Get Updates
Get notified of breaking news, exclusive insights, and must-see stories!

ଆସନ୍ତାକାଲିଠୁ ୩ ଦିନ ବନ୍ଦ ରହିବ ବ୍ୟାଙ୍କ୍, ତୁରନ୍ତ ସାରି ନିଅନ୍ତୁ କାର୍ଯ୍ୟ

Bank Holidays: ଆସନ୍ତାକାଲିଠୁ ତିନି ଦିନ ବନ୍ଦ ରହିବ ବ୍ୟାଙ୍କ୍ । ଗୁରୁତ୍ୱପୂର୍ଣ୍ଣ କାମ ଥିଲେ ତୁରନ୍ତ ସାରି ନିଅନ୍ତୁ । ଚଳିତ ବର୍ଷ ଏପ୍ରିଲ ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ସାରା ଦେଶର ବ୍ୟାଙ୍କଗୁଡ଼ିକରେ ତିନି ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ୧୨ ଏପ୍ରିଲ ଏହା ମାସର ଦ୍ୱିତୀୟ ଶନିବାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ନିୟମ ଅନୁଯାୟୀ, ଏହି ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିଥାଏ।

୧୩ ଏପ୍ରିଲ ରବିବାର ବ୍ୟାଙ୍କଗୁଡ଼ିକ ପାଇଁ ନିୟମିତ ଛୁଟି ହୋଇଥିବାରୁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିଛି। ଆମ୍ବେଦକର ଜୟନ୍ତୀରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଏପ୍ରିଲ ୧୪ ଅର୍ଥାତ୍ ସୋମବାର ଦିନ ଆମ୍ବେଦକର ଜୟନ୍ତୀ ସହିତ, ବିଭିନ୍ନ ରାଜ୍ୟରେ ବିଷୁ, ତାମିଲ ନବବର୍ଷ, ବୋହାଗ ବିହୁ, ମହା ବିଷୁବ ସଂକ୍ରାନ୍ତି, ଚେରାଓବା ଭଳି ପର୍ବ ପାଳନ କରାଯିବ। ଯେଉଁଥି ପାଇଁ RBI ପକ୍ଷରୁ ବ୍ୟାଙ୍କ ଛୁଟି ଘୋଷଣା କରିଛି।

Bank Holidays

ବିଭିନ୍ନ ରାଜ୍ୟରେ ଛୁଟି ଥିବାରୁ ଏପ୍ରିଲ ୧୪ ତାରିଖରେ ଅନେକ ସହରରେ ବ୍ୟାଙ୍କ ଶାଖା ବନ୍ଦ ରହିବ। ଅଗରତାଲା, ଅହମ୍ମଦାବାଦ, ଆଇଜାୱଲ, ବେଲାପୁର, ବେଙ୍ଗାଲୁରୁ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, ଦେହରାଡୁନ୍, ଗ୍ୟାଙ୍ଗଟୋକ, ଗୁଆହାଟି, ହାଇଦ୍ରାବାଦ, ଇମ୍ଫାଲ, ଇଟାନଗର, ଜୟପୁର, ଜାମ୍ମୁ, କାନପୁର, କୋଚି, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ଥିରୁବନନ୍ତପୁରମରେ ବ୍ୟାଙ୍କ ଗୁଡିକ ବନ୍ଦ ରହିବ ।

ଭୋପାଳ, କୋହିମା, ନୂଆଦିଲ୍ଲୀ, ରାୟପୁର, ଶିଲଂ ଏବଂ ସିମଲାରେ ବ୍ୟାଙ୍କ ଗୁଡିକ ଖୋଲା ରହିବ । ଏହି ଦିନଗୁଡ଼ିକରେ ଇଣ୍ଟରନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ ଏବଂ ଏଟିଏମ୍ ସେବା ସ୍ୱାଭାବିକ ଭାବରେ ଚାଲିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+