ପିଲାଙ୍କୁ ହେଉଛି ଅଧିକ ହାର୍ଟଆଟାକ୍ !
Children And Heart Attacks: ଆଜିକା ତାରିଖରେ ଉଭୟ ବୟସ୍କ ଓ ପିଲାମାନଙ୍କ ମଧ୍ୟରେ ହୃଦଘାତ ମାମଲା ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ବାଗପତରେ ଖେଳୁଥିବା ସମୟରେ ଜଣେ 7 ବର୍ଷ ପିଲାର ହୃଦଘାତରେ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁସାରେ, ସକାଳ ପ୍ରାୟ 11 ଟା ସମୟରେ ସ୍କୁଲରେ ଖେଳିବା ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ଝିଅଟି ତଳେ ପଡିଯାଇଥିଲା ଏବଂ ପରେ ଛୁଆଟିର ମୃତ୍ୟୁ ହୋଇଥିଲା ।
ଡାକ୍ତରମାନେ କହିବା ଅନୁସାରେ, ଯଦି ପରିବାରରେ କେହି ହୃଦରୋଗରେ ପୀଡିତ ଥିବେ ତେବେ ଅଧିକ ସତର୍କ ରହିବା ଆବଶ୍ୟକ। ଅସାବଧାନତା ଠାରୁ ଦୂରେଇ ରୁହନ୍ତୁ ଭୁଲ ଖାଇବା ଅଭ୍ୟାସ ପିଲାମାନଙ୍କଠାରେ ହୃଦଘାତ ହେବାର ଆଶଙ୍କା ବୃଦ୍ଧି କରିଥାଏ । ସୁସ୍ଥ ଖାଇବା ଏବଂ ୱାର୍କ ଆଉଟ୍ ବଡ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

ଡାକ୍ତରଙ୍କ ଅନୁସାର ମେଦବହୁଳତା ହେତୁ ପିଲାମାନେ ହୃଦଘାତର ଶିକାର ହେଉଛନ୍ତି ଏବଂ ଏହା ହାର୍ଟଆଟାକର ସବୁଠୁ ବଡ଼ କାରଣ । ପିଲାମାନଙ୍କର ମେଦବହୁଳତା ଶ୍ୱାସକ୍ରିୟା, ମଧୁମେହ ଏବଂ ଅନ୍ୟାନ୍ୟ ରୋଗର କାରଣ ହୋଇପାରେ । ପିଲାମାନଙ୍କ ସ୍ଵାସ୍ଥ୍ୟ ଖରାପ ହେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ ।
ବିଶେଷଜ୍ଞମାନେ କହିଛନ୍ତି ଯେ ଅନେକ ପିତାମାତା ଛୋଟ ଛୋଟ ଜିନିଷକୁ ଅଣଦେଖା କରନ୍ତି, ଯାହା ପିଲାମାନଙ୍କ ପାଇଁ ଭଲ । ପାଠପଢାକୁ ନେଇ ପିଲାଙ୍କ ଉପରେ ଅଧିକ ଚାପ ପକାଯାଉଛି । ପିଲାମାନେ ଘର ବାହାରକୁ ଯାଇ ଅଧିକ ଫାଷ୍ଟଫୁଡ୍ ଖାଇଥାନ୍ତି । ଏପରିକି ଅଳ୍ପ ବୟସରେ ନିଶା ସେବନର ଶିକାର ମଧ୍ୟ ହୁଅନ୍ତି । ପିଲାମାନଙ୍କୁ ଅଯଥା ଚାପ ଦିଅନ୍ତୁ ନାହିଁ । ଫାଷ୍ଟଫୁଡରୁ ଦୂରେଇ ରୁହନ୍ତୁ । ନିୟମିତ ବ୍ୟାୟାମ କରନ୍ତୁ । ପିଲାମାନଙ୍କ BP ଯାଞ୍ଚ କରନ୍ତୁ ।












Click it and Unblock the Notifications