Get Updates
Get notified of breaking news, exclusive insights, and must-see stories!

ସୋସିଆଲ ମିଡିଆରେ ଟ୍ରେଣ୍ତ୍ କରୁଛି #Boycott_Amazon

Boycott Amazon:'Boycott Amazon' Trended On Twitter .ସୋସିଆଲ ମିଡିଆରେ ଟ୍ରେଣ୍ତ୍ କରୁଛି #Boycott_Amazon

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟ୍ରେଣ୍ତ୍ କରୁଛି 'ବୟକଟ ଆମାଜନ୍' । ଇ-କମର୍ସର ଜାଏଣ୍ଟ 'ଆମାଜନ୍'କୁ ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ ପାଇଁ ବିରୋଧ କରାଯାଉଛି । ଜନ୍ମାଷ୍ଟମୀ ଅବସରରେ ରାଧା-କୃଷ୍ଣଙ୍କ ଆପତ୍ତିଜନକ ଚିତ୍ର ବିକ୍ରି କରି ବିବାଦରେ କମ୍ପାନୀ । 'ଆମାଜନ୍'କୁ ବିରୋଧ କରୁଛି ହିନ୍ଦୁ ଜନଜାଗୃତି ସମିତି । ସୋସିଆଲ ମିଡିଆରେ ଆଜି #Boycott_Amazon ଆହ୍ୱାନ ଦିଆଯାଇଛି । ଯାହା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ତ୍ ହେବାରେ ଲାଗିଛି । ଏହି ମାମଲାରେ ହିନ୍ଦୁ ସଙ୍ଗଠନ ପକ୍ଷରୁ ବେଙ୍ଗାଲୁରୁ ସୁବ୍ରମନ୍ୟନ ନଗର ପୁଲିସ ଷ୍ଟେସନରେ ଏକ ଭିଯୋଗ ମଧ୍ୟ କରି ଆମାଜନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଉଛି ।

amazon

'ଏକ୍ସୋଟିକ ଇଣ୍ଡିଆ' ପକ୍ଷରୁ ରାଧା-କୃଷ୍ଣଙ୍କ ଆପତ୍ତିଜନକ ଚିତ୍ର ବିକ୍ରି କରାଯାଉଛି । ଜନ୍ମାଷ୍ଟମୀ ସେଲରେ କମ୍ପାନୀ ୱେବସାଇଟରେ ଏହି ଫଟୋ ବିକ୍ରି କରାଯାଉଛି । ତେବେ ଚଳିତ ବର୍ଷ ଅଗଷ୍ଟ ୧୮ ଏବଂ ୧୯ ଦୁଇଦିନ ଧରି ସାରା ଦେଶରେ ଜନ୍ମାଷ୍ଟମୀ ପାଳନ କରାଯାଇଥିଲା । ଏହି ସମୟରେ ଆମାଜନରେ ସେଲ୍ ଲାଗିଥିଲା । ସୋସିଆଲ ମିଡିଆରେ କମ୍ପାନୀକୁ ବିରୋଧ କରି ଅନେକ ପୋଷ୍ଟ ସେୟାର କରାଯାଉଛି । ତେବେ ଆମାଜନ ଏବଂ ଏକ୍ସୋଟିକ ଇଣ୍ଡିଆ ରାଧା-କୃଷ୍ଣଙ୍କ ବିବାଦୀୟ ଫଟୋ ବିକ୍ରି କରିବାକୁ ଏବେ ସାରା ଦେଶରେ ନିନ୍ଦା କରାଯାଉଛି । ୱେବସାଇଟରୁ ଏହି ଫଟୋ ଡିଲେଟ୍ କରିବା ସହ କମ୍ପାନୀ କ୍ଷମା ମାଗିବା ଉଚିତ୍ ବୋଲି ଅନେକ ଲୋକ ମତ ରଖିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+