For Quick Alerts
Turn On Notification  
For Daily Alerts
Oneindia App Download

ମଳ ପରିଚାଳନା କ୍ଷେତ୍ରରେ ବିଏମସି ଦେଶରେ ଏକ ନମ୍ବର

ମଳ ପରିଚାଳନା କ୍ଷେତ୍ରରେ ଆଇଏସ୍ଓ ସାର୍ଟିଫିକେଟ୍ ସହ ସମଗ୍ର ଦେଶରେ ପ୍ରଥମ ସହରାଞ୍ଚଳର ମାନ୍ୟତା ମିଳିଛି | ବିଶ୍ୱସ୍ତରରେ ବାଂଲାଦେଶର ଜେହ୍ନେଇଦା ପୌରସଂସ୍ଥା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଭୁବନେଶ୍ୱର ମହାନଗର ନିଗମ |

|

ଭୁବନେଶ୍ୱର: ପରିମଳ ଓ ପରିବେଶ ଉପରେ ଗୁରୁତ୍ୱ ଦେଉଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମସି)କୁ ମିଳିଛି ବଡ଼ ସଫଳତା | ମଳ ପରିଚାଳନା କ୍ଷେତ୍ରରେ ଆଇଏସ୍ଓ ସାର୍ଟିଫିକେଟ୍ ସହ ସମଗ୍ର ଦେଶରେ ପ୍ରଥମ ସହରାଞ୍ଚଳର ମାନ୍ୟତା ମିଳିଛି | ବିଶ୍ୱସ୍ତରରେ ବାଂଲାଦେଶର ଜେହ୍ନେଇଦା ପୌରସଂସ୍ଥା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଭୁବନେଶ୍ୱର ମହାନଗର ନିଗମ | ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଏଭଳି ସଫଳତାକୁ ରାଜଧାନୀବାସୀଙ୍କୁ ଉତ୍ସର୍ଗ କରିଛି ବିଏମସି |

ମଳ ପରିଚାଳନା ଭୁବନେଶ୍ୱର ସହରର ଥିଲା ବଡ଼ ସମସ୍ୟା | ଲୋକେ ସିଧାସଳଖ ପାଇଖାନାକୁ ନାଳ ଓ କେନାଲ ସହ ସଂଯୋଗ କରି ଦେଉଥିଲେ | ଏହି ସମସ୍ୟାର ସମାଧାନ ପାଇଁ ଅମୃତ ଯୋଜନାରେ ପ୍ରାୟ ୪ କୋଟି ଟଙ୍କା ବିନିଯୋଗରେ ଜନବସତି ଠାରୁ ଦୂରରେ ବାସୁଆଘାଇ ଠାରେ ସ୍ଥାପନ କରାଯାଇଥିଲା ମଳ ଉପଚାର ସୁବିଧା କେନ୍ଦ୍ର | ବିଏମସି ଓ ଘରୋଇ ସଂସ୍ଥାର ମିଳିତ ସହଯୋଗରେ ଲୋକଙ୍କୁ ଏହି ସେବା ଯୋଗାଇ ଦିଆଯାଉଛି |

BMC, Bhubaneswar

ଉଭୟ ଅନଲାଇନ୍ ଓ ଅଫଲାଇନରେ ବୁକିଂ କରି ସେସପୁଲ ଜରିଆରେ ଘର ପାଇଖାନାରୁ ମଳ ନିଷ୍କାସନ କରି ଏହି କେନ୍ଦ୍ରରେ ତାହାର ପ୍ରକ୍ରୀୟାକରଣ କରାଯାଉଛି | ମଳ ଉପଚାର ସୁବିଧା କେନ୍ଦ୍ରରେ ସାର ପ୍ରସ୍ତୁତ ହେଉଛି, ଯାହାକୁ କୃଷି କ୍ଷେତ୍ରରେ ବିନିଯୋଗ କରାଯାଇପାରିବ | ଏହାକୁ ବିକ୍ରୀ କରି ମଧ୍ୟ ବିଏମସି ବେଶ୍ ଅର୍ଥ ଆଦାୟ କରିବାର ଲକ୍ଷ୍ୟ ରଖିଛି |

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Bhubaneswar becomes the no1 city in the country in effective Faecal Sludge & Septage Management services.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X