ଛତିଶଗଡ଼ ଦନ୍ତେୱାଡ଼ାରେ IED ବିସ୍ଫୋରଣ
ଛତିଶଗଡ଼: ଛତିଶଗଡ଼ ଦନ୍ତେୱାଡ଼ାରେ IED ବିସ୍ଫୋରଣ ୨ ସିଆରପିଏଫ୍ ଯବାନ ଆହତ । ନକ୍ସଲଙ୍କ ବ୍ୟାନର ଓ ପୋଷ୍ଟର ଖୋଜିବା ବେଳେ ହୋଇଥିଲା ବସ୍ଫୋରଣ । ୨ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବର୍ତ୍ତମାନ ଚିକିତ୍ସା ଜାରି ରହିଛି । ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ବରସୁର୍ ପଲ୍ଲୀ ରାସ୍ତାରେ ଏକ ବ୍ରିଜ୍ ପାଖରେ ନିକ୍ସଲଙ୍କ ବ୍ୟାନ ଓ ପୋଷ୍ଟ ଲାଗିଥିବା ନେଇ ସୂଚନା ମିଳିଲା, ଯାହା ପରେ ୨ ସିଆରଏଫ୍ ଯବାନ ଉକ୍ତ ସ୍ଥାନରେ ପହଞ୍ଚିଥିଲେ । ସେଠାରେ ନକ୍ସଲଙ୍କ ବ୍ୟାନର ଓ ପୋଷ୍ଟର ଖୋଜା ଖୋଜି କରିବା ସମୟରେ ହଠାତ୍ ବିସ୍ଫୋରଣ ହୋଇଥିଲା । ହେଲେ ୨ ଜଣ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି । ହେଲେ ଏହି ବିସ୍ଫୋରଣରେ ୨ ସିଆରପିଏଫ ଯବାନ ଆହତ ହୋଇଛନ୍ତି । ତୁରନ୍ତ ଉଭୟଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉଭୟ ସୁସ୍ଥ ଥିବା ନେଇ ସୂଚନା ରହିଛି ।
ସୂଚନାଥାଉ ଯେ, ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଲାଲବାହିନୀ ପୋଷ୍ଟର । ନୂଆପଡ଼ା ଥାନା ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଠରୁ ମାତ୍ର 7 କିମି ଦୂର ସାରାବଙ୍ଗ ଗାଁର 4ଟି ସ୍ଥାନରେ ସ୍ଥାନରେ ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି ।












Click it and Unblock the Notifications