ନୂଆ ଫିଚର୍ ସହ ଲଞ୍ଚ ହେଲା BHIM 3.0, ମିଳିବ ଏହି ସମସ୍ତ ସୁବିଧା

BHIM News: ଭାରତୀୟ ଜାତୀୟ ପେମେଣ୍ଟ ନିଗମ (NPCI) BHIM 3.0 ଲଞ୍ଚ କରିଛି। ଏହା ଭାରତ ଇଣ୍ଟରଫେସ୍ ଅଫର୍ ମନି (BHIM) ଆପରେ ତୃତୀୟ ପ୍ରମୁଖ ଅପଗ୍ରେଡ୍। ଯଦି ଆପଣ ଏହାକୁ ବ୍ୟବହାର କରନ୍ତି, ତେବେ ଏଥିରେ ଆପଣଙ୍କୁ ଅନେକ ନୂତନ ଫିଚର ମିଳିବ ।

ଏବେ BHIM ଆପରେ ନୂତନ ଭାଷା ଯୋଡା ଯାଇଛି ଏବଂ ଏବେ ଏହା 15 ରୁ ଅଧିକ ଭାରତୀୟ ଭାଷାକୁ ସମର୍ଥନ କରିବ। ଏହାକୁ ଏବେ କମ୍ ସ୍ପିଡ୍ ଇଣ୍ଟରନେଟରେ ମଧ୍ୟ ବ୍ୟବହାର କରିପାରିବେ । ଅପଡେଟ୍ ପରେ ୟୁଜର୍ସଙ୍କୁ ସେମାନଙ୍କ ଖର୍ଚ୍ଚ ପରିଚାଳନା ଏବଂ ଡିଭାଇଡ୍ କରିବା ପାଇଁ ନୂତନ ଉପକରଣ ଦିଆଯାଇଛି।

BHIM

ଏହା ବ୍ୟତୀତ, ନୂତନ ଅପଡେଟରେ ଫ୍ୟାମିଲି ମୋଡ୍, ସ୍ପେଣ୍ଡ ଆନାଲିଟିକ୍ସ ଏବଂ ବିଲ୍ଟ-ଇନ୍ ଟାସ୍କ ଆସିଷ୍ଟାଣ୍ଟ ପ୍ରଦାନ କରାଯାଇଛି, ଯାହା ବ୍ୟବହାରକାରୀଙ୍କୁ ପେଣ୍ଡିଂ ବିଲ୍ ଏବଂ କମ୍ ବାଲାନ୍ସ ଇତ୍ୟାଦି ବିଷୟରେ ସୂଚନା ଦେଇଥାଏ। ବ୍ୟବସାୟୀଙ୍କ ବିଷୟରେ କହିବାକୁ ଗଲେ, ଏଥିରେ ଏକ ଇନ୍-ଆପ୍ ପେମେଣ୍ଟ ସମାଧାନ ଅଛି, ଯାହା ଅନଲାଇନ୍ ବ୍ୟବସାୟୀ ପ୍ଲାଟଫର୍ମ ସହିତ ସଂଯୁକ୍ତ ହୋଇଥାଏ।

ଆସନ୍ତା ମାସ ସୁଦ୍ଧା ସାରା ଦେଶରେ ଆରମ୍ଭ କରାଯିବ। ଆପଣଙ୍କୁ କହିରଖୁଛୁ ଯେ BHIM ଆପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2016ରେ ଲଞ୍ଚ କରିଥିଲେ। ଦେଶରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ଏହାକୁ ଲଞ୍ଚ କରାଯାଇଥିଲା। 2024-25 ଆର୍ଥିକ ବର୍ଷରେ, ଚଳିତ ବର୍ଷ ଜାନୁଆରୀ ସୁଦ୍ଧା, UPI ସମେତ ଡିଜିଟାଲ୍ ପେମେଣ୍ଟ କାରବାର 18,120 କୋଟିରୁ ଅଧିକ ରେକର୍ଡ କରାଯାଇଛି, ଯାହାର କାରବାର ମୂଲ୍ୟ 2,330 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+