ଜାଣନ୍ତୁ Instagram'ରେ Reels ପୋଷ୍ଚ କରିବାର ସଠିକ୍ ସମୟ, ଲାଇକ୍ ଓ କମେଣ୍ଟର ହେବ ବର୍ଷା
Best Time To Upload Reels On Instagram: ବର୍ତ୍ତମାନ ସୋସିଆଲ ମିଡିଆ ଯୁଗ, ଭିଡିଓ ପୋଷ୍ଚ କରି ଲକ୍ଷ ଲକ୍ଷ ଟଙ୍କା ଆୟ କରି ପାରୁଛନ୍ତି ଆଜିର ଯୁବ ସମାଜ । ସୋସିଆଲ ମିଡିଆର ଏହି ତାଲିକାରେ ଇନଷ୍ଟାଗ୍ରାମ ମଧ୍ୟ ସାମିଲ ଅଛି, ଯାହା ଆଜିକା ତାରିଖରେ ପ୍ରିୟ ଆପ୍ ମଧ୍ୟରୁ ଗୋଟେ । ଲୋକମାନେ ଇନଷ୍ଟାଗ୍ରାମରେ ସେମାନଙ୍କର ଫଟୋ ପୋଷ୍ଟ କରନ୍ତି ଏବଂ ରିଲ୍ ମଧ୍ୟ ଅପଲୋଡ୍ କରନ୍ତି ।
ହେଲେ ଆପଣ ଜାଣିଛନ୍ତି ରିଲ୍ କିମ୍ବା ଫଟୋ ସେୟାର କରିବାର ଏକ ଉପଯୁକ୍ତ ସମୟ ରହିଛି । ଏହି ସମୟରେ ରିଲ୍ କିମ୍ବା ଫଟୋ ପୋଷ୍ଟ କରିବା ଦ୍ୱାରା ଆପଣଙ୍କ ଦର୍ଶକଙ୍କ ସଂଖ୍ୟା ଅର୍ଥାତ୍ ଅଧିକ ଭ୍ୟୁଜ୍ ଆସିପାରିବ । ରିଲସ୍ କିମ୍ବା ଫଟୋ ପୋଷ୍ଟ କରିବା ପାଇଁ ଉପଯୁକ୍ତ ସମୟ ହେଉଛି।

ସକାଳ 7-9 ମଧ୍ୟରେ ପୋଷ୍ଟ କରିବା ପାଇଁ ଏକ ଭଲ ସମୟ ହୋଇପାରେ କାରଣ ଅନେକ ଲୋକ ସକାଳେ ସୋସିଆଲ୍ ମିଡିଆ ଦେଖିବା ପସନ୍ଦ କରନ୍ତି ।
ଅପରାହ୍ନ 12-1 ମଧ୍ୟରେ ପୋଷ୍ଟ କରିବା ଏକ ଭଲ ସମୟ । କାରଣ ଏହି ସମୟେ ସାଧାରଣତଃ ଲୋକ ମାନେ ଅପରାହ୍ନ ଖାଦ୍ୟ ଖାଇଥାନ୍ତି ଏବଂ ଅଫିସର ଲଞ୍ଚ ବ୍ରେକ୍ ମଧ୍ୟ ରହିଥାଏ । ଏହି ସମୟରେ ଲୋକମାନେ ଫୋନ୍ ବ୍ୟବହାର କରନ୍ତି ।
ହେଲେ ଆପଣ ଜାଣିଛନ୍ତି ରିଲ୍ କିମ୍ବା ଫଟୋ ସେୟାର କରିବାର ଏକ ଉପଯୁକ୍ତ ସମୟ ରହିଛି । ଏହି ସମୟରେ ରିଲ୍ କିମ୍ବା ଫଟୋ ପୋଷ୍ଟ କରିବା ଦ୍ୱାରା ଆପଣଙ୍କ ଦର୍ଶକଙ୍କ ସଂଖ୍ୟା ଅର୍ଥାତ୍ ଅଧିକ ଭ୍ୟୁଜ୍ ଆସିପାରିବ । ରିଲସ୍ କିମ୍ବା ଫଟୋ ପୋଷ୍ଟ କରିବା ପାଇଁ ଉପଯୁକ୍ତ ସମୟ ହେଉଛି।
ସେହିପରି ସନ୍ଧ୍ୟା 5-7 ମଧ୍ୟରେ ପୋଷ୍ଟ କରିବା ଏକ ଭଲ ସମୟ କାରଣ ଏହି ସମୟରେ ଲୋକମାନେ କାମ ପରେ ସନ୍ଧ୍ୟା ସମୟରେ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ଚେକ୍ କରନ୍ତି ।
ୱିକେଣ୍ଡରେ ମଧ୍ୟ ଆପଣ ନିଜ ଭିଡିଓ ପୋଷ୍ଟ କରପାରିବେ । ଏହି ସମୟରେ ସୋସିଆଲ୍ ମିଡିଆ ବ୍ରାଉଜ୍ କରିବାକୁ ଲୋକଙ୍କ ପାଖରେ ଅଧିକ ଖାଲି ସମୟ ଅଛି । ଶନିବାର ଅପରାହ୍ନ ଏବଂ ରବିବାର ସକାଳ ପୋଷ୍ଟ କରିବା ପାଇଁ ଭଲ ସମୟ ।












Click it and Unblock the Notifications