ଛତ୍ରପତି ଶିବାଜୀ ଜୟନ୍ତୀ: ମୋଗଲଙ୍କୁ ହରାଇ ଜିତିଥିଲେ ଅନେକ ଗଡ, ଜାଣନ୍ତୁ ତାଙ୍କ ଜୀବନ କାହାଣୀ
ଆଜି ମହାନ ସମ୍ରାଟ୍ ଛତ୍ରପତି ଶିବାଜୀ ରାଜ ଭୋଁସଲେଙ୍କ ଜୟନ୍ତୀ । ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ ୧୯ ଫେବୃଆରୀରେ ପାଳିତ ହୋଇଥାଏ । ବିଶେଷ କରି ମହାରାଷ୍ଟ୍ରରେ ଶିବାଜି ଜୟନ୍ତୀ ଉତ୍ସବ ବେଶ ଉତ୍ସାହର ସହିତ ପାଳନ କରାଯାଇଥାଏ । ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ ମହାନ ମରାଠା ସମ୍ରାଟ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ବାର୍ଷିକୀ ଭାବେ ପାଳନ କରାଯାଇଥାଏ ।
ଛତ୍ରପତି ଶିବାଜୀ ୧୬୩୦ ମସିହା ଫେବୃଆରୀ ୧୯ ତାରିଖରେ ଶିବନେରୀ ଦୁର୍ଗରେ ଜନ୍ମ ହୋଇଥିଲେ । ଏଥର ଦେଶରେ ତାଙ୍କର ୩୯୪ ତମ ଜୟନ୍ତୀ ପାଳନ ହେଉଛି । ଶିବାଜୀଙ୍କ ପିତା ଶାହଜୀ ଭୋସଲେ ସେନାରେ ସେନାପତି ଥିଲେ। ତାଙ୍କ ମାତା ଜିଜାବାଇ ଧାର୍ମିକ ସ୍ୱଭାବର ଥିଲେ । ପିଲାଦିନୁ ଶିବାଜୀ ଧାର୍ମିକ ଗ୍ରନ୍ଥ ଶୁଣି ଆସୁଥିଲେ। ସେଥିପାଇଁ ପିଲାଦିନୁ ହିଁ ତାଙ୍କ ମନରେ ଶାସକ ବର୍ଗଙ୍କ କ୍ରୁର ନୀତି ବିରୋଧରେ ଲଢ଼ିବାକୁ ନିଆଁ ଜାଗି ଉଠିଥିଲା ।
ନିଜ ଜନ୍ମଭୂମିକୁ ବିଦେଶୀମାନଙ୍କ କବଳରୁ ମୁକ୍ତକରିବା ଓ ହିନ୍ଦୁ ଜାତି ଓ ହିନ୍ଦୁ ଧର୍ମକୁ ରକ୍ଷା କରିବା ପାଇଁ ସେ ସଂକଳ୍ପ କରିଥିଲେ । ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ, ଯାହା ଶିବ ଜୟନ୍ତୀ ଭାବରେ ମଧ୍ୟ ଜଣାଯାଏ । ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ବିରୋଧରେ ସ୍ବର ଉତ୍ତୋଳନ କରି ଭାରତର ଜଣେ ସାହାସୀ ଶାସକ ତଥା ମରାଠା ରାଜ୍ୟର ପ୍ରତିଷ୍ଠାତା ଭାବରେ ବେଶ ଜଣାଶୁଣା ଥିଲେ ଶିବାଜୀ ।

୧୬୭୦ ରେ ମୁଗଲ ସେନା ସହ ସେ ଯୁଦ୍ଧ କରିଥିଲେ। ମୁଗଲଙ୍କୁ ପରାଜିତ କରି ସିଂହଗଡ ଦୁର୍ଗରେ ବିଜୟ ପତାକା ଉଡ଼ାଇଥିଲେ। ଏହାପରେ ୧୬୭୪ ମସିହାରେ ପଶ୍ଚିମ ଭାରତରେ ମରାଠା ସାମ୍ରାଜ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
ପ୍ରଥମେ ୧୬୫୬-୫୭ ରେ ଶିବାଜୀ ଓ ମୋଗଲଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ସେ ମୁଗଲଙ୍କ ଅନେକ ସମ୍ପତ୍ତି ଓ ଶହ ଶହ ଘୋଡା କବଜା କରିନେଇଥିଲେ। ୧୬୮୦ ମସିହାରେ କୌଣସି ରୋଗ ଯୋଗୁଁ ନିଜ ରାଜଧାନୀ ରାଜଗଡ଼ରେ ଶିବାଜୀଙ୍କ ମୃତ୍ୟୁ ହୋଇଥିଲା ବୋଲି କୁହାଯାଏ। ଏହାପରେ ଶିବାଜୀଙ୍କ ପୁତ୍ର ସଂଭାଜୀ ରାଜ୍ୟଭାର ସମ୍ଭାଳି ଥିଲେ।












Click it and Unblock the Notifications