For Quick Alerts
Turn On Notification  
For Daily Alerts
Oneindia App Download

୫୧ ବର୍ଷ ବୟସରେ ତୃତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି ବିଜେପି ନେତା ମନୋଜ ତିୱାରୀ

୫୧ ବର୍ଷ ବୟସରେ ତୃତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି ବିଜେପି ନେତା ମନୋଜ ତିୱାରୀ

|

ମୁମ୍ବାଇ: ଭୋଜପୁରୀ ଇଣ୍ଡଷ୍ଟ୍ରି ସୁପରଷ୍ଟାର, ଗାୟକ ତଥା ବିଜେପି ନେତା ମନୋଜ ତିୱାରୀ ୫୧ ବର୍ଷ ବୟସରେ ତୃତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି । ସେ ତାଙ୍କ ଦ୍ୱିତୀୟ ପତ୍ନୀ ସୁରବୀଙ୍କର baby shower ଭିଡିଓ ସୋସିଆଲ ମିଡିଆରେ ସେୟାର କରି ସୂଚନା ଦେଇଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

Manoj Tiwari

ଚଳଚ୍ଚିତ୍ର ଜଗତଠୁ ଦୁରେଇ ରହିବା ସତ୍ୱେ ମନୋଜ ତିୱାରୀ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହୁନ୍ତି ଏବଂ ନିଜ ଜୀବନର ପ୍ରତିଟି ଖବକ ପ୍ରଶଂସକଙ୍କ ସହ ସେୟାର କରନ୍ତି । ଦ୍ୱିତୀୟ ପତ୍ନୀ ସୁରବୀଙ୍କର baby shower ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ବିଜେପି ନେତା ମନୋଜ ତିୱାରୀ । ଏହି ଭିଡିଓରେ ତାଙ୍କ ପତ୍ନୀ ବୋହୂ ପରି ସଜେଇ ହୋଇଛନ୍ତି । ଭିଡିଓ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି, ' ଖୁସିକୁ ଶବ୍ଦରେ ବର୍ଣ୍ଣନା କରିପାରିବୁ ନାହିଁ ... ଆମେ କେବଳ ଅନୁଭବ କରିପାରିବା ...' ଭୋଜପୁରୀ ତାରକା ତଥା ବିଜେପି ନେତାଙ୍କ ଏହି ଭିଡିଓ ସେୟାର କରିବା ପରେ ପ୍ରଶଂସକମାନେ ମଧ୍ୟ ଅଭିନନ୍ଦନ ଜଣାଇବା ଆରମ୍ଭ କରିଛନ୍ତି । ଏଥିସହିତ ଭୋଜପୁରୀର ଇଣ୍ତଷ୍ଟ୍ରିର ଅନେକ କଳାକାର ମଧ୍ୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ମନୋଜ ତିୱାରୀ ଦୁଇଟି ବିବାହ କରିଛନ୍ତି । ସେ ପ୍ରଥମେ ୧୯୯୯ ରେ ରାନୀଙ୍କୁ ବିବାହ କରିଥିଲେ, କିନ୍ତୁ ୧୩ ବର୍ଷ ପରେ ସେମାନେ ପରଷ୍ପରଠୁ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ । ୨୦୨୦ ମସିହାରେ ଲଗଡାଉନ୍ ସମୟରେ ସୁରଭି ତିୱାରୀଙ୍କୁ ବିବାହ କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
BJP Leader Manoj Tiwari Going To Be a Father Third Time
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X