ପତାକା ଉତ୍ତୋଳନ ବେଳେ ଅଘଟଣ: କରେଣ୍ଟ ଲାଗି ଜଣେ ଛାତ୍ରଙ୍କ ମୃତ୍ୟୁ

ବିହାର ବକ୍ସର ଜିଲ୍ଲାରେ ଏକ ସ୍କୁଲରେ ପତାକା ଉତ୍ତୋଳନ ବେଳେ ଅଘଟଣ ଘଟିଛି । କରେଣ୍ଟ ଲାଗିବା ଯୋଗୁଁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏହାସହ ଅନେକ ଛାତ୍ର ଆହତ ମଧ୍ୟ ହୋଇଛନ୍ତି ।

ପାଟଣା: ବିହାର ବକ୍ସର ଜିଲ୍ଲାରେ ଏକ ସ୍କୁଲରେ ପତାକା ଉତ୍ତୋଳନ ବେଳେ ଅଘଟଣ ଘଟିଛି । କରେଣ୍ଟ ଲାଗିବା ଯୋଗୁଁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏହାସହ ଅନେକ ଛାତ୍ର ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନାଥୁପୁର ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅଘଟଣ ଘଟିଛି ।

Republic Day 2022

ପିଲାମାନଙ୍କର ପରିବାର ଲୋକେ କହିଛନ୍ତି ଯେ, ପତାକା ଉତ୍ତୋଳନ ପାଇଁ ପିଲାମାନେ ସ୍କୁଲକୁ ଯାଇଥିଲେ। ସେହି ସମୟରେ ପତାକା ଲାଗିଥିବା ପାଇପରେ ହଠାତ୍ କରେଣ୍ଟ ଆସିଥିଲା, ଯାହାଦ୍ୱାରା ପିଲାମାନେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ସ୍ଥାନୀୟ ପ୍ରଶାସନର ଶୀର୍ଷ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ପିଲାମାନଙ୍କର ଉଚିତ୍ ଚିକିତ୍ସାର ବ୍ୟବସ୍ଥା କରିଥିଲେ।

ଏହି ଘଟଣା ପରେ ବକ୍ସର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ସେପଟେ ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଛି । ଆଉ ଆହତମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କିଭଳି ପତାକାର ପାଇପରେ କରେଣ୍ଟ ଲାଗିଲା ସେନେଇ ସଠିକ ତଦନ୍ତ କରିବାକୁ ମଧ୍ୟ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+