କେଉଁ ଦେଶ ପାଖରେ ରହିଛି ଅଧିକ ଟ୍ରେନ ? ଚାଲନ୍ତୁ ଜାଣିବା ବିଶ୍ୱର ବଡ ରେଳ ନେଟୱର୍କ ବାବଦରେ
ଟ୍ରେନ୍ ଯାତ୍ରା କାହାରି ପ୍ରିୟ ନୁହେଁ କହିଲେ । ଦୂର ବାଟକୁ ଯାତ୍ରା କଲେ ଆମେ ସାଧାରଣ ଟ୍ରେନରେ ଯାଇଥାଉ । କାରଣ ଟ୍ରେନ ଦ୍ଵାରା ଆମେ ସୁରୁଖୁରରେ ଯାତ୍ରା କରିଥାଉ । ତାହା ସହ ଆମେ ବାଟରେ ଗଲାବେଳେ ପ୍ରାକୃତିକ ସୁନ୍ଦରତାକୁ ଉପଭୋଗ କରିଥାଉ ।
ଏହା ସହ ବେଳେ ବେଳେ ଘର ଲୋକ ଓ ସାଙ୍ଗସାଥିଙ୍କ ସହ ବି ଟ୍ରେନରେ ଯାଇଥାଉ । ବର୍ତ୍ତମାନ ସମୟରେ ଟ୍ରେନ ଏକ ବଡ ମାଧ୍ୟମ ପାଲଟିଛି ।

କାରଣ ଟ୍ରେନ ଦ୍ଵାରା ଆମେ ସୁରୁଖୁରରେ ଯାତ୍ରା କରିଥାଉ । ତାହା ସହ ଆମେ ବାଟରେ ଗଲାବେଳେ ପ୍ରାକୃତିକ ସୁନ୍ଦରତାକୁ ଉପଭୋଗ କରିଥାଉ । ଟ୍ରେନ୍ ଯାତ୍ରା ସମସ୍ତଙ୍କ ଭାରି ପ୍ରିୟ ।
ବିଶ୍ୱର ରେଳ ନେଟୱର୍କ ମାମଲାରେ ଭାରତର ସ୍ଥାନ ଚତୁର୍ଥ । ହେଲେ ସାଇଜ ମାମଲାରେ ଭାରତର ସ୍ଥାନ ୭ମରେ ରହିଛି । ହେଲେ ବିଶ୍ୱର ଏଭଳି କିଛି ଦେଶ ରହିଛି ଯାହାର ନିଜସ୍ୱ ରେଳ ନେଟୱର୍କ ନାହିଁ । ଏହି ଦେଶ ତାଲିକାରେ ରହିଛି ଭୂଟାନ ଓ ଅଣ୍ଡୋରା ।
ଭାରତର ରେଳ ନେଟୱର୍କ ମୋଟ ୭୦,୨୨୫ କିଲୋମିଟର । ରେଳ ବିଭାଗ ଯାତ୍ରୀଙ୍କର ଆବଶ୍ୟକତାକୁ ଦେଖି ରେଳ ଚଳାଚଳ ସଂଚାଳନ କରିଥାଏ ।
କେଉଁ ଦେଶ ପାଖରେ ରହିଛି ସବୁଠାରୁ ଅଧିକ ଟ୍ରେନ ?
ରେଳ ନେଟୱର୍କ ମାମଲାରେ ଆମେରିକା ବିଶ୍ଵରେ ନମ୍ୱର୍ ୱାନ । ଆମେରିକା ପାଖରେ ୨,୫୭,୫୬୦ କିଲୋମିଟର ରେଳ ଲାଇନ ରହିଛି । ଯାତ୍ରୀମାନଙ୍କ ପାଇଁ କେବଳ ୩୫,୦୦୦ କିଲୋମିଟର ରେଳ ନେଟୱର୍କ ରହିଛି । ଆମେରିକାରେ ମାଲ ପରିବହନ ପାଇଁ ସବୁଠାରୁ ଅଧିକ ରେଳ ନେଟୱର୍କକୁ ବ୍ୟବହାର କରାଯାଇଥାଏ ।
ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ରହିଛି ଚୀନ । ଚୀନ ପାଖରେ ୧,୫୦,୦୦୦ କିଲୋମିଟର ରେଳ ଲାଇ ନରହିଛି । ହେଲେ ଦ୍ରୁତ ରେଳଟ୍ରାକ୍ ମାମଲାରେ ଚୀନ ବିଶ୍ୱର ପ୍ରଥମ ସ୍ଥାନରେ ରହିଛି । ଚୀନ ପାଖରେ ୪୦ ହଜାର କିଲୋମିଟରର ଦ୍ରୁତ ରେଳ ଟ୍ରାକ ରହିଛି । ରେଳ ନେଟୱର୍କ ମାମଲାରେ ଋଷ ବିଶ୍ୱର ତୃତୀୟ ସ୍ଥାନରେ ରହିଛି ।












Click it and Unblock the Notifications