ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି
Celeration preparations starts on Draupadi Murmu's victoryଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି
ମୟୂରଭଞ୍ଜ : ଗୋଟେ ପଟେ ଚାଲିଛି ଭୋଟ ଗଣତି । ଆଉ ଗେୋଟେ ପଟେ ଚାଲିଛି ମିଠା ପ୍ରସ୍ତୁତି । ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଆରମ୍ଭ ହୋଇଯାଇଛି ସବୁ ପ୍ରକାର ପ୍ରସ୍ତୁତି । ମୟୂରଭଞ୍ଜବାସୀ ବିଜୟ ଉତ୍ସବ ପାଳିବା ପାଇଁ ୫୦ କୁଇଣ୍ଟାଲର ଲଡ଼ୁ ପ୍ରସ୍ତୁତ କରିଛନ୍ତି । ଫଳାଫଳ ବାହାରିବା ପରେ ଲଡ଼ୁ ବାଣ୍ଟିବା ସହ ପରସ୍ପରକୁ ଲଡ଼ୁ ଖୁଆଇ ଉତ୍ସବ ମନାଇବେ ମୟୂରଭଞ୍ଜବାସୀ।


ସେହିପରି ଦ୍ରୌପଦୀଙ୍କ ରାଇରଙ୍ଗପୁରସ୍ଥିତ ବାସଭବନ ଉପରବେଡ଼ାସ୍ଥିତ ପୈତୃକ ଗାଁରେ ପାହାଡ଼ପୁରସ୍ଥିତ ଶ୍ବଶୁର ଘର ଗାଁ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ବିଜୟ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ସ୍ଥାନୀୟ ବାସିନ୍ଦା ଓ ଶ୍ରୀମତୀ ମୁର୍ମୁଙ୍କ ପରିବାର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଚାଲିଛି । ନୃତ୍ୟଗୀତରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହର ଦେଖିବା ପାଇଁ ମିଳିଛି । ଦ୍ରୌପଦୀଙ୍କ ସଫଳତାକୁ ସେଲିବ୍ରେଟ କରିବା ପାଇଁ ରାଇରଙ୍ଗପୁର ମଧ୍ୟ ୨୦ ହଜାର ଲଡୁ ପ୍ରସ୍ତୁତ କରାଯାଇଛି । ସହରର ବିଭିନ୍ନ ସ୍ଥାନକୁ ରଙ୍ଗିନ ଲାଇଟ୍ ରେ ସଜାଇବା ସହ ଶ୍ବଶୁର ଘର ଗାଁରେ ବିଭିନ୍ନ ସ୍ଥାନରେ ଦ୍ରୌପଦୀଙ୍କ ବଡ଼ବଡ଼ ହୋର୍ଡିଂ ଓ ବ୍ୟାନର ମଧ୍ୟ ଲଗାଯାଇଛି ।













Click it and Unblock the Notifications