ସହିପାରିଲେ ନାହିଁ ପତ୍ନୀଙ୍କ ନିର୍ଯ୍ୟାତନା, ଗଛରେ ଫାସି ଲଗାଇ କଲେ ଆତ୍ମହତ୍ୟା
Bangaluru Man Dies By Suicide: ପତ୍ନୀଙ୍କ ନିର୍ଯ୍ୟାତନାରେ ଅତିଷ୍ଟ ହୋଇ ଆତ୍ମହତ୍ୟା କଲେ ସ୍ୱାମୀ । ଦାବି କରାଯାଉଛି ଯେ, ଦୀର୍ଘ ଦିନ ହେବ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା, ହେଲେ ପରେ ଘରୋଇ ହିଂସା ବଢିଯାଇଥିଲା । ମାନସିକ ଓ ଶାରିରୀକ ନିର୍ଯାତନା ଏତେ ବଢିଯାଇଥିଲା ଯେ ଯାହା ପରେ ଅତୁଶ ଶ୍ରୀବାସ୍ତବ ନାମକ ଜଣେ ଯୁବକ ଗଛରେ ଫାଇସ ଲଗାଇ ଆତ୍ମହତ୍ୟା କରିଥିଲେ । ଅତୁଶଙ୍କ ପରିବାର ପକ୍ଷରୁ ଏପରି ଅଭିଯୋଗ କରାଯାଇଛି ।

ତେବେ ଘଟଣାସ୍ଥଳରୁ ପୋଲିସ ଏକ ସୁଇସାଇଡ୍ ନୋଟ ଜବତ କରିଛି । ଯେଉଁଥିରେ ମୃତ ଯୁବକ ଜଣକ ନିଜ ପତ୍ନୀଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି । ଏପରିକି କୋଟି କୋଟି ଟଙ୍କା ସହ ମିଛ ମାମଲାରେ ତାଙ୍କୁ ଫସାଯାଉଥିବା ବୋଲି ମଧ୍ୟ ସୁଇସାଇଡ୍ ନୋଟରେ ଲେଖାଯାଇଛି । ପୋଲିସ ଘଟଣାସ୍ଥାଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ଏବଂ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରିଛି । ବର୍ତ୍ତମାନ ଅତୁଲଙ୍କ ପତ୍ନୀଙ୍କୁ ପଚରାଉଚରା କରାଯାଉଛି । ଅତୁଲ ବାଙ୍ଗାଲୋରର ଏକ ଘରୋଇ ଡାକ୍ତରଖାନାରେ କାମ କରୁଥିବା ନେଇ ସୂଚନା ରହିଛି ।












Click it and Unblock the Notifications