ବୁଲିଲା ବୁଲଡୋଜର, ମାଟିରେ ମିଶିଲା ବୈକୁଣ୍ଠଧାମ
Odisha News: ବୁଲିଲା ବୁଲଡୋଜର, ମାଟିରେ ମିଶିଲା ବୈକୁଣ୍ଠଧାମ । ଗତକାଲି ବିଡିଓ ପକ୍ଷରୁ ଆଶ୍ରମ ଭାଙ୍ଗିବା ନେଇ ଘୋଷଣା କରାଯାଇଥିଲା । ଦିନ ୧୨ ଟା ସୁଦ୍ଧା ବୈକୁଣ୍ଠଧାମ ଖାଲି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା ବିଡିଏ । ଯାହା ପରେ ଆଜି ସକାଳୁ ଆଶ୍ରମ ଖାଲି କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ଆଜି ସୁରକ୍ଷା କର୍ମୀଙ୍କ ସହ ଉକ୍ତ ସ୍ଥାନରେ ପହଞ୍ଚିଥିଲା ବିଡିଏ ଟିମ୍ ।

ବର୍ତ୍ତମାନ ଆଶ୍ରମ କୋଠା ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଯାଇଛି, ସନ୍ଧ୍ୟା ସୁଦ୍ଧା ଉଚ୍ଛେଦ କାର୍ଯ୍ୟ ଶେଷ ହେବା ନେଇ ସୂଚନା ରହିଛି । ସେହିପରି ଆଜି ଯଦି ସମସ୍ତ କାର୍ଯ୍ୟ ଶେଷ ନ ହୁଏ ତେବେ ଆସନ୍ତାକାଲି ମଧ୍ୟ ଆଶ୍ରମ ଭଙ୍ଗାଯିବାର ପ୍ରକ୍ରିୟା ଜାରି ରହିବ । ସମସ୍ତ କାର୍ଯ୍ୟ ଶେଷ ହେବା ପରେ ୧୦୪ ଜିସିମିଲ୍ ଜମି ଉପରେ ପାଚେରୀ ନିର୍ମାଣ କରାଯିବ । ସେହିପରି ଆଶ୍ରମ ଭାଙ୍ଗିବା ସମୟରେ ଯେପରି କିଛି ଅଘଟଣ ନ ଘଟେ ସେଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।












Click it and Unblock the Notifications