କାରରେ କୌଣସି ଧାର୍ମିକ ରୀତିନୀତି ପାଳନ କରାଯିବା ନାହିଁ । ହେଲେ ନେହେରୁଙ୍କର ମୃତ୍ୟୁ ପରେ ତାଙ୍କର ଶେଷ ରୀତିନୀତି ହିନ୍ଦୁ ରୀତିନୀତି ଅନୁଯାୟୀ କରାଯାଇଥିଲା।
ହେଲେ ଏହି ନିଷ୍ପତ୍ତି ତାଙ୍କ ଝିଅ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିଷ୍ପତ୍ତିରେ କରାଯାଇଥିଲା । ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଲେଖିଥିବା କ୍ୟାଥରିନ୍ ଫ୍ରାଙ୍କଙ୍କ ଅନୁଯାୟୀ ସେ କହିଛନ୍ତି ଯେ ତାଙ୍କ ପିତାଙ୍କ ଶେଷ ଇଚ୍ଛାକୁ ସମ୍ମାନ ଦେଇ ନ ଥିବାରୁ ଅନୁତାପ କରୁଛନ୍ତି ।
ଇନ୍ଦିରା ଗାନ୍ଧୀଙ୍କ ନେହେରୁଙ୍କ ଇଚ୍ଛା ବିରୋଧରେ ଯିବା ପାଇଁ ଚାହୁଁନଥିଲେ ଏପରି କରିବାରୁ ତାଙ୍କୁ ଖୁବ୍ କଷ୍ଟ ଲାଗିଥିଲା ହେଲେ କିନ୍ତୁ କେତେକ ଧାର୍ମିକ ନେତା ଓ ରାଜନେତା ତାଙ୍କ ଉପରେ ଚାପ ପକାଇଥିଲେ। ସେ କହିଛନ୍ତି ଯେ ଭାରତର ଲୋକମାନେ ଧର୍ମନିରପେକ୍ଷ ସମାଧି ପସନ୍ଦ କରିବେ ନାହିଁ। ଏବଂ ଏହି କାରଣରୁ ହିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କର ଶେଷ ରୀତିନୀତି କରାଯାଇଥିଲା ।।












Click it and Unblock the Notifications