ବ୍ୟାପୁଛି ବାର୍ଡ ଫ୍ଲୁ:ସତର୍କ କଲା WHO
Bird Flu:ପୁଣି ବିଶ୍ୱବ୍ୟାପି ବ୍ୟାପୁଛି ବାର୍ଡ ଫ୍ଲୁ । ଏନେଇ WHO ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ, ଏହି ଭୂତାଣୁ ମଣିଷକୁ ସହଜରେ ସଂକ୍ରମିତ କରିଥାଏ । ତେଣୁ ବିଶ୍ୱର ସମସ୍ତ ଦେଶକୁ କୁକୁଡ଼ା ଫାର୍ମଗୁଡିକୁ ସଫ ରଖିବା ପାଇଁ ଏବଂ ରୋଗ ତଦାରଖ କାର୍ଯ୍ୟ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ଜାତିସଂଘ ଏଜେନ୍ସି ପକ୍ଷରୁ ପରମାର୍ଶ ଦିଆଯାଇଛି ।
ସୂଚନା ଅନୁସାରେ, କେତେକ ଭୌଗୋଳିକ ଅଞ୍ଚଳରେ ବାର୍ଡ ଫ୍ଲୁ ସଂକ୍ରମଣଶୀଳ ଏଚ୫ଏନ୧ ଷ୍ଟ୍ରେନ୍ ଚିହ୍ନଟ ହୋଇଛି ଏହା ସହଜରେ ମଣିଷଙ୍କ ମଧ୍ୟରେ ବ୍ୟାପିବାର ଆଶଙ୍କା ଥିବାରୁ WHO ପକ୍ଷରୁ ଆଗୁଆ ସତର୍କ କରାଯାଇଛି ।

'ହୁ'ର ସୂଚନା ଅନୁସାରେ, ସଂକ୍ରମିତ କୁକୁଡ଼ାଙ୍କ ସଂସ୍ପର୍ଶରେ ଆସି ପ୍ରାୟ ୬ ଜଣ ବ୍ୟକ୍ତି ରୋଗରେ ଆକ୍ରନ୍ତ ହୋଇଛନ୍ତି । ଏହି ଭାଇରାସ ପକ୍ଷୀଠାରୁ ମଣିଷକୁ ଏବଂ ମଣିଷଠୁ ମଣିଷଙ୍କୁ ବ୍ୟାପିଥାଏ । ତେବେ ଭୋଗଳିକ ଅଞ୍ଚଳରେ ବାର୍ଡ ଫ୍ଲୁ ଏବଂ ବନ୍ୟ ପକ୍ଷୀମାନଙ୍କର ହଠାତ୍ ମୃତ୍ୟୁ ହେବା ପରେ ଏହା ଏକ ଉଦବେଗଜନକ ବିଷୟ ବୋଲି WHOର ବୈଜ୍ଞାନିକ ମୁଖ୍ୟ କହିଛନ୍ତି ।
ତେବେ ବର୍ତ୍ତମାନ ସବୁ ଦେଶରେ ଏହି ଭୂତାଣୁକୁ ମନିଟର କରାଯାଉଛି ଏବଂ ସମସ୍ତଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।
ହୁ ମାହାମାରୀ ବିଭାଗ ନିର୍ଦ୍ଦେଶକ ଡ. ସିଲଭି ବ୍ରିୟାଣ୍ତଙ୍କ ସୂଚନା ଅନୁସାରେ, ୨୦୨୨ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ଟି ଦେଶରେ ବାର୍ଡ ଫ୍ଲୁ ସଂକ୍ରମଣ ବ୍ୟାପିଛି ।












Click it and Unblock the Notifications