ମହିଳାଙ୍କ କିଡନୀ କାଢିନେଲେ ଡାକ୍ତର
Bihar Case: Bihar Dalit Women Critical After Removal of Both Kidneysମହିଳାଙ୍କ କିଡନୀ କାଢିନେଲେ ଡାକ୍ତର
ବିହାର: ପେଟରେ ହଠାତ୍ ଯନ୍ତ୍ରଣା ହେବାରୁ ଏକ ଘରୋଇ ଡାକ୍ତରଖାନାରେ ପହଁଚିଥିଲେ ମହିଳା । ଯେଉଁଠି ଡାକ୍ତର ତାଙ୍କୁ ତୁରନ୍ତ ଅପରେସନ କରିବା ପାଇଁ କହିଥିଲେ । ପରିବାର ଲୋକ ମଧ୍ୟ ମହିଳାଙ୍କ କଷ୍ଟ ଦେଖି ରାଜି ହୋଇଯାଇଥିଲେ । ହେଲେ ଅପରେସନ ପରେ ମଧ୍ୟ ମହିଳାଙ୍କ ଯନ୍ତ୍ରଣା କମି ନଥିଲା । ଏହା ପରେ ତାଙ୍କୁ ଆଉ ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଯେଉଁଠି ମହିଳାଙ୍କର ଦୁଇଟି କିଡନୀ ନାହିଁ ବୋଲି କହିଥିଲେ ଡାକ୍ତର ଏପରି ଘଟଣା ଦେଖିବା ପାଇଁ ମିଳିଛି ବିହାର ମଜାଫରପୁର ଜିଲ୍ଲା ସକରା ଥାନା ବାଜିରାଇତ ଗାଁରେ ।

ପୀଡିତା ମହିଳାଙ୍କ ପରିବାରଲୋକେ ଏନଇ ସଦର ଥାନାରେ ଜଣାଇ ନ୍ୟାୟ ପାଇଁ ଗୁହାରି କରିଛନ୍ତି । ମହିଳାଙ୍କର ଜଣେ ସମ୍ପର୍କିୀୟଙ୍କ ଅନୁସାରେ ପୂର୍ବରୁ ସେ ଏ ବିଷୟରେ ଅଜଣା ଥିଲେ । ହେଲେ ଯେତେବେଳେ ଅପରେସନ ପରେ ମଧ୍ୟ ମହିଳାଙ୍କ କଷ୍ଟ କମି ନଥିଲା ସେତେବେଳେ ସେ ଆଉ ଜଣେ ଡାକ୍ତରଙ୍କ ପରାମର୍ସ ନେଇଥିଲେ । ଯେଉଁଠି ସେ ଘଟଣାର ସତ୍ୟାସତ୍ୟ ବିଷୟରେ ଜାଣିବା ପାଇଁ ପାଇଥିଲେ । ଏହି ଘଟଣାକୁ ନେଇ ଡାକ୍ତରଖାନାରେ ହଙ୍ଗାମା ଦେଖିବା ପାଇଁ ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଁଚି ଯାଞ୍ଚ୍ ଆରମ୍ଭ କରିଛି । ପୂର୍ବରୁ ମଧ୍ୟ ବିହାରେ ଏପରି ଘଟଣା ଦେଖିବା ପାଇଁ ମିଳିଥିଲା ।












Click it and Unblock the Notifications