For Quick Alerts
Turn On Notification  
For Daily Alerts
Oneindia App Download

Children's Day 2022: ଜାଣନ୍ତୁ କେବେଠାରୁ ଭାରତରେ ପାଳନ ହେଉଛି ଶିଶୁ ଦିବସ

Children's Day 2022: ଜାଣନ୍ତୁ କେବେଠାରୁ ଭାରତରେ ପାଳନ ହେଉଛି ଶିଶୁ ଦିବସ

|

ପିଲାମାନେ ଦେଶର ପ୍ରଗତିର ଆଧାର ।
ଚାଚା ନେହେରୁଙ୍କ ସ୍ୱପ୍ନ କରିବେ ସାକାର।।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ଚାଚା ନେହେରୁ ବୋଲି ମଧ୍ୟ କୁହାଯାଏ । ସେ ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିବାରୁ ତାଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଶିଶୁ ଦିବସ ଭାବେ ପାଳନ କରାଯାଉଛି । ନେହରୁ 1889 ମସିହା ନଭେମ୍ବର 14ରେ ଜନ୍ମଗ୍ରହଣ କରିଥିଲେ । ପ୍ରତିବର୍ଷ ଭାରତ ନେହେରୁ ଜୟନ୍ତୀଙ୍କୁ ଶିଶୁ ଦିବସ ଭାବେ ପାଳନ କରିଥାଏ । ଶିଶୁ ଦିବସ ପାଇଁ ପିଲାମାନେ ବହୁତ ବେଶ୍ ଉତ୍ସାହିତ । ପ୍ରତିବର୍ଷ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଲାମାନଙ୍କ ପାଇଁ ବିଭିନ୍ନ ରଙ୍ଗୀନ କାର୍ଯ୍ୟକ୍ରମର ଆୟୋଜିତ କରାଯାଇଥାଏ ।

Childrens Day 2022

ଗତ ଦୁଇ ବର୍ଷ ଧରି କୋଭିଡ-19 ସଂକ୍ରମଣ ହେତୁ ଶିଶୁ ଦିବସ ପାଳନ ଉପରେ ଲାଗିଥିଲା କଟକଣା । କିଛି କିଛି ବିଦ୍ୟାଳୟରେ ଅନଲାଇନ୍ ମୋଡରେ ରଙ୍ଗୀନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଉଥିଲା । ହେଲେ ଚଳିତ ବର୍ଷ ଯେତେବେଳେ ପରିସ୍ଥିତି ସୁଧୁରିଛି ବିଦ୍ୟାଳୟଗୁଡ଼ିକରେ ପୁଣି ଶିଶୁ ଦିବସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ବାର୍ଷିକୀ ଅବସରରେ, ଆମେ ସମସ୍ତେ ସ୍ୱାଧୀନ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ସ୍ମରଣ କରୁ । ପଣ୍ଡିତ ନେହେରୁ ଭାରତକୁ ବ୍ରିଟିଶ ସାସନରୁ ମୁକ୍ତ କରିବା ଠାରୁ ଆରମ୍ଭ କରି ସ୍ୱାଧୀନ ଭାରତର ବିକାଶ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସହଯୋଗ କରିଥିଲେ ।

କ'ଣ ପାଇଁ ଓ କେବେ ପାଳନ କରାଯାଏ ଶିଶୁୁ ଦିବସ
ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମ 1889 ମସିହା ନଭେମ୍ବର 14ରେ ଉତ୍ତରପ୍ରଦେଶର ଆଲ୍ଲାବାଦ ସହରରେ ହୋଇଥିଲା । ନେହେରୁଙ୍କ ଛୋଟ ପିଲାଙ୍କ ପ୍ରତି ବହୁତ ଭଲପାଇବା, ସ୍ନେହ ଓ ଶ୍ରଦ୍ଧା ଥିଲା, ଯେଉଁଥିପାଇଁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ଦେଶର ପଲ୍ଲୀଠୁ ଦିଲ୍ଲୀ ସବୁଠି ଶିଶୁଦିବସକୁ ବେସ ଧୂମଧାମରେ ପାଳନ କରାଯାଏ । ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାର ଦେଶରେ ଏହି ଦିନକୁ ପାଳନ କରାଯାଏ । ଦେଶ ନିର୍ମାଣରେ ଶିଶୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ହୃଦୟଙ୍ଗମ କରିପାରିଥିଲେ ନେହେରୁ । ଛୋଟ ପିଲାଙ୍କୁ ଆଦରକରୁଥିବା, ସ୍ନେହ କରୁଥିବା ମହାନ ବ୍ୟକ୍ତି ହେଉଛନ୍ତି ଚାଚା ନେହେରୁ । ଫୁଲ ଭଳି ଛୋଟ ପିଲାଙ୍କ ସ୍ନେହ କରୁଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ । ତେବେ ଶିଶୁଙ୍କୁ ଇଶ୍ୱରଙ୍କ ପ୍ରତିରୂପ ବୋଲି କହିଥିଲେ ପଣ୍ଡିତ ଜବାହାରଲାଲ ନେହେରୁ ।

ଜାଣନ୍ତୁ କେବେଠାରୁ ଭାରତରେ ପାଳନ ହେଉଛି ଶିଶୁ ଦିବସ
ଦେଶ ନିର୍ମାଣରେ ଶିଶୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ହୃଦୟଙ୍ଗମ କରିପାରିଥିଲେ ନେହେରୁ । ଛୋଟ ପିଲାଙ୍କୁ ଆଦରକରୁଥିବା, ସ୍ନେହ କରୁଥିବା ମହାନ ବ୍ୟକ୍ତି ହେଉଛନ୍ତି ଚାଚା ନେହେରୁ । ଫୁଲ ଭଳି ଛୋଟ ପିଲାଙ୍କ ସ୍ନେହ କରୁଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ । ଖାସ୍ ସେଥି ପାଇଁ ତାଙ୍କ ଦେହାନ୍ତ ପରେ ପିଲାମାନଙ୍କ ପ୍ରତି ତାଙ୍କ ଭଲପାଇବାକୁ ଦେଖି ପ୍ରତ୍ୟେକ ବର୍ଷ ୧୪ ନଭେମ୍ବରରେ ଚାଚା ନେହେରୁଙ୍କ ଜନ୍ମଦିବସରେ ଶିଶୁ ଦିବସର ଆୟୋଜନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ୨୭ ମେ ୧୯୬୪ ମସିହାରେ ପଣ୍ଡିତ ଜବାହାରଲାଲ୍‌ ନେହେରୁଙ୍କ ମୃତ୍ୟୁ ପରେ ୧୪ ନଭେମ୍ବରରେ ତାଙ୍କ ଜନ୍ମ ଜୟନ୍ତି ଦିନକୁ ଶିଶୁ ଦିବସ ଭେବା ଘୋଷଣା କରାଯାଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Children's Day 2022: Know since when Children's Day is celebrated in India
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X