ଲଗାତାର ୩ ଦିନ ବନ୍ଦ ରହିବ ବ୍ୟାଙ୍କ୍ ! ଶୀଘ୍ର ସାରି ନିଅନ୍ତୁ ସମସ୍ତ ଜରୁରୀ କାମ
Bank Holiday: ସେପ୍ଟେମ୍ବର ୧୯ ଅର୍ଥାତ୍ ମଙ୍ଗଳବାର ଦିନ ପାଳନ କରାଯିବ ଗଣେଶ ପୂଜା । ଯେଉଁଥି ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଗଜାନନଙ୍କ ସ୍ୱାଗତ ପାଇଁ ସାରା ବିଶ୍ୱେରେ ବର୍ତ୍ତମନା ଉତ୍ସାହର ମାହୋଲ । ବିଶେଷକରି ମହାରାଷ୍ଟ୍ରରେ ଏବେଠୁ ଗଣେଶ ଉତ୍ସବର ମାହୋଲ ଦେଖିବା ପାଇଁ ମିଳୁଛି । ଚଳିତ ବର୍ଷ ସେପ୍ଟେମ୍ବର 10 ରୁ 28 ସେପ୍ଟେମ୍ବର ମଧ୍ୟରେ ଅନେକ ହିନ୍ଦୁ ପର୍ବପର୍ବାଣୀ ପାଳନ କରାଯିବ । ଏହି ଦିନ ଦେଶର ଅନେକ ବ୍ୟାଙ୍କରେ ଛୁଟି ରହିବା ନେଇ ସୂଚନା ରହିଛି ।
ସେପ୍ଟେମ୍ବର 18, 19 ଏବଂ 20 ଅର୍ଥାତ୍ ୩ ଦିନ ପାଇଁ କିଛି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଛୁଟି କ୍ୟାଲେଣ୍ଡର ଅନୁଯାୟୀ, ସେପ୍ଟେମ୍ବର 18ରେ ବାଙ୍ଗାଲୋର, ଚେନ୍ନାଇ, ହାଇଦ୍ରାବାଦ ଏବଂ ତେଲେଙ୍ଗାନାରେ ବିନାୟକ ବ୍ରତ, ବିନାୟକ ଚତୁର୍ଥୀ ପାଇଁ ବ୍ୟାଙ୍କ ବନ୍ଦ ରହିବ ।

ସେପ୍ଟେମ୍ବର 19ରେ ଗଣେଶ ପୂଜା ଅବସରରେ ଅହମ୍ମଦାବାଦ, ବେଲାପୁର, ଭୁବନେଶ୍ୱର, ମୁମ୍ବାଇ, ନାଗପୁର, ପଣଜୀର ବ୍ୟାଙ୍କ ବନ୍ଦ ରହିବା ନେଇ ସୂଚନା ରହିଛି । ଗଣେଶ ପୂଜାର ଦ୍ୱିତୀୟ ଦିନକୁ ସେଲିବ୍ରେଟ୍ କରିବା ପାଇଁ 20 ସେପ୍ଟେମ୍ବରରେ ଭୁବନେଶ୍ୱର ଏବଂ ପଣଜୀରେ ବ୍ୟାଙ୍କ ବନ୍ଦ ରହିବ ।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଛୁଟି ତାଲିକା ଅନୁଯାୟୀ ସେପ୍ଟେମ୍ବରରେ 12ଟି ସରକାରୀ ଛୁଟି ରହିବ ଏହା ବ୍ୟତୀତ, ଯଦି ରବିବାର ଏବଂ ଶନିବାରର ଛୁଟି ଯୋଗ କରାଯାଏ, ତେବେ ଚଳିତ ମାସରେ ୧୬ ଦିନ ବ୍ୟାଙ୍କ ବନ୍ଦ ରହିବ ।
- ସେପ୍ଟେମ୍ବର 22, 2023- ଶ୍ରୀ ନାରାୟଣ ଗୁରୁ ସମାଧି ଦିବସ କୋଚି, ପାଣଜୀ ଏବଂ ତ୍ରିଭାଣ୍ଡ୍ରମରେ ବ୍ୟାଙ୍କଗୁଡିକରେ ଛୁଟିଦିନ ରହିବ ।
- ସେପ୍ଟେମ୍ବର 23, 2023- ଚତୁର୍ଥ ଶନିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦ ରହିବ ।
- ସେପ୍ଟେମ୍ବର 24, 2023- ରବିବାର । ବ୍ୟାଙ୍କ୍ ହଲିଡେ
- ସେପ୍ଟେମ୍ବର 25, 2023- ଶ୍ରୀମନ୍ତ ସଙ୍କାର୍ଦେବଙ୍କ ଜନ୍ମ ବାର୍ଷିକୀ ଗୁଆହାଟୀରେ ବ୍ୟାଙ୍କଗୁଡିକରେ ବନ୍ଦ ରହିବ ।
- ସେପ୍ଟେମ୍ବର 27, 2023- ମିଲାଦ-ଇ-ଶେରିଫ ପାଇଁ ଜାମ୍ମୁ, କୋଚି, ଶ୍ରୀନଗର ଏବଂ ତ୍ରିଭାଣ୍ଡ୍ରମରେ ବ୍ୟାଙ୍କ ଛୁଟି ରହିବ ।
- ସେପ୍ଟେମ୍ବର 28, 2023- ଇଦ୍-ଇ-ମିଲାଦ୍ ପାଇଁ ଅହମ୍ମଦାବାଦ, ଆଇଜାୱଲ୍, ବେଲାପୁର, ବେଙ୍ଗାଲୁରୁ, ଭୋପାଳ, ଚେନ୍ନାଇ, ଦେହରାଡୁନ୍, ତେଲେଙ୍ଗାନା, ଇମ୍ଫାଲ, କାନପୁର, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାୟପୁର, ରାଞ୍ଚିରେ ବ୍ୟାଙ୍କ ବନ୍ଦ ରହିବ ।
- ସେପ୍ଟେମ୍ବର 29, 2023- ଇଦ୍-ଇ-ମିଲାଦ-ଉଲ୍-ନବି ପାଇଁ ଗ୍ୟାଙ୍ଗଟୋକ, ଜାମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।












Click it and Unblock the Notifications