Aadhaar Details: ଜାଣନ୍ତୁ ଆଧାର କାର୍ଡ ଅପଡେଟ୍ କରିବା ପାଇଁ କେତେ ଚାର୍ଜ ଲାଗିଥାଏ
Aadhaar Details: ଭାରତର ସାଧାରଣ ନାଗରୀକଙ୍କ ପାଇଁ ଆଧାର କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଅନେକ ସରକାରୀ ଏବଂ ପ୍ରାଇଭେଟ୍ କାର୍ଯ୍ୟ ପାଇଁ ଆଧାର କାର୍ଡର ଆବଶ୍ୟକତା ରହିଛି । ଆଧାର କାର୍ଡରେ ଦିଆଯାଇଥିବା ସମସ୍ତ ସୂଚନା ସଠିକ୍ ଏବଂ ବହୁତ ନିର୍ଦ୍ଦିଷ୍ଟ ଅଟେ । ଏପରି ପରିସ୍ଥିତିରେ, ବେଳେବେଳେ ଆଧାର କାର୍ଡଧାରୀଙ୍କୁ ଏହାକୁ ଅପଡେଟ୍ ମଧ୍ୟ କରିବା ପାଇଁ ମଧ୍ୟ ପଡିଥାଏ ।

ମୋବାଇଲ୍ ନମ୍ବର, ଫଟୋ, ଠିକଣା ପରି ଅନେକ ଜିନିଷ ଆଧାର କାର୍ଡରେ ଅପଡେଟ୍ କରିବାକୁ ପଡିଥାଏ । ଏପରି ସ୍ଥିତିରେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଏଥିପାଇଁ କେତେ ଚାର୍ଜ ଲାଗିଥାଏ ଏବଂ ଏସବୁ କରିବା ପାଇଁ କୌଣସି ଡକ୍ୟୁମେଣ୍ଟର ଆବଶ୍ୟକ ରହିଛି କି? ତେବେ ଚାଲନ୍ତୁ ଜାଣିବା ସମସ୍ତ ପ୍ରଶ୍ନର ଉତ୍ତର ?
ଆପଣଙ୍କର ଫିଙ୍ଗର ପ୍ରିଣ୍ଟ କିମ୍ବା ଆଖି ସ୍କାନ୍ ବଦଳାଇବାକୁ ହେଲେ ଆପଣଙ୍କୁ 100 ଟଙ୍କା ଦେବାକୁ ପଡିବ । ଆପଣଙ୍କ ନାମ, ଜନ୍ମଦିନ କିମ୍ବା ଠିକଣା ବଦଳାଇବା ପାଇଁ 50 ଟଙ୍କା ଦେବା ପାଇଁ ପଡିବ । ଯଦି ଆପଣ ଉଭୟ ବଦଳାଇବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଉଭୟ ଚାର୍ଜ ଦେବାକୁ ପଡିବ ।
ବ୍ୟକ୍ତିମାନେ ଆଧାର ନାମଲେଖା କେନ୍ଦ୍ର ପରିଦର୍ଶନ କରି 30 ଟଙ୍କା ଶୁଳ୍କ ଦେଇ ସେମାନଙ୍କର ଇ-ଆଧାର କାର୍ଡର ପାଇପାରିବେ । ଯଦି ଆପଣ ପ୍ରଥମ ଥର ପାଇଁ ଆଧାର ପାଇଁ ପଞ୍ଜୀକୃତ କରୁଛନ୍ତି, ତେବେ କୌଣସି ଦେୟ ଲାଗୁ ହେବ ନାହିଁ । ଏହା ବ୍ୟତୀତ ପାଞ୍ଚରୁ ପନ୍ଦର ବର୍ଷ ବୟସର ପିଲାମାନଙ୍କ ପାଇଁ ବାୟୋମେଟ୍ରିକ୍ ବିବରଣୀ ଅପଡେଟ୍ କରିବା ବାଧ୍ୟତାମୂଳକ କିନ୍ତୁ ଏହା ସମ୍ପୁର୍ଣ୍ଣ ମାଗଣା ।












Click it and Unblock the Notifications