ଚଳିତ ବର୍ଷ ହେବନି ଭୁବନେଶ୍ୱର ବାଲିଯାତ୍ରା
କୋଭିଡ୍ ମହାମାରୀକୁ ଆଖି ଆଗରେ ରଖି ଚଳିତ ବର୍ଷ ଭୁବନେଶ୍ୱର ବାଲିଯାତ୍ରାକୁ ବନ୍ଦ କରାଯାଇଛି । ଏହାକୁ ସମର୍ଥନ କରିଛି ବାଲିଯାତ୍ରା ମହୋତ୍ସବ କମିଟି ।
ଭୁବନେଶ୍ୱର : କୋଭିଡ୍ ମହାମାରୀକୁ ଆଖି ଆଗରେ ରଖି ଚଳିତ ବର୍ଷ ଭୁବନେଶ୍ୱର ବାଲିଯାତ୍ରା ବନ୍ଦ କରି ଦିଆଯାଇଛି । ବାଲିଯାତ୍ରା ମହୋତ୍ସବ କମିଟି ସହ ପୁଲିସ କମିଶନରଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ବାଲିଯାତ୍ରା ନ ହେବା ନେଇ କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଆହୁରି ମଧ୍ୟ ଯଦି ଆସନ୍ତା ବର୍ଷ ସ୍ଥିତି ସ୍ୱଭାବିକ ରୁହେ ତେବେ ବାଲିଯାତ୍ରା ପୂର୍ବପରି ଅନୁଷ୍ଠିତ ହେବ ବୋଲି କୁହାଯାଇଛି।













Click it and Unblock the Notifications