Bank Holiday: ୩ ଦିନ ବନ୍ଦ ରହିବ ବ୍ୟାଙ୍କ, ସାରି ଦିଅନ୍ତୁ ଜରୁରୀ କାମ
Bank Holiday For Lok Sabha Election 2024: ଆସନ୍ତା କାଲି ଅର୍ଥାତ ଏପ୍ରିଲ୍ ୨୬ ତାରିଖରେ ଲୋକସଭା ନିର୍ବାଚନ 2024ର ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଆରମ୍ଭ ହେବ ଭୋଟିଂ । ତେବେ ମତଦାନ ପାଇଁ ୧୩ଟି ରାଜ୍ୟର ସହରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ। କିଛି ରାଜ୍ୟ ନିର୍ବାଚନ ପାଇଁ ସରକାରୀ ଛୁଟି ମଧ୍ୟ ଘୋଷଣା କରିସାରିଛନ୍ତି। ଯଦି ଆପଣଙ୍କ ସହରରେ ଭୋଟିଂ ଅନୁଷ୍ଠିତ ହେବାକୁ ଯାଉଛି ତେବେ ବ୍ୟାଙ୍କଗୁଡିକ ମଧ୍ୟ ବନ୍ଦ ରହିବ । ହେଲେ ଅନଲାଇନ୍ ବ୍ୟାଙ୍କିଙ୍ଗ୍ କିମ୍ବା ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଏପ୍ରିଲ୍ ୨୬ ତାରିଖ ଦିନ ଜାରି ରହିବ ।
ତେବେ କିଛି ରାଜ୍ୟରେ ଏବେ ୩ ଦିନ ବନ୍ଦ ରହିବ ବ୍ୟାଙ୍କ । ୨୬ ଏପ୍ରିଲ୍ ଭୋଟ୍ ପାଇଁ, ୨୭ ଏପ୍ରିଲ୍ ଚତୁର୍ଥ ଶନିବାର ଏବଂ ୨୮ ଏପ୍ରିଲ୍ ରବିବାର ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । ତେବେ ଚାଲନ୍ତୁ ଜାଣିବା ଏପ୍ରିଲ ୨୬ ତାରିଖରେ କେଉଁ କେଉଁ ସହରର ବ୍ୟାଙ୍କ ବନ୍ଦ ରହିବ ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଛୁଟି ତାଲିକା ଅନୁଯାୟୀ, ଏପ୍ରିଲ ୨୬ରେ ବେଙ୍ଗାଲୁରୁ, କୋଚି, ଥିରୁବନନ୍ତପୁରମ୍ ଏବଂ ଜାମ୍ମୁ ଜୋନର ବ୍ୟାଙ୍କଗୁଡିକ ବନ୍ଦ ରହିବ। ଏହା ବ୍ୟତୀତ ନିର୍ବାଚନ ହେବାକୁ ଥିବା ସହରଗୁଡିକରେ ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିଛନ୍ତି, ତେବେ ସେହି ସହରରେ ମଧ୍ୟ ବ୍ୟାଙ୍କ ବନ୍ଦ ରିହିବ ।
ଏହି ୨୬ଟି ରାଜ୍ୟରେ ଏପ୍ରିଲ ୨୬ ତାରିଖରେ ବନ୍ଦ ରହିବ ବ୍ୟାଙ୍କ
ଆସାମର କରିମଗଞ୍ଜ, ସିଲଚର, ମଙ୍ଗଲଦୋଇ, ନାୱଗଙ୍ଗ, କାଳିଆବୋର, । ବିହାର କିଶନଗଞ୍ଜ, କଟିହାର, ପୂର୍ଣ୍ଣିୟା, ଭାଗଲପୁର, । ଛଚିଶଗଡ଼ର ରାଜନାଦଗାଁୱ, ମହାସୁମୁଦ, କାଙ୍କର୍, । ସେହିପିର ଜାମ୍ମୁ-କାଶ୍ମୀରର ଜମ୍ମୁ ସହରର ସମସ୍ତ ବ୍ୟାଙ୍କ ବନ୍ଦ ରହିବ । କର୍ଣ୍ଣାଟକ ଉଦୁପି ଚିକମାଗାଲୁର, ହାସନ, ଡାକସିନା କନ୍ନଡ, ଚିତ୍ରାଦୁରଗା, ତୁମ୍କୁର, ମାଣ୍ତ୍ୟା, ମାଇସୋର, ଚାମରାଜନଗର, ବେଙ୍ଗାଲୁରୁ ଗ୍ରାମୀଣ, ବେଙ୍ଗାଲୁରୁ ଉତ୍ତର, ବେଙ୍ଗାଲୁରୁ ସେଣ୍ଟ୍ରାଲ, ବେଙ୍ଗାଲୁରୁ ଦକ୍ଷିଣ, ଚିକ୍କାବାଲାପୁର, କୋଲାର କେରଳ କାସାରାଗୋଡ, କନ୍ନୁର ୱାୟାଡକ, ।
ରାଜସ୍ଥାନର ଟନ୍କ-ସାୱାଇ ମାଧୋପୁର, ଅଜମେର, ପାଲି, ଯୋଧପୁର, ବାରମେର, ଜାଲୋର, ଉଦୟପୁର, ବନସ୍ୱାରା, ଚିତ୍ତରଗଡ, ରାଜସମାନନ୍ଦ, ଭିଲୱାରା, କୋଟା, ଜାଲାୱାର-ପୂର୍ବ ତ୍ରିପୁରା ମେରଟ, ବାଗପାଟ, ଗାଜିଆବାଦ, ଗୌତମ ବୁଦ୍ଧ ନଗର, ବୁଲନ୍ଦଶାହର, ଆଲିଗଡ, ମଥୁରା ପଶ୍ଚିମବଙ୍ଗର ଦାର୍ଜିଲିଂ, ରାଇଗଞ୍ଜ, ବାଲୁରଘାଟରେ ବ୍ୟାଙ୍କ ବନ୍ଦ ରହିବ ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications