Bank Holidays In May 2024: ମେ'ରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ୍
Bank Holidays In May 2024: ଆସନ୍ତା ମାସରେ ଯଦି ଆପଣଙ୍କର ବ୍ୟାଙ୍କରେ କାମ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ । ଆସନ୍ତାକାଲିଠୁ ନୂଆ ମାସ ଆରମ୍ଭ ହେବା ପାଇଁ ଯାଉଛି । ସବୁ ମାସ ପରି, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହି ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି । ଲୋକସଭା ନିର୍ବାଚନ ଏବଂ ରାଜ୍ୟ ଦିବସ ହେତୁ ମେ ମାସରେ ବ୍ୟାଙ୍କଗୁଡିକ ଅନେକ ଦିନ ବନ୍ଦ ରହିବ। ଏପରି ପରିସ୍ଥିତିରେ, ଯଦି ଆପଣଙ୍କୁ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାର୍ଯ୍ୟ ରହିଛି ତେବେ ସମୟ ମଧ୍ୟରେ ସାରି ନିଅନ୍ତୁ ।
ଆସନ୍ତାକାଲି ଏହି ରାଜ୍ୟଗୁଡିକରେ ବ୍ୟାଙ୍କଗୁଡିକ ବନ୍ଦ ରହିବ
ଆସନ୍ତାକାଲି ଅର୍ଥାତ୍ 1 ମଇରେ ମହାରାଷ୍ଟ୍ର ଦିବସ ଏବଂ ଶ୍ରମିକ ଦିବସ ଯୋଗୁଁ ଦେଶର ଅନେକ ସହରର ବ୍ୟାଙ୍କ ବନ୍ଦ ରହିବ । ବେଲାପୁର, ବେଙ୍ଗାଲୁରୁ, ଚେନ୍ନାଇ, ଗୋହାଟି, ହାଇଦ୍ରାବାଦ, କୋଚି, କୋଲକାତା, ମୁମ୍ବାଇ ଏବଂ ନାଗପୁର ଅଞ୍ଚଳର ବ୍ୟାଙ୍କଗୁଡିକ ବନ୍ଦ ରହିବ। ଏହା ବ୍ୟତୀତ ଆସନ୍ତା ମାସରେ ଦେଶର ଅନେକ ରାଜ୍ୟରେ ଲୋକସଭା ନିର୍ବାଚନ ହେବା ପାଇଁ ଯାଉଛି । ଯେଉଁଥି ପାଇଁ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ ।

ମେ' ମାସରେ ଏହି ଦିନ ବନ୍ଦ ରହିବ ବ୍ୟାଙ୍କ୍
1 ମଇ 2024- ମହାରାଷ୍ଟ୍ର ଦିବସ ଏବଂ ବିଶ୍ୱ ଶ୍ରମିକ ଦିବସ ପାଇଁ ବେଲାପୁର, ବେଙ୍ଗାଲୁରୁ, ଚେନ୍ନାଇ, ଗୋହାଟି, ହାଇଦ୍ରାବାଦ, କୋଚି, କୋଲକାତା, ମୁମ୍ବାଇ ଏବଂ ନାଗପୁରରେ ବ୍ୟାଙ୍କଗୁଡିକରେ ଛୁଟି ରହିବ ।
5 ମଇ 2024- ରବିବାର ।
7 ମଇ 2024- ଲୋକସଭା ନିର୍ବାଚନ ପାଇଁ ଅହମ୍ମଦାବାଦ, ଭୋପାଳ, ଏବଂ ରାୟପୁରରେ ବ୍ୟାଙ୍କ ବନ୍ଦ ରହିବ।
8 ମଇ 2024- ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମ ବାର୍ଷିକୀ ହେତୁ କୋଲକାତାରେ ବ୍ୟାଙ୍କ ବନ୍ଦ ରହିବ ।
10 ମଇ 2024- ଅକ୍ଷୟ ତୃତୀୟ ପାଇଁ ବେଙ୍ଗାଲୁରୁରେ ବ୍ୟାଙ୍କ ବନ୍ଦ ରହିବ ।
11 ମଇ 2024- ଦ୍ୱିତୀୟ ଶନିବାର ( Second Saturday)
12 ମଇ 2024- ରବିବାର ।
13 ମଇ 2024- ଶ୍ରୀନଗରରେ ଲୋକସଭା ନିର୍ବାଚନ ପାଇଁ ବ୍ୟାଙ୍କ ବନ୍ଦ ରହିବ ।
16 ମଇ 2024-ରାଜ୍ୟ ଦିବସ ପାଇଁ ଗ୍ୟାଙ୍ଗଟୋକରେ ବ୍ୟାଙ୍କ ବନ୍ଦ ରହିବ ।
19 ମଇ 2024- ରବିବାର ।
20 ମଇ 2024- ଲୋକସଭା ନିର୍ବାଚନ ହେତୁ ମୁମ୍ବାଇର ବେଲାପୁରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ।
23 ମଇ 2024- ବୁଦ୍ଧ ପୂର୍ଣ୍ଣିମା ହେତୁ ଅଗରତାଲା, ବେଲାପୁର, ଭୋପାଳ, ଚଣ୍ଡିଗଡ଼, ଦେହରାଡୁନ୍, ଇଟାନଗର, ଜାମ୍ମୁ, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାୟପୁର, ରାଞ୍ଚି, ଶିମଲା ଏବଂ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ ।
25 ମଇ 2024- ଚତୁର୍ଥ ଶନିବାର ( Second Saturday)
26 ମଇ 2024- ରବିବାର ।












Click it and Unblock the Notifications