Get Updates
Get notified of breaking news, exclusive insights, and must-see stories!

ଅକ୍ଟୋବର ମାସରେ ୧୫ ଦିନ ବ୍ୟାଙ୍କ ରହିବ ବନ୍ଦ, ତୁରନ୍ତ ସାରି ନିଅନ୍ତୁ ସମସ୍ତ କାର୍ଯ୍ୟ

Bank Holiday in October 2024: ସେପ୍ଟେମ୍ବର ମାସ ଶେଷ ହେବାକୁ ଯାଉଛି ଏବଂ ଶୀଘ୍ର ନୂଆ ମାସ ଆରମ୍ଭ ହେବ । ଅକ୍ଟୋବର 2024 ରେ ଅନେକ ପର୍ବ ରହିଛି, ଯେଉଁଥି ପାଇଁ ବ୍ୟାଙ୍କ ଛୁଟି ରହିବ । ନବରାତ୍ରୀ ଠାରୁ ଦସହରା ଏବଂ ଦିପାବଳୀ ପର୍ଯ୍ୟନ୍ତ ଛୁଟି ରହିବ । ତେବେ ଅକ୍ଟୋବରରେ ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି, ତେବେ ଏଠାରେ ରହିଛି ବ୍ୟାଙ୍କ ବନ୍ଦ ହେବାର ତାଲିକା ।

ଅକ୍ଟୋବର ମାସରେ 15 ଦିନ ବ୍ୟାଙ୍କ ରହିବ ବନ୍ଦ

ଅନେକ କାର୍ଯ୍ୟ ଅଛି ଯାହା ବ୍ୟାଙ୍କ ବନ୍ଦ ହେତୁ ଅଟକି ଯାଇଥାଏ । ଏଭଳି ପରିସ୍ଥିତିରେ ଗ୍ରାହକଙ୍କ ସୁବିଧା ପାଇଁ ରିଜର୍ଭ ବ୍ୟାଙ୍କ ମାସ ଆରମ୍ଭ ପୂର୍ବରୁ ମଧ୍ୟ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଥାଏ। ଆରବିଆଇ ଅନୁଯାୟୀ, ଅକ୍ଟୋବରରେ ବ୍ୟାଙ୍କଗୁଡିକରେ 31 ଦିନ ମଧ୍ୟରୁ 15 ଦିନ ଛୁଟି ରହିବ। ଶନିବାର ଏବଂ ରବିବାର ଛୁଟି ବ୍ୟତୀତ ଏହା ବିଭିନ୍ନ ପର୍ବର ଛୁଟି ମଧ୍ୟ ଅନ୍ତର୍ଭୁକ୍ତ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେତୁ ଅକ୍ଟୋବରରେ ବ୍ୟାଙ୍କ ଗୋଟିଏ ଦିନ ପାଇଁ ବନ୍ଦ ରହିବ। ଏଥି ସହିତ ଗାନ୍ଧୀ ଜୟନ୍ତୀ, ଦୁର୍ଗା ପୂଜା, ଦଶହରା, ଲକ୍ଷ୍ମୀ ପୂଜା, ଦୀପାବଳି ଯୋଗୁଁ ବିଭିନ୍ନ ଦିନରେ ବ୍ୟାଙ୍କରେ ଛୁଟିଦିନ ରହିବ।

Bank Holiday

ଅକ୍ଟୋବର 2024 ରେ କେବେ ବ୍ୟାଙ୍କ ବନ୍ଦ ରହିବ ।
1 ଅକ୍ଟୋବର 2024- ବିଧାନସଭା ନିର୍ବାଚନ ହେତୁ ଜମ୍ମୁରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
2 ଅକ୍ଟୋବର 2024- ଗାନ୍ଧୀ ଜୟନ୍ତୀ ଅବସରରେ ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦ ରହିବ ।
3 ଅକ୍ଟୋବର 2024- ନବରାତ୍ରୀ ଆରମ୍ଭ ହେତୁ ଜୟପୁରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
6 ଅକ୍ଟୋବର 2024- ରବିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କ ଛୁଟି ରହିଛି ।

10 ଅକ୍ଟୋବର 2024- ଦୁର୍ଗା ପୂଜା, ଦଶହରା ଏବଂ ମହା ସପ୍ତମି କାରଣରୁ ଅଗରତାଲା, ଗୁଆହାଟି, କୋହିମା ଏବଂ କୋଲକାତାରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
11 ଅକ୍ଟୋବର 2024- ଅଗରତାଲା, ବେଙ୍ଗାଲୁରୁ, ଭୁବନେଶ୍ୱର, ଚେନ୍ନାଇ, ଗ୍ୟାଙ୍ଗଟୋକ, ଗୁଆହାଟି, ଇମ୍ଫାଲ, ଇଟାନଗର, କୋହିମା, ଇମ୍ଫାଲ, କୋଲକାତାରେ ବ୍ୟାଙ୍କ ବନ୍ଦ ରରିବ ।

12 ଅକ୍ଟୋବର 2024- ଦଶହରା, ବିଜୟଦସମୀ, ଦୁର୍ଗା ପୂଜା କାରଣରୁ ବ୍ୟାଙ୍କଗୁଡିକ ସମଗ୍ର ଦେଶରେ ବନ୍ଦ ରହିବ ।
13 ଅକ୍ଟୋବର 2024- ରବିବାର ହେତୁ ବ୍ୟାଙ୍କ ବନ୍ଦ ରହିବ ।
14 ଅକ୍ଟୋବର 2024- ଦୁର୍ଗା ପୂଜା କାରଣରୁ ଗାଙ୍ଗଟକରେ ବ୍ୟାଙ୍କ ବନ୍ଦ ରହିବ ।

16 ଅକ୍ଟୋବର 2024- ଲକ୍ଷ୍ମୀ ପୂଜା ହେତୁ ଅଗରତାଲା ଏବଂ କୋଲକାତାରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
17 ଅକ୍ଟୋବର 2024- ବେଙ୍ଗାଲୁରୁ ଏବଂ ଗୁଆହାଟିରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

20 ଅକ୍ଟୋବର 2024- ରବିବାର ହେତୁ ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
26 ଅକ୍ଟୋବର 2024- second saturday ବ୍ୟାଙ୍କଗୁଡିକ ସମଗ୍ର ଦେଶରେ ବନ୍ଦ ରହିବ
27 ଅକ୍ଟୋବର 2024- ରବିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କଗୁଡିକରେ ବନ୍ଦ ରହିବ
31 ଅକ୍ଟୋବର 2024- ଦିୱାଲୀ ହେତୁ ପ୍ରାୟ ସମଗ୍ର ଦେଶରେ ବ୍ୟାଙ୍କଗୁଡିକରେ ଛୁଟିଦିନ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+