Get Updates
Get notified of breaking news, exclusive insights, and must-see stories!

ବିମାନରେ ସବୁଠାରୁ ବଡ ଚୋରି: 110 ଦିନ, 200 ବିମାନରେ ଯାତ୍ରା, ଲକ୍ଷ ଲକ୍ଷ ମୂଲ୍ୟର ଅଳଙ୍କାର ଚୋରି

ସାଧାରଣତଃ ବିମାନରେ ଯାତ୍ରା କରିବା ବେଳେ ଆମ ସମସ୍ତ ଜିନିଷ ସୁରକ୍ଷିତ ଥାଏ ବୋଲି ଆମର ଧାରଣା ଥାଏ । ଏତେ ମହଙ୍ଗା ଟିକେଟ୍, କଡ଼ା ସୁରକ୍ଷା ଓ ଚେକିଂ ମଧ୍ୟରେ ଆମେ ନିଶ୍ଚିତ ହୋଇଯାଉ ଯେ, ଆମ ଜିନିଷ ସୁରକ୍ଷିତ । ଏଠାରେ ସାଧାରଣ ବସଷ୍ଟାଣ୍ଡ କିମ୍ବା ରେଳ ଷ୍ଟେସନ ଭଳି ଚୋରି ହେଉନଥିବ । କିନ୍ତୁ ବର୍ତ୍ତମାନ ଏମିତି ଏକ ଖବର ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ବିମାନରୁ ମଧ୍ୟ ବଡ଼ଧରଣର ଚୋରି ହେଉଛି ।

thief

ନିକଟରେ ଦିଲ୍ଲୀ ପୋଲିସ ଏକ ନୂଆ ଚୋରି ମାମଲା ରୁଜୁ କରିଛି । ଗତ ମାସରେ ହାଇଦ୍ରାବାଦରୁ ଦିଲ୍ଲୀ ଯାଉଥିବା ଜଣେ ମହିଳା ତାଙ୍କ ହ୍ୟାଣ୍ଡବ୍ୟାଗରୁ 7 ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଚୋରି ହୋଇଥିବା ଦାବି କରିଥିଲେ । ଏହି ଚୋରି ବିମାନରେ ହୋଇଥିଲା । ଏହି ଘଟଣାର ତଦନ୍ତ କରୁଥିବା ପୋଲିସ ଟିମ୍ ସିସିଟିଭି ଫୁଟେଜ୍ ସଂଗ୍ରହ କରି ଦେଖିବା ପରେ ସବୁ କିଛି ସତର ପର୍ଦ୍ଦାଫାସ୍ ହୋଇଛି ।

ବିମାନବନ୍ଦରରୁ ଅନେକ ଘଣ୍ଟା ଫୁଟେଜ୍ ସ୍କାନ କରିବା ପରେ ଦିଲ୍ଲୀ ପୋଲିସ ପ୍ରକୃତ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିପାରିଥିଲା । ବିମାନରେ ବଡ ଚୋରି ଘଟଣା ଘଟାଇଥିବା ବ୍ୟକ୍ତି ରାଜେଶ କପୁର ବୋଲି ଜଣାପଡିଛି । ତାଙ୍କୁ ଦିଲ୍ଲୀର ପହରଗଞ୍ଜରୁ ଗିରଫ କରାଯାଇଛି ।

ଏମିତିକି ଏହା ତାର ପ୍ରଥମ ଚୋରି ନୁହଁ । ପୂର୍ବରୁ ମଧ୍ୟ କଡ଼ା ସୁରକ୍ଷାକୁ ମାତ୍ ଦେଇ ବାରମ୍ବାର ଚୋରି କରିଛି । ଏସବୁ ଜାଣିବା ପରେ ପୋଲିସ୍ ର ମଧ୍ୟ ହୋସ୍ ଉଡ଼ିଯାଇଥିଲା ।
ପୋଲିସ ବିମାନବନ୍ଦରରୁ ଘଣ୍ଟା ଫୁଟେଜ ସ୍କାନ କରି ରାଜେଶ କପୁର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ହାଇଦ୍ରାବାଦ ଏବଂ ଅମୃତସର ବିମାନ ବନ୍ଦରର ସିସିଟିଭି ଫୁଟେଜ ସ୍କାନ କରିବା ପରେ ଏହି ପଦକ୍ଷେପ ନିଆଯାଇଛି । ପଚରାଉଚରା ବେଳେ ଅଭିଯୁକ୍ତ ପୋଲିସକୁ କହିଥିଲେ ଯେ ସେ କିପରି ବିମାନବନ୍ଦର ଭିତରେ ସୁରକ୍ଷା ଉଲ୍ଲଂଘନ କରିଥିଲେ ଏବଂ ଏକ ବର୍ଷ ପର୍ଯ୍ୟନ୍ତ ଚୋରି କାର୍ଯ୍ୟ ଜାରି ରଖିଥିଲା ।

ପଚରାଉଚରା ବେଳେ ଜଣାପଡିଥିଲା ଯେ ଅଭିଯୁକ୍ତ ଦିଲ୍ଲୀ ରେଳ ଷ୍ଟେସନ ନିକଟରେ ଅବସ୍ଥିତ ଏକ ଗେଷ୍ଟ ହାଉସ 'ରିକି ଡିଲକ୍ସ'ର ମାଲିକ । ସେ ଗେଷ୍ଟ ହାଉସର ତୃତୀୟ ମହଲାରେ ରହୁଥିଲା । ଏହା ବ୍ୟତୀତ ସେ ଟଙ୍କା ବିନିମୟ ଏବଂ ମୋବାଇଲ୍ ମରାମତି କାର୍ଯ୍ୟରେ ମଧ୍ୟ ଜଡିତ ଥିବା ପୋଲିସ କହିଛି ।
ପୋଲିସ ପଚରାଉଚରା ବେଳେ ଅଭିଯୁକ୍ତ ଅନେକ ବିମାନବନ୍ଦରରେ ଚୋରି କରିଥିବା ଜଣାପଡିଛି । ରାଜେଶ କପୁର କହିଛି ଯେ ସେ ଦିଲ୍ଲୀ, ଚେନ୍ନାଇ, ହାଇଦ୍ରାବାଦ, ଚଣ୍ଡିଗଡ଼, ବେଙ୍ଗାଲୁରୁ, ମୁମ୍ବାଇ ଏବଂ ଅମୃତସର ଭଳି ଅନେକ ବିମାନବନ୍ଦରରୁ ଅଧିକାଂଶ ମହିଳା ଯାତ୍ରୀଙ୍କ ବ୍ୟାଗରୁ ମୂଲ୍ୟବାନ ସାମଗ୍ରୀ ଚୋରି କରିଛି ।

ଏହି ମାମଲା ସମ୍ପର୍କରେ ସୂଚନା ଦେଇ ଦିଲ୍ଲୀ ପୋଲିସ କହିଛି ଯେ ବିମାନ ଚଳାଚଳ କରୁଥିବା ଅଭିଯୁକ୍ତ ଚୋର ଟ୍ରେନରେ ଚୋରି କରୁଥିଲା ଏବଂ ପରେ ସେ ବିମାନବନ୍ଦରରେ ଚୋରି କରିବାକୁ ଯୋଜନା କରିଥିଲା ।

ଦିଲ୍ଲୀ ପୋଲିସର ସୂଚନାନୁସାରେ, ଖୋଜାଖୋଜି ସମୟରେ ପହରଗଞ୍ଜର ରାଜେଶଙ୍କ ଘରୁ ବହୁ ପରିମାଣର ସୁନା ଓ ରୂପା ଅଳଙ୍କାର ଉଦ୍ଧାର କରାଯାଇଥିଲା । ଅନେକ ଥର ସେ ଶରଦ ଜୈନ ନାମକ ଏକ ଅଳଙ୍କାର ଦୋକାନରେ ଚୋରି ହୋଇଥିବା ଅଳଙ୍କାର ବିକ୍ରି କରିଚି ।

ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ଚୋରି କରିବାପାଇଁ ବିମାନରେ ଯାତ୍ରା କରେ । ପ୍ରାୟ 110 ଦିନରେ 220ରୁ ଅଧିକ ଥର ବିମାନରେ ଯାତ୍ରା କରି ସେ ଚୋରି କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+