Get Updates
Get notified of breaking news, exclusive insights, and must-see stories!

Children's Day : ଶିଶୁ ଦିବସରେ କିପରି ଦେବେ ଭାଷଣ ? ପଢନ୍ତୁ .....

ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ( ନଭେମ୍ବର ୧୪) ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଏ । ଆଜିର ଶିଶୁ କାଲିର ନାଗରିକ । ତେବେ ଚାଲନ୍ତୁ ଜାଣିବା ଶିଶୁ ଦିବସରେ କେମିତି ଭାଷଣ ଦେବା ।

ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଗୁରୁମା ବୃନ୍ଦ, ମଞ୍ଚାସୀନ ଅତିଥ, ମୋର ସହପାଠୀ ତଥା ଛୋଟ ବଡ଼ ଭାଇଭଉଣୀ । ଆଜି ହେଉଛି ନଭେମ୍ବର ୧୪, ଶିଶୁ ଦିବସ । ଆଜିର ଏହି ଦିବସଟି ଶିଶୁ ମାନଙ୍କ ପ୍ରତି ଉତ୍ସର୍ଗୀକୃତ । ମୋତେ ଏହି ପବିତ୍ର ଦିବସରେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେକରୁଛି ।

ଆଜିର ଶିଶୁ ଆସନ୍ତାକାଲିର ନାଗରିକ । ଆଉ ସେହି ଶିଶୁଙ୍କୁ ବହୁତ ଭଲ ପାଉଥିବା ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଆଜି ଜନ୍ମ ଦିନ । ଏହି ଦିନକୁ ଶିଶୁ ଦିବସ ରୂପେ ସାରା ଦେଶରେ ପାଳନ କରାଯାଏ । ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାର ଦେଶ ଏହି ଦିନଟିକୁ ଶିଶୁ ଦିବସ ଭାବେ ପାଳନ କରାଯାଏ ।

ପଣ୍ଡିତ ଜବାହାରଲାଲ ନେହେରୁଙ୍କ ମତରେ, ଯଦି ଆମେ ଶିଶୁ ମାନଙ୍କ ଉପଯୁକ୍ତ ଯତ୍ନ ନେବା ତାଙ୍କୁ ଉଚିତ ମାର୍ଗରେ ନେବା, ତେବେ ଆମେ ଏକ ସୁନ୍ଦର ଭାରତର ପରିକଳ୍ପନା କରିପାରିବା । ତେଣୁ ତାଙ୍କ ଜନ୍ମଦିନ ନଭେମ୍ବର ୧୪ ତାରିଖ ଦିନଟିକୁ ଶିଶୁଦିବସ ରୂପେ ପାଳନ କରାଯାଏ ।

childrens day speech in odia

୧୮୮୯ ମସିହା ନଭେମ୍ବର ମାସ ୧୪ ତାରିଖ ଦିନ ଆହ୍ଲାବାଦର ଆନନ୍ଦ ଭବନରେ ଜନ୍ମ ଗ୍ରହଣ କରିଥିଲେ ଜବାହାରଲାଲ ନେହେରୁ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ବରୂପା ରାଣୀ ଥିଲା । ସେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିଲେ । ସେ ପଣ୍ଡିତ ନେହେରୁ ନାମରେ ଜଣାଥିଲେ । ଛୋଟ ପିଲାମାନେ ତାଙ୍କୁ ଖୁସିରେ ଚାଚା ନେହେରୁ ବୋଲି ଡାକନ୍ତି ।

ନେହେରୁଙ୍କର ବାଲ୍ୟ ଜୀବନ ପ୍ରାଚୁର୍ଯ୍ୟ ଓ ଐଶ୍ବର୍ଯ୍ୟ ମଧ୍ଯରେ ଅତିବାହିତ ହୋଇଥିଲା । ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପିଲାଦିନୁ ତାଙ୍କ ଗୁଣ ଜଣା ପଡିଥିଲା । ପ୍ରାଥମିକ ଶିକ୍ଷା ସରିବା ପରେ ସେ ୧୫ ବର୍ଷ ବୟସରେ ଇଂଲଣ୍ଡ ଚାଲିଯାଇଥିଲେ । ସେ ଅକ୍ଟୋବର ୧୯୦୭ ମସିହାରେ ସ୍ନାତକ କରିବା ପାଇଁ ତ୍ରିନିତୀ ମହାବିଦ୍ୟାଳୟ, କେମ୍ବ୍ରିଜ ଯାଇଥିଲେ । ସେ ୧୯୧୦ ମସିହାରେ ପ୍ରାକୃତିକ ବିଜ୍ଞାନରେ ସ୍ନାତକ ସାରିଥିଲେ । ୧୯୧୦ ମସିହାରେ ସେ ଓକିଲାତି କରିବା ପାଇଁ ଲଣ୍ଡନ ଯାଇଥିଲେ । ସେ ସେଠି Inns of Court School of Law (Inner Temple)ରେ ୨ ବର୍ଷ ଓକିଲାତି କରିଥିଲେ । ୧୯୧୨ ମସିହାରେ ସେ ଭାରତ ଫେରିଥିଲେ ଏବଂ ସେ ଆଲ୍ହାବାଦ ଉଚ୍ଚ ଅଦାଲତରେ ଓକିଲାତି କରିଥିଲେ । ଏହାପରେ ୧୯୧୯ରେ ସେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ମହାତ୍ମା ଗାନ୍ଧୀଙ୍କ ଦ୍ବାରା ଗଭୀର ପ୍ରଭାବିତ ହୋଇ ଅନେକ ଥର କାରାବରଣ କରିଥିଲେ ।

ସେ ୧୯୨୦ରେ ପ୍ରଥମେ ଅସହଯୋଗ ଆନ୍ଦୋଳନରେ ଜଡ଼ିତ ହୋଇଥିଲେ । ବିରୋଧୀ ଶାସନିକ କାର୍ଯ୍ୟକଳାପ ପାଇଁ ସେ ୧୯୨୧ରେ ଗିରଫ ହୋଇଥିଲେ ଏବଂ କିଛି ମାସ ପରେ ଖଲାସ ହୋଇଥିଲେ । ଚୌରୀ ଚୌରା ଘଟଣା ପରେ ଅସହଯୋଗ ଆନ୍ଦୋଳନର ସମାପ୍ତି ଘଟିଥିଲା ।

ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ସ୍ବାଧୀନତା ସଂଗ୍ରାମ ଆନ୍ଦୋଳନରେ ଝାସ ଦେଇ ସେ ବହୁଥର କାରାବରଣ ମଧ୍ୟ କରିଥିଲେ । ପରିଶେଷରେ ଭାରତ ସ୍ବାଧୀନତା ଲାଭ କଲା ଏବଂ ସେ ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କଲେ । ୧୫ ଅଗଷ୍ଟ ୧୯୪୭ - ୨୭ ମଇ ୧୯୬୪ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ଦୀର୍ଘ ୧୭ ବର୍ଷ କାଳ ଭାରତର ପ୍ରଧାନମନ୍ତ୍ରୀ ରୂପେ ଦାୟିତ୍ବ ଗ୍ରହଣ କରି ବିଶ୍ବରେ ଭାରତର ସମ୍ମାନ ବୃଦ୍ଧି କରିପାରିଥିଲେ ।

ତେବେ ଚାଚା ନେହେରୁ ମଧ୍ୟ ବହୁ ପ୍ରେରଣାଦାୟୀ ପୁସ୍ତକ ଲେଖିଛନ୍ତି । ତାଙ୍କ ଦ୍ବାରା ରଚିତ ପୁସ୍ତକ ହେଉଛି 'ଦି ଡିସକଭରୀ ଅଫ୍ ଇଣ୍ଡିଆ', 'ଗ୍ଲିମ୍ପସେସ୍ ଅଫ୍ ୱାର୍ଲ୍ଡ ହିଷ୍ଟ୍ରୀ', 'ଲେଟର୍ସ ଫ୍ରମ୍ ଏ ଫାଦର ଟୁ ହିଜ୍ ଡଟର' ଏବଂ ତାଙ୍କ ଆତ୍ମଜୀବନୀ 'ଟୁୱାର୍ଡସ ଫ୍ରୀଡମ୍' ଇତ୍ୟାଦି ।

ଶିଶୁ ମାନଙ୍କ ପ୍ରତିଭାକୁ ପରିପ୍ରକାଶ କରିବାକୁ ହେଲେ ଆଦର୍ଶ ଶିକ୍ଷା ଓ ଉତ୍ତମ ପରିବେଶ ଆବଶ୍ୟକ । ଶିଶୁମାନଙ୍କ ଉନ୍ନତିରେ ଶିକ୍ଷକମାନଙ୍କର ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଶୈଶବ କାଳରୁ ଶିଶୁମାନଙ୍କୁ ଆଦର୍ଶ ଶିକ୍ଷା ପ୍ରଦାନ କରାଗଲେ ସେମାନେ ଜଣେ ଜଣେ ସୁନାଗରିକ ହୋଇପାରିବେ ।

ଶିଶୁମାନେ ହେଉଛନ୍ତି ଦେଶର ଶକ୍ତି ଓ ପ୍ରଗତିର ସୂତ୍ରଧାର । ସେ ଭବିଷ୍ୟତରେ ଦେଶର ନାଗରିକ ଓ ଦେଶର କର୍ଣ୍ଣଧାର ରୂପେ ପ୍ରତୀୟମାନ ହେଇଥାନ୍ତି । ଏଣୁ ଦେଶର ସାମଗ୍ରିକ ବିକାଶ ଶିଶୁମାନଙ୍କ ଉପରେ ହିଁ ନିର୍ଭର କରିଥାଏ । ସେଥ‌ିପାଇଁ ଶିଶୁମାନେ ସୁସ୍ଥ ଓ ନିରୋଗ ରହିବା ଆବଶ୍ୟକ, ଏଥ‌ିପାଇଁ ନେହେରୁ ସର୍ବଦା ଶିଶୁମାନଙ୍କ ଉନ୍ନତି ର ପରିକଳ୍ପନା କରୁଥିଲି । ସେମାନଙ୍କର 'ସର୍ବାଙ୍ଗୀନ ଉନ୍ନତି ପାଇଁ ଶତଚେଷ୍ଟିତ ଥିଲେ ନେହେରୁ ।

୧୯୬୪ ମସିହା ମଇ ୨୭ ତାରିଖ ମଧ୍ୟାହ୍ନ ସମୟରେ ଏହି ମହାନ୍ ବ୍ୟକ୍ତିଙ୍କର ଦେହାନ୍ତି ହେଲା । ତାଙ୍କ ମୃତ୍ୟୁରେ ସାରା ବିଶ୍ବ କାନ୍ଦି ଉଠିଥିଲା । ଶିଶୁମାନେ ତାଙ୍କୁ ଶ୍ରଦ୍ଧା ଓ ସମ୍ମାନ ରେ "ଚାଚା ନେହେରୁ" ବୋଲି ଡାକୁଥିଲେ ।

୧୯୬୪ ମସିହାରେ ନେହେରୁଙ୍କ ମୃତ୍ୟୁ ପରେ ତାଙ୍କର ଜନ୍ମଦିବସକୁ ଶିଶୁମାନଙ୍କୁ ସମର୍ପଣ କରାଯିବାକୁ ନିଷ୍ପତ୍ତି ନିଆଗଲା । ପ୍ରଥମଥର ଲାଗି ୧୯୬୫ ମସିହାରେ ଶିଶୁ ଦିବସ ପାଳନ କରାଯାଇଥିଲା । ସେହିଦିନ ଠାରୁ ପ୍ରତ୍ୟକ ବର୍ଷ ଆଜିର ଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଇଥିଲା ।

ଆମେ ଆଜିର ଦିନରେ ସଂକଳ୍ପ ନେବା ଯେ ସର୍ବଦା ପିତା, ମାତା ଓ ଗୁରୁଜନ ମାନଙ୍କୁ ସମ୍ମାନ ଦେବା, ଏକ ଆଦର୍ଶ ତଥା ଦେଶର ସୁନାଗରିକ ହେବା, ଯାହାକି ଚାଚା ନେହେରୁଙ୍କ ପ୍ରତି ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ।
ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି ।
ଜୟ ହିନ୍ଦ୍ ...

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+