ଡିସେମ୍ବରରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ୍
December Bank Holiday: ଆସନ୍ତାକାଲି ଆରମ୍ଭ ହେବ ଡିସେମ୍ବର ମାସ । ଆସନ୍ତା ମାସରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ୍ । ସେହିପରି ମାସ ଆରମ୍ଭ ରବିବାରରୁ ହେଉଥିବାରୁ ପ୍ରଥମ ଦିନ ଅର୍ଥାତ୍ ଡିସେମ୍ବର ୧ ତାରିଖ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ତେବେ ଚାଲନ୍ତୁ ନଜର ପକାଇବା ଏହି ମାସରେ କେଉଁ କେଉଁ ଦିନ ବ୍ୟାଙ୍କ୍ ବନ୍ଦ ରହିବ ।
ଡିସେମ୍ବର 3 ଅର୍ଥାତ୍ ମଙ୍ଗଳବାର ଦିନ ଗୋଆରେ ବ୍ୟାଙ୍କଗୁଡିକ ବନ୍ଦ ରହିବ କାରଣ ଉକ୍ତ ଦିନ 'Feast of St Francis Xavier 'ରହିଛି ।

ଡିସେମ୍ବର ୧୨ ତାରିଖ ଦିନ ମେଘାଳୟରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
ମେଘାଳୟରେ ଡିସେମ୍ବର ୧୮ ତାରିଖରେ ବ୍ୟାଙ୍କ ବନ୍ଦ ରହିବ ।
ଗୋଆରେ ୧୯ ଡିସେମ୍ବର ଗୋଆ ମୁକ୍ତି ଦିବସ ଅବସରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
୨୫ ଡିସେମ୍ବର ଖ୍ରୀଷ୍ଟମାସ ଅବସରରେ ସାରା ଦେଶରେ ବ୍ୟାଙ୍କ୍ ବନ୍ଦ ରହିବ ।
ସେହିପରି ୨୬ ଡିସେମ୍ବରରେ କିଛି କିଛି ରାଜ୍ୟରେ ବ୍ୟାଙ୍କ ଛୁଟି ରହିବ ।
୨୭ ଡିସେମ୍ବର କେତେକ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିଛି।
୩୦ ଡିସେମ୍ବର ମେଘାଳୟରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
ମିଜୋରାମ ଏବଂ ସିକ୍କିମରେ ୩୧ ଡିସେମ୍ବର ଦିନ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
ଏହା ବ୍ୟତୀତ ଡିସେମ୍ବରରେ ୫ଟି ରବିବାର ଯଥା ୧,୮,୧୫,୨୨,୨୯ ତାରିଖରେ ବ୍ୟାଙ୍କ ବନ୍ଦ ରହିବ ।












Click it and Unblock the Notifications