Get Updates
Get notified of breaking news, exclusive insights, and must-see stories!

February Bank Holidays 2025: ଫେବ୍ରୁଆରୀ'ରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ୍

February Bank Holidays 2025: ଫେବ୍ରୁଆରୀ ମାସରେ ଯଦି ବ୍ୟାଙ୍କରେ ଆପଣ କିଛି କାମ ରଖିଛନ୍ତି ତେବେ ତୁରନ୍ତ ସାରି ନିଅନ୍ତୁ କାରଣ ଆସନ୍ତା ମାସରେ ଅନେକ ଦିନ ବନ୍ଦ ରହିବ ବ୍ୟାଙ୍କ । ଭାରତୀୟ ରିଜର୍ଭ ବ୍ୟାଙ୍କ ଫେବୃଆରୀ 2025 ପାଇଁ ବ୍ୟାଙ୍କ ଛୁଟିର ତାଲିକା ପ୍ରକାଶ କରିଛି। ଏହି ମାସରେ ସାପ୍ତାହିକ ଛୁଟି ଏବଂ ବିଭିନ୍ନ ରାଜ୍ୟର ପର୍ବପର୍ବାଣୀ ସମେତ ମୋଟ 14 ଦିନ ବ୍ୟାଙ୍କ ବନ୍ଦ ରହିବ। ହେଲେ ଇଣ୍ଟରନେଟ୍ ବ୍ୟାଙ୍କିଂ ଏବଂ UPI ଭଳି ସେବାଗୁଡ଼ିକ ସ୍ୱାଭାବିକ ଭାବରେ କାର୍ଯ୍ୟ କରିବ।

RBI ସୂଚନା ଅନୁସାର, ସରସ୍ୱତୀ ପୂଜା, ଗୁରୁ ରବିଦାସ ଜୟନ୍ତୀ, ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ, ରାଜ ଦିବସ ଏବଂ ମହାଶିବରାତ୍ରି ଭଳି ଅନେକ ପର୍ବପର୍ବାଣୀ ରହିଛି । ଫେବ୍ରୁଆରୀ କିଛି ରାଜ୍ୟରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଏହା ବ୍ୟତୀତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ମଧ୍ୟ ପୁରା ଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

February Bank Holidays 2025

୨ ଫେବୃଆରୀ - ରବିବାର ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ।
୩ ଫେବୃଆରୀ -ସୋମବାର ପଡୁଛି ହେଲେ ବସନ୍ତ ପଞ୍ଚମୀ ଯୋଗୁଁ ତ୍ରିପୁରାରେ ବ୍ୟାଙ୍କ ବନ୍ଦ ରହିବ ।
୮ ଫେବୃଆରୀ - ଦ୍ୱିତୀୟ ଶନିବାର, ସାରା ଭାରତରେ ବ୍ୟାଙ୍କ ବନ୍ଦ ରହିବ ।

୯ ଫେବୃଆରୀ- ରବିବାର ଦିନ ସାରା ଦେଶରେ ସାପ୍ତାହିକ ଛୁଟି ବନ୍ଦ ରହିବ ।
୧୧ ଫେବୃଆରୀ- ମଙ୍ଗଳବାର ଥାଇପୁସମ୍ ଯୋଗୁଁ ତାମିଲନାଡୁରେ ବ୍ୟାଙ୍କଗୁଡ଼ିକ ବନ୍ଦ ରିହବ ।

ଫେବୃଆରୀ ୧୨ - ବୁଧବାର ଗୁରୁ ରବିଦାସ ଜୟନ୍ତୀ ଯୋଗୁଁ ହିମାଚଳ ପ୍ରଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।
ଫେବୃଆରୀ ୧୫- ମଣିପୁରରେ ଲୁଇ-ନଗାଇ ନି ଯୋଗୁଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।

ଫେବୃଆରୀ ୧୬ - ମହାରାଷ୍ଟ୍ରରେ ଦେଶବ୍ୟାପୀ ସାପ୍ତାହିକ ଛୁଟି
୧୯ ଫେବୃଆରୀ - ବୁଧବାର ପଡୁଛି ହେଲେ ଉକ୍ତଦିନ ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ ଅବସରରେ ମହାରାଷ୍ଟ୍ରରେ ବ୍ୟାଙ୍କ ବନ୍ଦ ରହିବ ।
୨୦ ଫେବୃଆରୀ - ଗୁରୁବାର ଦିନ ରାଜ୍ୟ ପ୍ରତିଷ୍ଠା ଦିବସ ଯୋଗୁଁ ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶରେ ବ୍ୟାଙ୍କ ବନ୍ଦ ରହିବ ।

୨୨ ଫେବୃଆରୀ - ଶନିାର ଚତୁର୍ଥ ଶନିବାର, ସାରା ଭାରତରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
୨୩ ଫେବୃଆରୀ - ସାରା ଦେଶରେ ସାପ୍ତାହିକ ଛୁଟି
୨୬ ଫେବୃଆରୀ - ବୁଧବାର ମହାଶିବରାତ୍ରି ଯୋଗୁଁ ଅଧିକାଂଶ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
୨୮ ଫେବୃଆରୀ - ଲୋସାର ଯୋଗୁଁ ଗ୍ୟାଙ୍ଗଟକରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+