ସିନେମା ଜଗତରେ ପାଦ ରଖିଲେ ରବିନା ଟଣ୍ତନଙ୍କ ଝିଅ ରାଶା, ପ୍ରଥମ ଫିଲ୍ମ 'Azaad' ଟ୍ରେଲର ରିଲିଜ୍

Azaad Trailer: ଅଜୟ ଦେବଗନ୍, ଅମନ୍ ଦେବଗନ୍ ଏବଂ ରାଶା ଥଡାନୀଙ୍କ ଫିଲ୍ମ 'ଆଜାଦ'କୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବା ପାଇଁ ମିଳିଛି । ସୋସିଆଲ ମିଡିଆରେ ଏହି ସିନେମାକୁ ନେଇ ଆଲୋଚନା ଜୋର ଧରିଛି । ସେହିପରି ଫିଲ୍ମ ଜରିଆରେ ପ୍ରଥମ ଥର ବଡ଼ ପରଦାରେ ନଜର ଆସିବେ ରବିନା ଟଣ୍ତନଙ୍କ ଝିଅ । ରବୀନାଙ୍କ ଝିଅ ରାଶା-ଅଜୟଙ୍କ ଭଣଜା ଅମନଙ୍କ କେମେଷ୍ଟ୍ରୀ ଲାଇମଲାଇଟରେ ରହିଛି । ଖାସ କରି ରାଶା ଡ୍ୟାନ୍ସର, ତାଙ୍କ ଅନ୍ଦାଜ୍ ସବୁ କିଛି ପ୍ରଶଂସକଙ୍କୁ ମତୁଆଲା କରିଛି ।

ଏହି ଫିଲ୍ମଟି ଖୁବ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ହେଲେ ଏହାପୂର୍ବରୁ 'ଆଜାଦ'ର ବହୁ ପ୍ରତୀକ୍ଷିତ ଟ୍ରେଲର ରିଲିଜ୍ ହୋଇଯାଇଛି ।
ଟ୍ରେଲରରେ ଅଜୟ ଦେବଗନଙ୍କୁ ଏକ ଭିନ୍ନ ଅବତାର ଦେଖିବାକୁ ମିଳିଛି ।ହେଲେ ଏଥର ଫୋକସରେ ରହିଛନ୍ତି ନୂଆ କଳାକାର ।

ଫିଲ୍ମର ଟ୍ରେଲର ଆରମ୍ଭ ଅମନଙ୍କ ଚିରିତ୍ରରୁ ହେଉଛି । ସେ କୁହନ୍ତି, ବିକ୍ରମ ସିଂଙ୍କ ଘୋଡା ମୁକ୍ତ ଅଟେ। ଏହା ପରେ ଅଜୟ ଦେବଗନ ବିକ୍ରମ ସିଂଙ୍କ ଭୂମିକାରେ ନଜର ଆସିଛନ୍ତି, ଯିଏ ବ୍ରିଟିଶମାନଙ୍କ ବିରୁଦ୍ଧରେ ବିଦ୍ରୋହ କରୁଛନ୍ତି । ରାଶା ସିନେମାରେ ଏକ ରାଜ ପରିବାରରୁ ଆସିଛନ୍ତି ଯିଏ ଆଜାଦଙ୍କ ଘୋଡାକୁ ବହୁତ ପସନ୍ଦ କରୁଥିବାର ନଜର ଆସୁଛନ୍ତି ।

'ଆଜାଦ'ର ଟ୍ରେଲରରେ ଦର୍ଶାଯାଇଛି ଯେ ବ୍ରିଟିଶମାନେ ଭାରତୀୟ ଶ୍ରମିକମାନଙ୍କୁ ଦକ୍ଷିଣ ଆଫ୍ରିକା ପଠାଇବାକୁ ଚାହୁଁଛନ୍ତି। ଗାଁର ଲୋକମାନେ ସେମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ କରିବାକୁ ନିବେଦନ କରୁଛନ୍ତି। ଫିଲ୍ମର ଟ୍ରେଲରରେ ଅମାନ ଏବଂ ରାଶାଙ୍କ ସାକ୍ଷାତ ଏବଂ ସେମାନଙ୍କ ମଧ୍ୟରେ ଥିବା ପ୍ରେମ କାହାଣୀ ଦର୍ଶାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+