ଡାଏବେଟିସ୍ ସତ୍ତ୍ୱେ କୋଭିଡକୁ ପରାଜିତ କଲେ 92 ବର୍ଷିୟ ବୃଦ୍ଧା
ଡାଏବେଟିସ୍କ ସତ୍ତ୍ୱେ କରୋନାରେ ଆକ୍ରାନ୍ତ ଜଣେ 92 ବର୍ଷିୟା ବୃଦ୍ଧା ଆଜି ସୁସ୍ଥ ହୋଇଛନ୍ତି ।
ଭୁବନେଶ୍ୱର: କୋଭିଡର ମହାମାରୀ ସମୟରେ ଆସିଛି ଖୁସି ଖବର । ପ୍ରତ୍ୟେକ ଦିନ କରୋନା ଲୋକଙ୍କ ଜୀବନ ନେଉଥିବା ବେଳେ ଏପରି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଦୃଢ ମନୋବଳ ପାଖରେ କରୋନା ପରାସ୍ତ ହେଉଛି । ସେହିପରି ଜଣେ ବୟୋଜ୍ୟେଷ୍ଠା ମହିଳା ଆଜି କରୋନାକୁ ପରାସ୍ତ କରିଛନ୍ତି । ତାଙ୍କ ନାମ ସରୋଜିନୀ ପଟ୍ଟନାୟକ ଓ ତାଙ୍କ ଘର ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରେ ବୋଲି ଜଣାପଡିଛି ।

ସରୋଜୀଙ୍କ ବୟସ 92 ବର୍ଷ । ସେ ବରମୁଣ୍ଡାରେ ରହୁଥିବା ବେଳେ ସେ ମଧୁମେହ ଅବା ଡାଏବେଟିସ୍ ରୋଗରେ ପୀଡିତ ଅଛନ୍ତି । କିଛି ଦିନ ଧରି ଥଣ୍ଡା, କାଶ ଓ ଜ୍ୱରେ ପୀଡିତ ହେବା ପରେ ପରିବାର ଲୋକ ତାଙ୍କର କୋଭିଡ୍ ପରୀକ୍ଷା କରେଇଥିଲା। ପରେ ସେ କୋଭିଡ୍ ପଜେଟିଭ୍ ଥିବା ଜଣାପଡିଥିଲା । ତାଙ୍କୁ ସମ୍ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ସେଠାରେ ଚିକିତ୍ସା ଆରମ୍ଭ କରାଯାଇଥିଲା । ଆଜି ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିଲା । ସରୋଜିନୀ ଆଜି ତାଙ୍କ ନାତି ସହ ଘରକୁ ଫେରିଛନ୍ତି । ଏଥିସହ ଡାକ୍ତର, ନର୍ସଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।












Click it and Unblock the Notifications