For Quick Alerts
Turn On Notification  
For Daily Alerts
Oneindia App Download

ବଦଳିଲେ ୧୨ଟି ରାଜ୍ୟର ରାଜ୍ୟପାଳ: ଛତିଶଗଡ଼ର ନୂଆ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ବଦଳିଲେ ୧୨ଟି ରାଜ୍ୟର ରାଜ୍ୟପାଳ । ଛତିଶଗଡ଼ର ନୂଆ ରାଜ୍ୟପାଳ ହେଲେ ବିଶ୍ୱଭୂଷଣ ହରିଚନ୍ଦନ ।

|
Biswabhusan Harichandan

ଭୁବନେଶ୍ୱର: ବଦଳିଲେ ୧୨ଟି ରାଜ୍ୟର ରାଜ୍ୟପାଳ ଏବଂ ଗୋଟିଏ କେନ୍ଦ୍ରଶାସିତ ରାଜ୍ୟର ଉପରାଜ୍ୟପାଳ । ନୂଆ ରାଜ୍ୟପାଳ ଏବଂ ଉପରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଛତିଶଗଡ଼ର ନୂଆ ରାଜ୍ୟପାଳ ହେଲେ ବିଶ୍ୱଭୂଷଣ ହରିଚନ୍ଦନ । ଏହା ପୂର୍ବରୁ ସେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ।

କିଏ ହେଲେ କେଉଁ ରାଜ୍ୟର ରାଜ୍ୟପାଳ
1-ଲେଫ୍ଟନାଣ୍ଟ ଜେନେରାଲ କୈବଲ୍ୟ ତ୍ରିବିକ୍ରମ ପରନାଇକ: ଅରୁଣାଚଳ ପ୍ରଦେଶ ରାଜ୍ୟପାଳ
2-ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ସିକ୍ସିମ ରାଜ୍ୟପାଳ
3-ସିପି ରାଧାକୃଷ୍ଣନ୍, ଝାରଖଣ୍ତର ରାଜ୍ୟପାଳ
4-ଶିବ ପ୍ରସାଦ ଶୁକ୍ଳା, ହିମାଚଳ ପ୍ରଦେଶର ରାଜ୍ୟପାଳ
5-ଗୁଲାବ ଚନ୍ଦ କଟାରିଆ, ଆସାମ ରାଜ୍ୟପାଳ
6-ଅବସରପ୍ରାପ୍ତି ଜଷ୍ଟିସ ଏସ.ଅବଦୁଲ ନଜୀର, ଆନ୍ଧ୍ରପ୍ରଦେଶର ରାଜ୍ୟପାଳ
7-ବିଶ୍ୱଭୂଷଣ ହରିଚନ୍ଦନ, ଛତିଶଗଡ଼ର ରାଜ୍ୟପାଳ
8-ଅନୁସାୟ ଉଇକେ, ମଣିପୁର ରାଜ୍ୟପାଳ
9-ଏଲ. ଗଣେଶନ, ନାଗାଲାଣ୍ତ ରାଜ୍ୟପାଳ
10-ଫାଗୁ ଚୌହାନ, ମେଘାଳୟ ରାଜ୍ୟପାଳ
11-ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, ବିହାର ରାଜ୍ୟପାଳ
12-ରମେଶ ବେସ, ମହାରାଷ୍ଟ୍ର ରାଜ୍ୟପାଳ

ପୂର୍ବରୁ ବିଶ୍ୱଭୂଷଣ ହରିଚନ୍ଦନ ଥିଲେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ
ସୂଚନାଯୋଗ୍ୟ ଯେ, ୨୦୧୯ ଜୁଲାଇ ୧୬ ତାରିଖରେ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା । ଏହାପରେ ସେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ । ୧୯୯୯ ମସିହାରେ ସେ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଜନସଂଙ୍ଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ବିଜୁ ପଟ୍ଟନାୟକଙ୍କ ସରକାରରେ ସେ ଖାଦ୍ୟ ଯୋଗାଣ ଏବଂ ସମବାୟ ମନ୍ତ୍ରୀ ଥିଲେ । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ସେ ଆଇନ୍, ମତ୍ସ୍ୟ ଏବଂ ପଶୁସଂପଦ, ରାଜସ୍ୱ,ଗ୍ରାମ୍ୟ ଉନ୍ନୟନ, ଶିଳ୍ପ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ମାତୃଭାଷା, ଅସ୍ତଶିଖା ଭଳି ପୁସ୍ତକ ମଧ୍ୟ ସେ ରଚନା କରିଥିଲେ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Chhattisgarh new Governor Biswabhusan Harichandan , 12 states governor shuffling done.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X